ଏବେ ପିଲାଟି ବାପାଙ୍କ ଉତ୍ତରରେ ବି ସନ୍ତୁଷ୍ଟ ହେଲାନାହିଁ । ହେଲେ ସେହି ପ୍ରଶ୍ନଟି ସେ ମନରୁ କେବେହେଲେ ଭୁଲି ଗଲାନାହିଁ । ସମୟକ୍ରମେ ପିଲାଟି ବଡ ହୋଇଗଲା । ତା’ମନରେ ସେଇ ପ୍ରଶ୍ନ ବି ଉଙ୍କି ମାରୁଥାଏ । ହଠାତ୍ ଦିନେ ଜଣେ ସିଦ୍ଧ ପୁରୁଷଙ୍କ ସହିତ ପିଲାଟିର ଭେଟ ହେଲା । ଏବେ ପିଲାଟି ସେହି ସିଦ୍ଧପୁରୁଷଙ୍କୁ ବି ପ୍ରଶ୍ନଟି ପଚାରିଲା ।
ଏଭଳି ଏକ ଜଟିଳ ପ୍ରଶ୍ନ ଶୁଣିବା ପରେ ସିଦ୍ଧ ପୁରୁଷ କିଛି ସମୟ ସେହି ଯୁବକକୁ ଚାହିଁ ରହିଲେ । ପ୍ରଥମେ ତା’ର ମୁଣ୍ଡର ବୁଦ୍ଧିକୁ ସାବାସୀ ଜଣାଇବା ପାଇଁ ପିଲାର ମୁଣ୍ଡରେ ହାତ ବୁଲାଇଦେଲେ । କହିଲେ, “ବତ୍ସ! ଅସଲ କଥାଟି ହେଲା, ଈଶ୍ୱର ଯେତେବେଳେ ନାରୀ ଜାତିକୁ ସୃଷ୍ଟିକଲେ, ସେତେବେଳେ ସଂସାରର ବୋଝ ବୋହିବା ପାଇଁ ତା’ କାନ୍ଧରେ ଦେଲେ ଶକ୍ତି । ଦଶମାସ ଧାରଣ କରିବା ପାଇଁ ଓ ଜୀବନସାରା କଠିନ ପରିସ୍ଥିତି ଦେଇ ଗତି କରିବା ପାଇଁ ଦେଲେ ଅସମ୍ଭବ ପ୍ରକାରର ମାନସିକ ଶକ୍ତି । ଶେଷରେ ସମସ୍ତଙ୍କୁ ସବୁକିଛି ଦେଇ ସମସ୍ତଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନକୁ ସହିନେବା ପାଇଁ ଦେଲେ ସହନଶୀଳତା । ଏସବୁ ଦେଇ ସାରିଲା ପରେ ଈଶ୍ୱର ଚିନ୍ତାକଲେ ଯଦି ସ୍ତ୍ରୀଲୋକ ଆଖିରେ ଟିକିଏ ଲୁହ ନ ଦେବେ ତେବେ ସେମାନେ ସବୁ ସହିସହି ପାଷାଣ ପାଲଟିଯିବେ । ସେଥିପାଇଁ ସବୁ କିଛି ଅତି ସହଜରେ ସହିଯାଉଥିବା ସ୍ତ୍ରୀଲୋକମାନଙ୍କୁ ଈଶ୍ୱର ଦେଇଛନ୍ତି ଲୁହ କାନ୍ଦିବା ପାଇଁ, ନିଜର ଦୁଃଖକୁ ହାଲୁକା କରିବା ପାଇଁ ।”
ସିଦ୍ଧଗୁରୁଙ୍କ ଠାରୁ ଏଭଳି ଉତ୍ତର ପିଲାଟି ମନରେ ସନ୍ତୋଷ ଭରିଦେଲା ।
ସତରେ ଆମ ପାଇଁ ସମସ୍ତ ଦୁଃଖକଷ୍ଟ ସହି ନିତି ଆଖିରୁ ଲୁହ ଗଡାଉଥିବା ମାଆ କେତେ ମହାନ୍ । ଆମେ ରୋଗଶଯ୍ୟାରେ ପଡିଥିଲେ ସେ ଜଗିବସିଥାଏ, କୁଆଡେ ଗଲେ ଆସିବା ବାଟକୁ ଚାହିଁବସିଥାଏ, ଆମେ ନ ଖାଇଲେ ତା’ପେଟ ପୂରେନି – ଏହିଭଳି ଅନେକ କଥା, କେତେ ସ୍ନେହ ମମତା ରହିଛି ମାଆଙ୍କ ପାଖରେ ଆମପାଇଁ । ହେଲେ ତା’ ବଦଳରେ ଆମେ ମାଆଙ୍କୁ ଦେଉଛେ କ’ଣ? କେବଳ ଲାଂଛନା, ଅପମାନ ଗାଳି ଛଡା ଆଉକ’ଣ? ସୁତରାଂ ଆଜି ପ୍ରତେକ ମାନବ ନାରୀ ଜାତିର ସମ୍ମାନ ରକ୍ଷା ଲାଗି ଅଂଟାଭିଡି ଠିଆ ହେବା ଉଚିତ୍ ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍।