ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମାଛି ସନ୍ଦେଶ ଖାଉଛି

ଗୋପାଳ ଏହା କହୁ କହୁ ସନ୍ଦେଶ ଖାଇବାରେ ଲାଗିଲା । ପିଲାଟି ଆଉ ସହି ନପାରି ତାର ବାପାକୁ ଡାକି ପଚାରିଲା, ବାପା ମାଛି ସନ୍ଦେଶ ଖାଇ ଯାଉଛି । ତାର ବାପା ଭାତ ଗୁଣ୍ଡାଟି ଗିଳି ଦେଇ କହିଲା ଶଳା ମାଛି ଗୁଡାକ ତ ସନ୍ଦେଶ ଥାଳିରେ ବସନ୍ତି, ସେହି ବୋଧ ହୁଏ ବସି ଥିବ ତେଣୁ ପୁଅଟା ଡାକ ପକାଇଛି । ଦୋକାନୀ ଏହା ଭାବି ମାଛି ମନେ କରି ପୁଅକୁ ଡାକି କହିଲା, ହଁ, ସେ ମାଛି ନିଇତି ଆସି ଖାଏ । ଆଜି ଖାଉଛି ଖାଉ । ତୁ ତାକୁ କିଛି ନକହି ମୁଁ ଯିବା ଯାଏଁ ଦୋକାନ ଜଗି ବସିଥା ।

ବାପର କଥା ଶୁଣି ପିଲାଟି ଗୋପାଳକୁ କିଛି କହିଲା ନାହିଁ । ଗୋପାଳ ଗୋଟିକ ପରେ ଗୋଟିଏ ସନ୍ଦେଶ ଖାଇ ଗର୍ଭସାତ୍ କରି ଚାହୁଁ ଚାହୁଁ ଥାଳିକ ଯାକ ସନ୍ଦେଶ ଖାଇ ଶେଷ କରି ଦେଲା । ଦୋକାନୀ ଆସିବାର ସମୟ ଜାଣି ସେ ସେଠାରୁ ଚମ୍ପଟ ମାଇଲା । କିଛି କ୍ଷଣ ପରେ ଦୋକାନୀ ଆସି ଦେଖିଲା ଯେ ସନ୍ଦେଶ ଥାଳିଟି ଖାଲି ପଡିଛି । ମୁଣ୍ଡରେ  ହାତ ଦେଇ ବସି ପୁଅକୁ ପଚାରିଲା – କିରେ ସନ୍ଦେଶ ଥାଳିଟି କଣ ହେଲା? ପୁଅ ମାଡ ଡରରେ ଥରି ଥରି କହିଲା – ମାଛି ଖାଇ ଗଲା । ଦୋକାନୀ ରାଗି ଯାଇ ପୁଣି ପଚାରିଲା – ମାଛି କ’ଣ ଥାଳିକ ଯାକ ସନ୍ଦେଶ ଖାଇ ଗଲା ନା । ପିଲାଟି ଉତ୍ତର ଦେଲା ହଁ ମୁଁ ପରା ତୁମକୁ ପଚାରିଲି, ତୁମେ କହିଲ ସେ ନିତି ଆସି ଖାଇ ଯାଏ । ଦୋକାନୀ ହତ ବୁଦ୍ଧି ହୋଇ କହିଲା ଆରେ ସେ କିପରିକା ମାଛି? ପିଲାଟି କହିଲା – ଟାଙ୍ଗରା ମୁଣ୍ଡିଆ ବାଙ୍ଗରାଟିଏ ଗଣେଶ ପରି ପେଟ ।

ପୁଅର କଥା ଶୁଣି ଦୋକାନୀ ବିଚରା ଆଉ କଣ କରିବ । ସେ ବୁଝିଲା ଯେ, ଏହା  କୌଣସି ଧୃତ ମଣିଷର କାମ । ଯା’ ହେଉ ସେ ତ ଖାଇ ଦେଇ ଚାଲି ଗଲାଣି । ପୁଅକୁ ମାଇଲେ କ’ଣ ହେବ । ସେ ଦୋଷ ତ ଏକା ତାର ନୁହେଁ, ମୋର ବି ଅଛି । ଦୋକାନୀ ଏପରି ଭାବି କାନମୁଣ୍ଡା ଆଉଁସି ରହିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ