ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହୁମାଛିର ପ୍ରାର୍ଥନା

ଥରେ ମହୁମାଛିର ବହୁତ ଇଚ୍ଛା ହେଲା, ସେ ଭଗବାନଙ୍କୁ କିଛି ମହୁ ଦେବ । ତା’ପରେ ସେ ସ୍ୱର୍ଗରେ ଯାଇ ପହଁଚିଗଲା ଏବଂ ସବୁଠାରୁ ଭଲ ଭାବରେ ତିଆରି କରିଥିବା ମହୁତକ ଭଗବାନଙ୍କୁ ଦେଲା । ଭଗବାନ ବି ତା’ର ଭକ୍ତିରେ ଖୁସି ହୋଇ ତାକୁ ବର ମାଗିବାକୁ କହିଲେ । ଏକଥା ଶୁଣି ମହୁମାଛି କହିଲା, “ମୋ ଠାରୁ ଲୋକମାନେ ତ ମହୁ ଚୋରାଇ ନେଇଯାଉଛନ୍ତି । ତେଣୁ ମୋତେ ଗୋଟିଏ ଶୁଣ୍ଢ ଦିଅନ୍ତୁ । ମୁଁ ଏଥିରେ ଏମିତି ମାରିବି ଯେ ଯେମିତିକି ଲୋକମାନେ ମରିଯିବେ ।”

                ଭଗବାନ ଏହା ଶୁଣି ବହୁତ ବ୍ୟସ୍ତ ହେଲେ । ଭାବିଲେ ମହୁମାଛି ପରି ସୁନ୍ଦର ଜୀବଟିଏ ସେ ପୁଣି ଏପରି ଭୟଙ୍କର ବର ମାଗୁଛି । ଭଗବାନ ସେ ମହୁମାଛିକୁ ଯେତେ ବୁଝାଇଲେ ବି ସେ ମୋଟେ ଶୁଣିଲା ନାହିଁ । ଓଲଟି ଶୁଣ୍ଢ ପାଇଁ ସେ ମହୁମାଛି ଖାଲି ବାରମ୍ବାର ଅନୁରୋଧ କଲା । ଭଗବାନ ଏଥିରେ ରାଗିଯାଇ କହିଲେ, “ତୋର ଶୁଣ୍ଢ ହେବ, କିନ୍ତୁ ସେ ଶୁଣ୍ଢରେ ତୁ ଯାହାକୁ ମାରିବୁ ସେ ଆଦୌ ମରିବ ନାହିଁ । ହଁ ତାକୁ କଷ୍ଟ ହେବ ସତ କିନ୍ତୁ ତୁ ନିଜେ ମରିଯିବୁ ।” ସେହି ଦିନଠାରୁ ମହୁମାଛି ତା ଶୁଣ୍ଢରେ ଯେବେ ଯାହାକୁ ବି ମାରେ ସେହିକ୍ଷଣି ସେ ନିଜେ ମରିଯାଏ ।

ଯେ ପରର ଅମଙ୍ଗଳ ପାଇଁ ପ୍ରାର୍ଥନା କରେ ଶେଷରେ ତା’ ନିଜର ହିଁ ଅମଙ୍ଗଳ ହୋଇଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ