ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମାଛଖିଆ ଭୂତ

ହଠାତ୍ ନିଆଁ ଜଳିଲା ଭଳି ଗଛ ସାରା ଏକ ବିରାଟ ନିଆଁର ଝଲକ । ସତେ ଅବା ସେ ନଣ୍ଡା ବରଗଛଟିରେ ନିଆଁ ଖାଲି ହୁତ୍ହୁତ୍ ହୋଇ ଜଳି ଯାଉଛି । ତା’ପରେ ପୁଣି କିଛି ବି ନାହିଁ । ଏମିତିକି ସେ ନିଆଁ ବି କୁଆଡେ ଅଦୃଶ୍ୟ ହୋଇଗଲା । ତାପରେ ବାବାଜୀ ଏସବୁ ଦୃଶ୍ୟ ଦେଖି ପାଣି ଖାଲରେ ଚେତା ହରାଇ ବସିଲା । ଠିକ୍ ସେହି ସମୟରେ କୁଳିଆ ଯାଇ ସେ ଖାଲ ପାଖରେ ପହଁଚି ଯାଇଥିଲା । ସେତେବେଳକୁ ରାତି ତ ସମ୍ପୂର୍ଣ୍ଣ ରୂପେ ପାହି ଯାଇଥିଲା । କୁଳିଆ ଭାଇକୁ ଦେଖି ବାବାଜୀ ଭାଇ, ବାବାଜୀ ଭାଇ କହି ବାବାଜୀ ମୁହଁରେ ପାଣି ଛାଟିଲା । କିଛି ସମୟ ପରେ ବାବାଜୀର ଚେତା ଫେରିଲା । ତାପରେ ସେ ଦୁଇ ଭାଇ କୁଣ୍ଢାକୁଣ୍ଢି ହୋଇ ଖାଲି ଭୋ ଭୋ ହୋଇ କାନ୍ଦିଲେ । ଏଥୁଅନ୍ତେ ସେ ବାବାଜୀ କୁଳିଆକୁ ଘଟିଥିବା ଘଟଣା ସବୁ କହିଲା । ଏହିପରି ଭାବେ ସେ ବାବାଜୀକୁ ଭୂତ ଡାକି ନେଇ ପାଣି ବୁହାଇବା କଥା ଅନ୍ତପୁର ଗାଆଁରେ ସମସ୍ତେ ଜାଣିଲେ । ତେଣୁ କେଉଟମାନେ ଘାଟ ନିକଟକୁ ଆସିଲେ । ଭୂତ ସାହାଯ୍ୟରେ ବାବାଜୀ ଖାଲରେ ଥିବା ପାଣି ସବୁକୁ ତ ବୋହି ସାରିଥିଲା । ସେ ଖାଲରେ ପୁଣି କାହିଁରେ କ’ଣ ମାଛ । ସମସ୍ତେ କହିଲେ ‘ଭୂତ’ ବାବାଜୀକୁ ଉଠାଇଆଣି ଏ କାମ କରିଛି ଭାଗ୍ୟ ଭଲ ବାବାଜୀ ବଂଚିଗଲା ।

ଏପରି କଥା ଶୁଣି ବୁଢା ବୁଢୀମାନେ କହିଲେ ବହୁବର୍ଷ ହେବ ଏ ନଣ୍ଡା ବରଗଛରେ ମାଛଖିଆ ଭୂତଟି ରହୁଛି । ସେହି ଖାଲଟିରୁ ଦିନବେଳା କେହି ମାଛ ଧରି ନେଲେ କିଛି ବି ଅସୁବିଧା ନାହିଁ । ପୂର୍ବରୁ ଏ ମାଛଖିଆ ଭୂତ ତ ଅନେକ ଲୋକଙ୍କୁ ହଇରାଣ କରିଛି । ଏମିତିକି କେଉଟ ସାହି ଲୋକକୁ ପାଣି ଖାଲରେ ପକାଇ ମାରି ବି ଦେଇଛି । ସମସ୍ତେ କହନ୍ତି ଏଇଟା ମାଛଖିଆ ଭୂତ ପୋଖରୀ । ବାବାଜୀ ତ ଏକଥା ଆଦୌ ଜାଣି ନଥିଲା । ତେଣୁ ସମସ୍ତେ ବାବାଜୀକୁ ସାହାଯ୍ୟ କଲେ । ସେ ଖାଲରେ ଯେତେ ମାଛ ଥିଲା ସେସବୁ ଧରି ଦୁଇ ଭାଇଙ୍କୁ ଦେଲେ । ସେଦିନ କୁଳିଆ ଏତେ ମାଛ ଧରିଥିଲେ ଯେ ତାଙ୍କ ଜୀବନରେ ସେ ଏତେ ମାଛ କେବେ ବି ଧରି ନ ଥିଲେ । ପନ୍ଦର ଦିନରେ ଯେତିକି ମାଛ ଧରିବେନି ଗୋଟିଏ ଦିନରେ ସେତିକି ମାଛ ଧରିଥିଲେ । ଏହା ଦେଖି ବୁଢା କେଉଟମାନେ କହିଲେ ସେ ମାଛଖିଆ ଭୂତ ମାଛ ଖାଇ ସେ ନଣ୍ଡା ବରଗଛ ତଳେ କଂଟା ପକାଇବାର ଆମେ ନିଜ ଆଖିରେ ଦେଖିଛୁ । ଭୂତ ଭୟରେ ସେ ନଣ୍ଡା ବରଗଛ ଡାଳ ପତ୍ର ସେମିତି ଥାଏ । ଆଜି ପର୍ଯ୍ୟନ୍ତ ହେଲାଣି ସେ ଗଛରୁ ଡାଳ ପତ୍ର କେହି ବି ନେଇ ନାହାଁନ୍ତି । ସେହିଦିନୁ ସେ ମାଛଖିଆ ଭୂତ ନଣ୍ଡା ବରଗଛ ପାଣି ଖାଲଟିରୁ କେହି ବି ମାଛ ଧରନ୍ତି ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ