ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମାଡ

କୁମାର କଥାଶୁଣି ସେ ବୁଢୀ କହିଲା “ବାବା, ତୁ ଆଉ କାହିଁକି କେଉଁଠାକୁ ଯିବୁ । ମୋରି ପାଖରେ ରହି କାମ କର । ଏଇଠି ରହିବୁ, ଖାଇବୁ । ତୁ ତୋ ଗ୍ରାମକୁ ଫେରିବା ବେଳକୁ ମୋ ପାଖରେ ଯାହା ଥିବ ତୋତେ ମୁଁ ତାହା ଦେବି ।”

ବୁଢୀର କଥାଶୁଣି କୁମାର ଖୁବ୍ ଉତ୍ସାହିତ ହୋଇ କହିଲା “ନିଶ୍ଚୟ, ଇଏ ତ ବଡ ଆନନ୍ଦର କଥା । ତୁମ ପରି ଲୋକର କାମ କଲେ ମୋତେ ମଧ୍ୟ ପୁଣ୍ୟ ମିଳିବ ।”

ଏଥିଉତାରେ କୁମାର ବର୍ଷକ ପାଇଁ ବୁଢୀ ପାଖରେ କାମ କଲା । ଗାଈଗୋରୁଙ୍କୁ ଖୁଆଏ, ପିଆଏ । ଜଙ୍ଗଲରୁ କାଠକାଟି ଆଣେ । ଗାଈ ଦୁହେଁ । ଗୋରୁ ଚରାଏ । ଏହିଭଳି ଭାବେ ବଡ ଖୁସିରେ ସେ ବୁଢୀ ପାଖରେ କୁମାର ଥାଏ । ବୁଢୀ ତା’କୁ ଦିନକୁ ତିନିବେଳା ପେଟଭରି ଖାଇବାକୁ ଦିଏ । ବର୍ଷେ ପୁରିବା ପରେ ସେ ବୁଢୀ ଦିନେ କହିଲା, “କୁମାର, ତୁ ତ ବର୍ଷେକାଳ ମୋ ପାଖରେ ଅତି ସୁନ୍ଦର ଭାବରେ କାମଦାମ କରି ରହିଲୁ । ବର୍ଷ ଶେଷରେ କିଛି ଦେବି ବୋଲି ମୁଁ ତୋତେ କହିଥିଲି । ଏବେ ମୁଁ ମୋ ଗଧଟିକୁ ତୋତେ ଦେବି । ଏହାକୁ ନେଇ ଯାଇ ତୁ ଭଲରେ ଚଳିବୁ ।”

ଏକଥା ଶୁଣି କୁମାରର ମନ ଭୀଷଣ ଖରାପ ହୋଇଗଲା । ଗଧଟିଏ ନେଇ ସେ ଏବେ କ’ଣ କରିବ? ଗଧଟିକୁ ଦେଖି କାନ୍ତା କ’ଣ ଖୁସି ହେବ? କୌଣସି ଧୋବାକୁ ବିକିଲେ ହୁଏତ ଅଳ୍ପ କିଛି ପଇସା ମିଳିବ । ଏଣେ ତା’ ମନେମନେ କୁମାର ଭାବିଲା ବୁଢୀ ତାକୁ ଠକିଲା । ତା’ର ଏଭଳି ମଳିନ ମୁଖ ଦେଖି ବୁଢୀ ହସିଦେଇ କହିଲା, “ଏତେ ଦିନ ମୋ ପାଖରେ କାମ କରିବା ପରେ କେବଳ ଗଧଟିଏ ମୁଁ ତୋତେ ଦେଲି ବୋଲି ତୁ କ’ଣ ମନ ଦୁଃଖ କରୁଛୁ କି? ଗଧର କାନ ଦୁଇଟି ମୋଡି ଟାଣିଦେବୁ, ତା’ପରେ ଯାଇ ଦେଖିବୁ ତା’ର କରାମତି ।”

କୁମାର ଗଧର କାନ ମୋଡି ଟାଣିବା ମାତ୍ରେ ଗଧ ହିଁ ହିଁ କରିବାକୁ ଲାଗିଲା ଓ ତାହାର ମୁହଁରୁ ମୁକ୍ତା ଓ ସୁନାମୋହରସବୁ ଝଡିଲା । ଏସବୁ ଦେଖି ସେ କୁମାର ବହୁତ ଖୁସି ହୋଇ ବୁଢୀକୁ କୃତଜ୍ଞତା ଜଣାଇଲା; ଓ ସେହି ଗଧଟିକୁ ଧରି ବୁଢୀ ପାଖରୁ ବିଦାୟ ନେଇ ନିଜ ଗ୍ରାମକୁ ଫେରିଗଲା ।

ଯାଉ ଯାଉ ବାଟରେ ହଠାତ୍ ରାତି ହୋଇଗଲା । ପାଖରେ ଗୋଟିଏ ଗ୍ରାମ ଦେଖି ସେଠାରେ ସେ ରହିଗଲା । ଭାବିଲା ରାତି ପାହୁ ପାହୁ ଶିଘ୍ର ଯାଇ ଘରେ ପହଁଚି ପାରିବି । ଏହି କଥା ଭାବି ଜଣେ ବୁଢୀର ଘରେ ଯାଇ ସେ ପହଁଚିଲା ଓ ତାଙ୍କୁ କହିଲା, “ବୁଢୀମା, ଦୟାକରି ଆଜି ରାତିକ ଏଠାରେ ରହିବା ପାଇଁ ମୋତେ ଯଦି ଅନୁମତି ଦେବେ, ତେବେ ଏଇଠି ଗଣ୍ଡିଏ ଖାଇ ମୁଁ ଶୋଇବି; ଆଉ ରାତି ପାହିଲେ ଏଠାରୁ ଚାଲିଯିବି । ସେଥିଲାଗି ଯାହା ପଇସା ପଡିବ ତାହା ମୁଁ ଦେବି ।”

ବୁଢୀ ରାଜି ହେଲା । ରାତ୍ରିଭୋଜନ ଶେଷ କରି କୁମାର ଶୋଇବାକୁ ଯାଉଛି, ବୁଢୀ କହିଲା, “ତମେତ ବାବୁ ବଡି ଭୋର୍ରୁ ଉଠି ଚାଲିଯିବ । ଖାଇବା ରହିବାର ଖର୍ଚ୍ଚଟା ଆଜିଠାରୁ ଦେଇ ଦେଲେ ଭାରି ଭଲ ହୁଅନ୍ତା, ତେଣିକି ସକାଳକୁ ଆଉ କୌଣସି ଝିନ୍ଝଟ ରହନ୍ତା ନାହିଁ ।”

“ଆଚ୍ଛା ହେଉ । ଏଇଠି ବସି ଥା, ମୁଁ ଟିକେ ଆସେ ।” ଏତିକି କହି କୁମାର ବାହାରକୁ ଯାଇ ଗଧ କାନ ଟାଣି ରତ୍ନ ଓ ମୋହରସବୁ ଆଣିଲା । ବୁଢୀକୁ ତା’ର ପ୍ରାପ୍ୟଠାରୁ ଅଧିକ ଦେଇ ସେ କହିଲା, “ବୁଢୀମା ଏତକ ରଖିଥାଅ, କାମରେ ଆସିବ ।”

ଏସବୁ ଘଟଣା ସେ ବୁଢୀର ପୁଅ ଦେଖି ଦେଲା । ସେ ତ ମହା ଚାଲାଖି । ସୁତରାଂ ସେ ଅନ୍ୟ ଗଧଟିଏ ଆଣି, ଏହି ଗଧର ସ୍ଥାନରେ ତାକୁ ବାନ୍ଧିଦେଲା ଓ ଏଇ ଗଧଟିକୁ ସେ ଦୂରରେ ନେଇ ବାନ୍ଧିଲା । ରାତିରେ ମଧ୍ୟ ରତ୍ନ ଓ ମୋହରସବୁ କୁମାରଠାରୁ ସେ ଚୋରୀ କରି ନେଇଗଲା ।

ସକାଳୁ ଉଠି କୁମାର ସେ ଗଧ ଉପରେ ଚଢି ନିଜ ଗ୍ରାମକୁ ଗଲା । ତା’ପରେ ସେ ତା’ ବାପାଙ୍କୁ ସବୁକଥା କହିଲା, ଶେଷରେ କହିଲା, “ଆପଣ ଏହାର କାନ ଟାଣନ୍ତୁ ଦେଖିବେ ମୋ କଥାର ସତ୍ୟତା କେତେ?”

ରାଘବ ଠିକ୍ ସେପରି କଲା । କିନ୍ତୁ ମୋହର ଓ ରତ୍ନ ବର୍ଷା କରିବା ପରିବର୍ତ୍ତେ ସେ ରାଘବକୁ ଓଲଟି ନାତ ମାରି ଚାଲିଲା । ଫଳରେ ରାଘବ ପଡିଯାଇ ରାଗିଗଲା ।

ରାଘବ ରାଗିକରି କହିଲା “ତୁ ନିହାତି ଗୋଟାଏ ଗଧ । ଗଧ ସହିତ ରହି ରହି ଆଜି ତୋର ଏପରି ଦଶା ହୋଇଛି । ଯା ପଳା ମୋ ସାମନାରୁ । ଏତେ ଦିନ ପରେ ଆସି ମୋତେ ତୁ ମିଛ କଥା କହି ଠକୁଛୁ ।”

ଏଥିରୁ ସେ କୁମାର ଆଦୌ କିଛିବି ବୁଝିପାରିଲା ନାହିଁ, ଏହା କିପରି ସମ୍ଭବ ହେଲା । ଏହି କଥାକୁ ଭାବି ଭାବି ତା’ ମନ ବଡ ଖରାପ ହୋଇଗଲା । ସେ ପୁଣି ଭାବିଲା “ମୁଁ ଆଉଥରେ ପୁଣି ଚାକିରୀ କରି ଧନ ଅର୍ଜନ କରି ଘରକୁ ଫେରିବି ।” ଏଭଳି କଥା ଭାବି ସେ ଘରୁ ବାହାରିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ