ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମାଛ କଡେଇରେ ଶଗଡିଆର ଆଶା

                ସେମାନଙ୍କ ମଧ୍ୟରୁ ଜଣେ ଶଗଡିଆ କହିଲା, ଭାଇମାନେ, ଆଜି ଆମେ ଏକାଠି ରୋଷେଇ କରି ଖାଇ ପିଇ ଶୋଇବା, ରାତି ପାହିଲେ ଏଇଠୁ କିଛି ଭଡା ମିଳିଯାଇପାରେ । ବାଟରେ କେହି ଯାତ୍ରୀ ମିଳିବେ । ଅଳପ ବହୁତ ଯାହା ବି ରୋଜଗାର ହେବ, ସେଥିରେ କିଛି ଯାଏ ଆସେ ନାହିଁ । କାରଣ ସେଦିନ ତାଙ୍କର ଭଲ ରୋଜଗାର ହୋଇଛି । ଶଗଡିଆମାନେ ରୋଷେଇ ସାମଗ୍ରୀକୁ ତ ସାଙ୍ଗରେ ଧରି ଆସିଥାନ୍ତି, ଡାଲି, ଚାଉଳ, ହାଣ୍ଡି ସବୁ ବି ସେମାନଙ୍କ ପାଖରେ ଥାଏ । ଶଗଡିଆମାନେ ସେଇଠି ଚୁଲି ଖୋଳିଲେ କିଛି ଜାଳେଣି କାଠ ମଧ୍ୟ ସାଙ୍ଗରେ ନେଇ ଥାଆନ୍ତି । ଚୁଲି ଲଗାଇବାକୁ କୌଣସି ଶଗଡିଆ ପାଖରେ ନିଆଁ ନଥିଲା । ସେମାନଙ୍କ ମଧ୍ୟରୁ ଜଣେ ଶଗଡିଆ ନିଆଁ ପାଇଗଲା । ନାଆଁ ତା’ର ଚନ୍ଦ୍ରମଣି, ଚନ୍ଦ୍ରମଣି ସେ ଗାଆଁର ଜଣେ ଜମିଦାରଙ୍କ ଘରେ ପହଁଚିଲା । ନିଆଁ ମାଗିଲା । ସେ ସମୟରେ ଜମିଦାରଙ୍କର ସାନ ବୋହୂ ତ ମାଛ ଭାଜୁଥିଲେ । ସେ ଚନ୍ଦ୍ରମଣି ତ ଭାରି ଆଇଁସ ପ୍ରିୟ, ମାଛ ଭଜାର ବାସ୍ନା ଯେମିତି  ତା’ ନାକରେ ବାଜିଛି, ସେ ଅତ୍ୟନ୍ତ ବ୍ୟସ୍ତ ହୋଇ ପଡିଛି । ଦେଖିଲା ଜମିଦାରଙ୍କ ଘର ବୋହୂ ମାଗୁର ମାଛ ଭାଜୁଛନ୍ତି । ଖଣ୍ଡ ଖଣ୍ଡ ମାଗୁର ମାଛ ଭଜା ହୋଇ ଲାଲ୍ ଲାଲ୍ ଦେଖା ଯାଉଥାଏ । ଏଣେ ଚନ୍ଦ୍ରମଣିର ଆଶା ରହିଗଲା ସେହି ମାଗୁର ମାଛରେ, ଜମିଦାର ବୋହୂ ତ ମାଛ ଭାଜୁଥାଏ । ଚନ୍ଦ୍ରମଣି ଘର ଦୁଆର ନିକଟରେ ଠିଆ ହୋଇ ସେହି ମାଛ ଭଜାକୁ ଡାହାଣା ଭଳି ଚାହିଁ ରହିଥାଆନ୍ତି । ହଠାତ୍ ଜମିଦାରଙ୍କର ସାନ ବୋହୂ କହିଲା କ’ଣ ନିଆଁ ନବ ପରା । ଚନ୍ଦ୍ରମଣି କଲା ହଁ । ଜମିଦାରଙ୍କର ସାନ ବୋହୂ ଚନ୍ଦ୍ରମଣିକୁ ନିଆଁ ଦେଲେ । ସଯତ୍ନେ ନିଆଁକୁ କାଠି କୁଟାରେ ଧରି ଚନ୍ଦ୍ରମଣି ତା’ ଶଗଡିଆ ଭାଇମାନଙ୍କ ନିକଟରେ ଯାଇ ପହଁଚିଲା । ରୋଷେଇବାସ କଲେ, ଖାଇଲେ ପିଇଲେ ଆରାମ୍ରେ ସମସ୍ତେ ଶୋଇ ଗଲେ । ହେଲେ ସେ ଚନ୍ଦ୍ରମଣି କିନ୍ତୁ ମୋଟେ ଖାଇଲାନାହିଁ ।

ତେଣେ କ’ଣ ହୋଇଛି ନା ଜମିଦାରର ସାନ ବୋହୁ କିଛି ମାଛ ତରକାରି କଲେ, ଆଉ କିଛି ଭଜା ମାଛ ଗୋଟିଏ କଡେଇରେ ରଖି ତା’ ଉପରେ ଥାଳିଟିଏ ଘୋଡାଇ ଦେଲେ । ମାଛ କଡେଇଟି ଶିକାରେ ରଖି ଦେଲେ, ସେ ମାଛ କଡେଇରେ ତ ଚନ୍ଦ୍ରମଣିର ଆଶା ପଶି ଯାଇଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ