ଗୁରୁ ଗଙ୍ଗାରେ ସ୍ନାନ କରିବା ସମୟରେ ଯୋଉ ମାଟିରେ ମୁଣ୍ଡ ସଫା କରନ୍ତି, ସେଇ ମାଟିରେ ଘାସ ଗୁଣ୍ଡତକ ମିଶେଇ ଦେଲା ଗୋପୀ ।
ତା’ପରଦିନ ଗୁରୁ ପରମାନନ୍ଦ ତାଙ୍କ ଶିଷ୍ୟମାନଙ୍କୁ ନେଇ ସ୍ନାନ କରିବା ଉଦ୍ଧେଶ୍ୟରେ ବାହାରିଲେ । ଗୁରୁଙ୍କର ଏ ସ୍ନାନଯାତ୍ରା ନୁହଁ ତ ଗଡ ବିଜୟ ଯାତ୍ରା । ଆଗରେ ଗୁରୁ, ତାଙ୍କ ପଛରେ ଶିଷ୍ୟମାନେ । କିଏ ଗୁରୁଙ୍କର ବସ୍ତ୍ର ଧରିଚି ତ କିଏ ତୈଳ ଧରିଚି, କିଏ ପୁଣି ମୁଣ୍ଡ ଧୋଇବା ମାଟି ଧରିଚି ।
ତା’ପରେ ଗୁରୁଜୀ ମୁଣ୍ଡଧୂଆ ମାଟିରେ ମୁଣ୍ଡ ସଫା କରିବାକୁ ଲାଗିଲେ । ଦାଢୀରେ ମଧ୍ୟ ଲଗାଇଲେ । ମୁଣ୍ଡକୁ ଭଲଭାବେ ସଫା କରିବା ଉଦ୍ଧେଶ୍ୟରେ ଗୁରୁଜୀ ଭଲଭାବେ ଘଷିଲେ । ତା’ପରେ ପାଣିରେ ବୁଡି ଉଠନ୍ତେ, ଶିଷ୍ୟମାନେ ହୋ-ହୋ ହେଇ ହସି ଉଠିଲେ ।
ଗୁରୁଜୀ-କାହିଁକି ଗଧଙ୍କଭଳି ହୋ-ହୋ ହେଇ ହସୁଚ?
ଶିଷ୍ୟଗଣ-ଗୁରୁଜୀ ଆପଣଙ୍କ ମୁଣ୍ଡରେ ଜମା କେଶ ନାହିଁ, ଦାଢୀ ବି ପୂରା ସାଫ!
ଗୁରୁଜୀ-ଏଁ… ! ଆରେ ସତେତ, ମୋ କେଶ… ! ଆଉ ମୋ ଦାଢୀ… ! କୁଆଡେ ସବୁ ଗଲା !
ଶିଷ୍ୟଗଣ–ଗୁରୁଜୀ ଧରନ୍ତୁ, ଭାସିଯାଉଚି । ଧରନ୍ତୁ ଗୁରୁଜୀ…
ଗୁରୁଜୀ-ମୁର୍ଖ ଗଧ, ମୋତେ ଥଟ୍ଟା କରୁଚ?
ଶିଷ୍ୟଗଣ-ଥଟ୍ଟା ନୁହଁ ଗୁରୁଜୀ…ଭାସିଯାଉଚି, ମୁଁ କହିଲି-
ଏହାପରେ ଗୁରୁଜୀ ରାଗ ତମତମ ହେଇ ନଦୀରୁ ଉଠିଆସି ଆଶ୍ରମକୁ ଚାଲିଗଲେ । ପୁଣି ତାଙ୍କ ପଛେ ପଛେ ଶିଷ୍ୟଗଣ ।
ଗୁରୁଜୀ-ତୁମେମାନେ ଆଶ୍ରମ ମଧ୍ୟକୁ ପ୍ରବେଶ କରି ପାରିବନି । ସତକୁହ-ମୋର କେଶ ଦାଢୀ ଉପୁଡିଯିବାର କାରଣ କ’ଣ? ଗୋପୀ, ତୁମକୁ ମୋର ସନ୍ଦେହ ହଉଚି ।
ଗୋପୀ-କ୍ଷମା କରିବେ ଗୁରୁଜୀ, ମୁଁ ଏ ବିଷୟରେ କିଛି ବି ଜାଣେନି । ମୁଣ୍ଡଧୁଆ ମାଟି ତ ଆପଣଙ୍କ ବିଶ୍ରାମ ଘରେ ହିଁ ରହେ ।
ଗୁରୁଜୀ-ହୁଁ…ତେବେ ତୁମେ ଭଲରେ ଭଲରେ ମୋଟେ ମାନିବନି । ତାହେଲେ ଠିକ୍ ଅଛି, ଯେପର୍ଯ୍ୟନ୍ତ ତୁମେମାନେ ସ୍ୱୀକାର ନ କରିଚ ଦୋଷୀ କିଏ, ସେ ପର୍ଯ୍ୟନ୍ତ ସମସ୍ତଙ୍କୁ କୁକୁଡାଭଳି ଆଣ୍ଠେଇବାକୁ ପଡିବ । ହୁଁ ଖୁବ୍ଶୀଘ୍ର… । ହଁ ମନେରଖ, ସମସ୍ତଙ୍କ ଗଳାରେ ‘ଗଧ’ ଫଳକ ବି ଝୁଲିବ ।