ଆମ ମାନଙ୍କ ମଧ୍ୟରେ ଟୋକାଳିଆ ଥାନ୍ତି ବିପିନ୍ ଆଉ ରମାକାନ୍ତ । ପ୍ରଥମେ ଆମେ ତଳ ନାଗ ମଣୀ ମନ୍ଦିରକୁ ଗଲୁ । ପାହାଡ ତଳେ ମାଆଙ୍କ ଦର୍ଶନ କରି ଭକ୍ତ ଫେରନ୍ତି । ଉପରକୁ ନୂତନ ଭକ୍ତ ମେଳି ହୋଇ ଯାଆନ୍ତି । ତଳ ନାଗ ମଣୀ ମନ୍ଦିର ଠାରୁ ଉପର ନାଗ ମଣୀ ମନ୍ଦିର ପ୍ରାୟ ତିନି ହଜାର ଆଠ ଶହ ମିଟର୍ ହେବ । ତାହା ସେଠାରେ ଉଲ୍ଲେଖ ଥିଲା । ଏତେ ବାଟ ଆମେ ଜାଣି ଥିଲେ ପାଣ୍ଡବ ଓ ମୁଁ ଆମେ ଦୁହେଁ କେଭେଁ ସେଠାକୁ ଯାଇ ନଥାନ୍ତୁ । ପ୍ରଥମେ କିଛି ବାଟ ସଫା ହୋଇ ରାସ୍ତା ଯିବା ପାଇଁ ପ୍ରସ୍ତୁତ ହୋଇଛି । ତା ଦେହରେ ଆରାମ୍ରେ ଚାଲି ଗଲୁ ତା ପରେ ଆରମ୍ଭ ହେଲା ପାହାଚ ବାଟ । କେଉଁଠି ଲଟି ଆଡେଇ, କେଉଁଠି ପାହାଡ ଉପରେ ଭରା ଦେଇ ତା ଉପରକୁ ଉଠିବାର ପ୍ରୟାସ୍ କଲୁ । ଯେତେ ଯାଉଛୁ ବାଟ ସରୁନି । ଆମ ଆଗରେ ରମା ଓ ବିପିନ୍ ତିନି ଶହ ଗଜ ଦୁରତ୍ୱରେ ରହି ମଝିରେ କହୁଥାନ୍ତି ଏଇଠି ମନ୍ଦିର ହେଲା । ସେମାନଙ୍କୁ ଆମେ ଦେଖି ପାରୁ ନଥାଉ କାରଣ ସେମାନେ ପାହାଡର ଦୁଇଟି ବାଙ୍କ ଉପରେ ଆମେ ତଳେ ।
ଏମିତି ଚାଲିଛୁ ହଠାତ୍ ଚାରି ଆଡେ ଅନ୍ଧାର ହୋଇ ଗଲା । ଆଗକୁ କିଛି ବାଟ ଦେଖା ଯାଇ ଆଉ କିଛି ବାଟ ଦୃଶ୍ୟ ହେଉନି । ସେହି ସମୟରେ ଚାରି ଆଡେ ଟପଟପ ହୋଇ ପାଣି ପଡିଲା । ଶୀତ ଦିନର କୁହୁଡିଟା ମାଡି ଆସିଲା ପାହାଡ ଉପରେ । ଆମ ଦୁହିଁଙ୍କ ଅଂଟା ଓ ଗୋଡ ଯୋଗୁଁ ଆମେ ରହି ରହି ଯାଉ ଥାଉ । ବାଟରେ ପାଣି ପାଉଚର ଖାଲି ଅଂଶ ପଲିଥିନ ଜରି ଗୁଟୁଖା ଜରି ପଡି ଥାଏ । ଆମର ସାହସ ମଧ୍ୟ ହୋଇ ଥାଏ ୟା ଉପରକୁ ଲୋକ ଯାଉଛନ୍ତି ବୋଲି । ଅତି ସାବଧାନରେ ଯିବାକୁ ମଧ୍ୟ ହେଉଥାଏ । କାରଣ ସାମାନ୍ୟ ଅସତର୍କରେ ଜୀବନ ମିଳିବା ଖୁବ୍ କଷ୍ଟକର । କାରଣ ପାହାଡରେ ବର୍ଷା ସମୟରୁ ପଥର ଗୁଡିକ ଝୁଲି କରି ରହି ଥାଏ । ମୁଁ ଦେଖିଲି କେତେ ଚପଲ ମଧ୍ୟ ଛିଣ୍ଡି କରି ପଡି ଥାଏ । ପରେ ତାର କାରଣ ମଧ୍ୟ ଜାଣି ପାରିଲି । ଯାତ୍ରୀ ମାନେ ଅବତରଣ ସମୟରେ ଆଗକୁ ଝୁଲି ଚାଲିବାରୁ ଚପଲ ଗୁଡିକ ଛିଣ୍ଡି ପଡିଛି । ଆମେ ସବୁ ଯୋତା ପିନ୍ଧି ଯାତ୍ରା କରୁ ଥାଉ ।
ଦେଖିଲି କେତେକ ଭକ୍ତ ଉପରକୁ ଯାଇ ନ ପାରି ବାଟରେ ନଡିଆ, ଫୁଲ ଅନ୍ୟାନ୍ୟ ଭୋଗ ସାମଗ୍ରୀ ମାଆଙ୍କ ଉଦ୍ଧେଶ୍ୟରେ ସମର୍ପଣ କରି ଚାଲି ଆସନ୍ତି । ଗୋଟେ ଯାଗାରେ ମୋର ଓ ପାଣ୍ଡବର ଠିଆ ହୋଇ ସେଠାରେ ନିଜର କ୍ଳାନ୍ତ ମେଂଟାଇ ଆଉ ଉପରକୁ ନ ଯିବା ପାଇଁ ସ୍ଥିର କଲୁ । ମାଆ ଯାହା ହେଉ ତୁମ ଦର୍ଶନ ଆମେ ଅଂଟା ଓ ଗୋଡ ଭଙ୍ଗା ଲୋକ ହିଁ କରି ପାରିବୁ । ତାଙ୍କ ପାଖରେ କଷ୍ଟେ ମଷ୍ଟେ ଯାଇ ପହଁଚିଲୁ । ହେଲେ ମନ୍ଦିର କାହିଁ? ଆରେକ ଭଣ୍ଡାର ଦୁହେଁ ହସୁ ଥିଲେ କହିଲେ ଆଉ ଦୁଇଟି ବାଙ୍କ ବୁଲି ଗଲେ ମନ୍ଦିର । ଏହି କଥା ଶୁଣି ଆମେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଲୁ ରମା ସାଙ୍ଗେ ସାଙ୍ଗେ ତାଙ୍କ ମୋବାଇଲ୍ରୁ ଗୀତଟିଏ ଗାଇ ଦେଲା । ମାତାଙ୍କର ଭଜନ ସେରାବାଲିଙ୍କର ଭଜନ ପୁଣି ନୂତନ ବଳ ସୃଷ୍ଟି ହେଲା ଯିବାକୁ ଆମେ ଚାଲିଲୁ ଏଥର ବଳ ନେଇ । ମୋର ପାଣି ପିଇବାକୁ ମନେ ହେଉଥାଏ । ରମା କହୁ ଥାନ୍ତି ଚାଲ ଭାଇ ଉପରେ ନିଶ୍ଚିନ୍ତ ପାଣି ମିଳି ଯିବ । ଶୋଷରେ ତଂଟି ଶୁଖି ଯାଉ ଥାଏ ତଥାପି ଚାଲିଲୁ ।
ଦୁଇଟି ବାଙ୍କ ବୁଲିବା ପରେ ଏଥର ସିଧା ରାସ୍ତା । ପାଖରେ ଛୋଟ ଲଟା ଗୁଡାକ ବଢି ପାଦ ଚଲା ବାଟକୁ ଅବରୋଧ କରିବାକୁ ଚେଷ୍ଟା କରୁ ଥାନ୍ତି । ତାକୁ ଆଡେଇ ଆମେ ଆଗକୁ ଆଗକୁ ମାଡି ଚାଲିଲୁ । ସେହି କୁହୁଡି ଅନ୍ଧକାରରେ । ଉପରେ ଆମେ ପହଁଚି ଗଲୁ ସେତେ ବେଳକୁ କୁହୁଡି ଆଉ ନ ଥାଏ । ସୂର୍ଯ୍ୟଙ୍କ କିରଣ ଚାରି ଆଡେ ବିଛାଡି ହୋଇ ପଡୁ ଥାଏ ସେହି ପାହାଡ ଉପରେ ମନ୍ଦିର ଚୁଡାରେ ସୂର୍ଯ୍ୟଙ୍କ ରକ୍ତିମ କିରଣ ପଡି ସୁନ୍ଦର ଦେଖା ଯାଉ ଥାଏ । ଯାତ୍ରୀ ବିଶ୍ରାମ ପାଇଁ ଲମ୍ବା ଘରଟିଏ । ଡାହାଣ ପାଖ ଉପରକୁ ଗଲେ ମାଆଙ୍କ ମନ୍ଦିର । ଆମେ ଉଠି ଗଲୁ ମନ୍ଦିର ଆଡେ । ମନ୍ଦିର ଚୁଡାରେ ହନୁ ମାଙ୍କଡଟିଏ ବସିଛି ନିରବରେ । ଆମକୁ ଦେଖି ତାର ମଧ୍ୟ କିଛି ପ୍ରତିକ୍ରିୟା ନାହିଁ । ଚପଲ ଖୋଲି ଆମେ ମାଆଙ୍କୁ ଯାଇ ଦର୍ଶନ କଲୁ । ସେଇ ଠାରେ ମଧ୍ୟ କିଛି ସମୟ ବସି ପଡିଲୁ । ବିପିନି କହିଲେ ଏ ମାଙ୍କଡ ହେଉଛି ମାଆଙ୍କର ସୁରକ୍ଷା ପାଇଁ । ରମା କହିଲେ ମାଆ ତ ସମସ୍ତଙ୍କୁ ସୁରକ୍ଷା ଦେଉ ଛନ୍ତି । ତାଙ୍କୁ ଏହି ମାଙ୍କଡଟି କଣ ବା ସୁରକ୍ଷା ଦେବ । ଏ ମାଙ୍କଡଟି ମାଆଙ୍କର ବାହାନ ଏମିତି ଅନେକ ଆଲୋଚନା ପରେ ଆମେ ଉଠିଲୁ । ପାଣି ମଧ୍ୟ ଉପରେ ନାହିଁ । ବହୁତ ଖାଲି ବୋତଲ ସେଠାରେ ପଡିଛି । ପାଣି ପାଉଚର ଖାଲି ଜରି ଗୁଡାଏ ମଧ୍ୟ ଉଭେଇ ଯାଉ ଥିଲା ମୋ ପାଖରୁ ।
ବିଶ୍ରାମ ଗାରର ବାମ ପଟେ ଲେଖା ଥିଲା ମଣି ବାବାଙ୍କ ପାଖକୁ ରାସ୍ତା ପାହାଚ ମଧ୍ୟ ବାମ ପଟରୁ ତଳକୁ ପଡି ଥିଲା ପାହାଚ ଶେଷ ପାଖରେ ଆମେ ଆଉ କିଛି ସିନା ଦେଖିଲୁନି । ଦେଖିଲୁ ଗୋଟିଏ ବେଲ ଗଛର ଲାଲ୍ ରଙ୍ଗର କନା ବନ୍ଧା ଯାଇଛି । ସେଥିରେ ଗୋଟିଏ ପତକା ମଧ୍ୟ ଲାଗିଛି । ମଣି ବାବା ତାଙ୍କୁହିଁ ଭାବି ପ୍ରଣାମ କଲୁ ଓ ବିପିନ୍ ତ ଏକ ପ୍ରକାର ଦୌଡି ଦୌଡି ଓହ୍ଲାଇଲେ ହେଲେ ଆମେ ସେମିତି ଧିରେ ଧିରେ ଅବତରଣ କଲୁ । ଆମେ ଅବତରଣ କରି ଜଣେ ଲୋକ ଠାରୁ ଯାହା ଶୁଣିଲୁ ଭୟରେ ଆମ ପାଟିରୁ କଥା ବାହାରି ଲାନି । ହେଲେ ସ୍ମୃତି ଆମେ ହୃଦୟରେ ବହନ କରି ଫେରି ଆସିଲୁ ତଳେ ଠିଆ ହୋଇ ମନ୍ଦିରକୁ ଆମେ ନିଜକୁ ନିଜେ ବିଶ୍ୱାସ କରି ପାରୁ ନଥିଲୁଯେ ଏତେ ବଡ ପାହାଡକୁ ଆମେ ଯାଇ ଫେରି ଆସିଛୁ । କଥା ସରିନି ସେ ଲୋକଟି ଯାହା କହିଲା ବର୍ଣ୍ଣନା କରୁଛି ।