ଘରଚଟିଆର ଏଇ କଥା ଶୁଣି ମାଙ୍କଡଟି ପ୍ରବଳ ଭାବରେ ରାଗିଲା ଏବଂ କହିଲା, ‘ତୁମର ଉପଦେଶ ଦେବା ଦରକାର ନାହିଁ । ମୋର ଯଥେଷ୍ଟ ଜ୍ଞାନ ଅଛି । ଦୟାକରି ତୁମେ ପାଟିବନ୍ଦ କର । ସାମାନ୍ୟ ଏକ ପକ୍ଷୀ, ସିଏ ପୁଣି ମୋତେ ଉପଦେଶ ଦେଉଛି ।’ ଘରଚଟିଆକୁ ମାଙ୍କଡ ଏହା କହିବା ପରେ ନିଜେ ନିଜକୁ ସାନ୍ତ୍ୱନା ଦେବାକୁ ଯାଇ କହିଲା, ‘ମୋର ଏଇ ସାମାନ୍ୟ ଘରଚଟିଆର କଥାରେ ବ୍ୟସ୍ତ ହେବା ଦରକାର ନାହିଁ । ମୁଁ ମୋ ନିଜ ବାଟରେ ଠିକ୍ ଅଛି । ମାଙ୍କଡଙ୍କର ତ ପ୍ରକୃତି ଗଛ ଉପରକୁ ଚଢିଯାଇ ଏ ଡାଳରୁ ସେ ଡାଳକୁ ଡେଇଁବା । କିଛି ସମୟ ପରେ ମାଙ୍କଡଟି ମଧ୍ୟ ସେହି ଗଛ ଉପରକୁ ଚଢି ଯାଇ ମନ ଖୁସିରେ ଏ ଡାଳରୁ ସେ ଡାଳକୁ ଡେଇଁଲା । ଏହି ଡେଇଁବା ଦ୍ୱାରା ଘରଚଟିଆର ବସା ଭାଙ୍ଗିଗଲା ।
ଏହି କାହାଣୀଟି କହିସାରିବା ପରେ ‘କାରାତକ’ କହିଲା, ‘ନିର୍ଦ୍ଧିଷ୍ଟ କୌଣସି ଏକ ବ୍ୟକ୍ତିକୁ ଉପଦେଶ ଦେବା ଉଚିତ୍ ନୁହେଁ । ମୋର ସତ ଉପଦେଶ ତୁମ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଏଥିପାଇଁ ତୁମର କୌଣସି ଦୋଷ ନାହିଁ । ତେଣୁ କୌଣସି ଗୋଟିଏ ମୂର୍ଖ ବ୍ୟକ୍ତିକୁ ଉପଦେଶ ଦେବା ଅପେକ୍ଷା ନ ଦେବା ବରଂ ଭଲ । କାରଣ ଏହା ତା’ ଉପରେ କୌଣସି ପ୍ରଭାବ ପକାଏ ନାହିଁ । ଦମନକ ତୁମର ଗୋଟିଏ ଭୁଲ୍ ରହିଯାଉଛି । ତୁମେ ସର୍ବଦା ନିଜକୁ ଚତୁର ବୋଲି ମନେ କରୁଛ । ତୁମେ ବୋଧହୁଏ ଧର୍ମ ବୁଦ୍ଧି ଏବଂ ପାପବୁଦ୍ଧି କାହାଣୀ ସଂପର୍କରେ ଜାଣିନାହଁ ।
‘ଦମନକ’ ସଂଗେ ସଂଗେ ସେହି କାହାଣୀଟି ସଂପର୍କରେ ପଚାରିଲେ, ‘କାରାତକ’ କାହାଣୀ କହିବା ଆରମ୍ଭ କଲେ ।