ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମାଛଖିଆ ଭୂତ

                ଦିନକର ଘଟଣା । ବୈଶାଖ ମାସ, କୁଳିଆ ଓ ବାବାଜୀ ଦୁଇ ଭାଇ ସେଦିନ ସକାଳୁ ଖାଇ ପିଇ ଜାଲ ଧରି ମାଛ ଧରିବାକୁ ନଈକୁ ଗଲେ । ସେଦିନ ସେମାନେ ପ୍ରଚୁର ମାଛ ଧରିଲେ । ଏମିତି ମାଛ ଧରିବା ନିଶାରେ ସେମାନେ ଦୁହେଁ ଅନେକ ବାଟ ଚାଲିଗଲେ । ସମୟାନୁକ୍ରମେ ଛାଇ ଲେଉଟିଲା, ମାଛ ଖାଳେଇ ମାଛରେ ଭରପୁର । ଏଣେ ଖୁସି ମନରେ ସେ ଦୁଇଭାଇ ଘରକୁ ଫେରୁଥା’ନ୍ତି । ଘରକୁ ଫେରିବା ବାଟରେ କୁଳିଆ ଦେଖିଲା ପାଟ ମଝିରେ ପାଣି ଖାଲଟିଏ । ସେ ଖାଲରେ ତ ଖାଲି ମାଛମାନେ ଡେଉଁ ଥାଆନ୍ତି । ତେଣୁ ଗୁବ୍ଗୁବ୍ ଶୁଭୁଥାଏ । ଏସବୁ ଦେଖି କୁଳିଆ କହିଲା, ବାବାଜୀ, ଏ ଖାଲରେ ତ ବହୁତ ମାଛ ଅଛନ୍ତି, ତେଣୁ ଆମେ ଗୋଟେ କାମ କରିବା । କାଲି ଆଉ ଜାଲରେ ମାଛ ଧରିବା ନାହିଁ । କାଲି ସେଣା ଧରି ଆସିବା ଏ ଖାଲଟିକୁ ବୋହିବା । ମାଛ କଙ୍କଡା ଯାହା ବି ଅଛି ସବୁ, ଧରିଦେବା । ବାବାଜୀ ତୁ ଗୋଟେ କାମ କରିବୁ, ଆଜି ରାତି ଠିକ୍ ଚାରିଟା ବେଳକୁ ମୋତେ ଉଠାଇ ଦେବୁ । ଘର ପଛପଟେ ତ ସେଣା ଅଛି । ତାପରେ ସେଣା ଧରି ଦୁଇ ଭାଇ ମିଶି ଏ ଖାଲର ସବୁ ପାଣିକୁ ବୋହି ମାଛ ଧରିନେବା । ସେ ଖାଲ ନିକଟରେ ତ ନଣ୍ଡା ବରଗଛଟିଏ । କୁଳିଆ କହିଲା ଖାଲ ନିକଟରେ ତ ଏ ନଣ୍ଡା ବରଗଛଟି ଅଛି, ତେଣୁ ଏ ଖାଲଟିକୁ ଖୋଜି ପାଇବାରେ ତ ଆଉ କୌଣସି ଅସୁବିଧା ବି ନାହିଁ । ଏହା ଶୁଣି ବାବାଜୀ କହିଲା ହଁ ଭାଇ ଠିକ୍ ଅଛି । ତୁମ କଥା ମୋର ମନେ ରହିଲା । ଏତିକି କଥାବାର୍ତ୍ତା ହୋଇ ଦୁଇ ଭାଇ ଘରକୁ ଫେରିଲେ ।

                ସେ ଦୁଇ ଭାଇଙ୍କ ଏପରି କଥାବାର୍ତ୍ତାକୁ ସେ ନଣ୍ଡା ବରଗଛରେ ଥିବା ଭୂତଟି ଶୁଣିଲା । କାହିଁକିନା ଭୂତଟିର ଆଶ୍ରୟସ୍ଥଳୀ ହେଉଛି ସେ ନଣ୍ଡା ବରଗଛଟି । ଭୂତଟି ତ ଅନେକ ଦିନ ହେବ ସେ ବର ଗଛରେ ରହୁଥିଲା । ତେଣୁ ସେ ଭୂତଟି ମନେ ମନେ କହିଲା ହଉରେ ପୁଅ ଠିକ୍ ଅଛି । ଏଣେ କୁଳିଆ ବାବାଜୀ ତାଙ୍କ ଘରକୁ ଆସିଲେ । ମାଛତକ ଗାଆଁ ପାଖ ବଜାରରେ ବିକ୍ରିକରି ସେମାନେ ବି ବେଶ୍ ଭଲ ପଇସା ପାଇଲେ, ତା’ପରେ ସେ ଦୁଇ ଭାଇ ଖାଇପିଇ ନିଶ୍ଚିନ୍ତରେ ଘରେ ଶୋଇ ଥାଆନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ