ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମାତୃଭକ୍ତ ପରଶୁରାମ

ପ୍ରାଚୀନ କାଳର କଥା ।

                ଋଷି ଜମଦଗ୍ନିଙ୍କର ପାଂଚଜଣ ପୁତ୍ର ଥିଲେ । ସମସ୍ତଙ୍କ ଭିତରେ ରାମ ଥିଲେ ସବୁଠାରୁ ସାନ । ସେ ବୁଦ୍ଧିରେ ଯେମିତି ଧୁରନ୍ଧର, ଜ୍ଞାନରେ ମଧ୍ୟ ସେମିତି ତୀକ୍ଷ୍ନ ଥିଲେ । ହେଲେ ସେ ଭାରି ଦୁଷ୍ଟ ଥିଲେ । ସେ ପିଲା କାଳରୁ ମାତୃଭକ୍ତ ଥିବା ହେତୁ ମାଆଙ୍କୁ ଗଭୀର ଭକ୍ତି କରୁଥିଲେ । ତାଙ୍କ ନିକଟରେ ମାଆଙ୍କ କଥା ହିଁ ସବୁଠାରୁ ବଡ । ମାଆଙ୍କ କଥାନୁସାରେ ସେ କାର୍ଯ୍ୟ କରୁଥିଲେ । ମାଆଙ୍କୁ ସେ ତାଙ୍କ ଜୀବନ ଠାରୁ ବଳି ଭଲ ପାଉଥିଲେ ।

                ରାମ କ୍ରମେ ବଡ ହେଲେ । ଏତିକି ବେଳେ ତାଙ୍କ ପାଇଁ ତ ଶିକ୍ଷା ଆବଶ୍ୟକ । ଏକଥା ଦିନେ ତାଙ୍କର ମାଆ ରେଣୁକା ସମୟ ସୁଯୋଗ ବୁଝି ସ୍ୱାମୀ ଋଷି ଜମଦଗ୍ନିଙ୍କୁ ଜଣାଇବାକୁ ଯାଇ କହିଲେ, ‘ରାମ ତ ଏବେ ବଡ ହେଲାଣି । ତା’ର ଶିକ୍ଷା ପାଇବା ନିତାନ୍ତ ଆବଶ୍ୟକ । ତେଣୁ ତା’ର ବ୍ୟବସ୍ଥା ଆପଣ କରନ୍ତୁ ।’

                ସେଥିରେ ଋଷି ଜମଦଗ୍ନି ପତ୍ନୀଙ୍କୁ କହିଲେ, ‘ଦେଖ ଦେବୀ ! ତୁମେ ତ ମୋ ବିଷୟରେ ସବୁ କିଛି ଜାଣିଛ । ଅତଏବ ରାମ ପାଇଁ ଜଣେ ଶିକ୍ଷକ ଖୋଜିବା ଅପେକ୍ଷା ମୁଁ ତ ତାକୁ ଯଥାର୍ଥରେ ଶିକ୍ଷା ଦେଇ ପାରିବି ।’ କିନ୍ତୁ; ରାମ ମୋ ଠାରୁ ଶିକ୍ଷା ଗ୍ରହଣ କରିବାକୁ ଚାହୁଁଛି କି ନାହିଁ, ତାହା ତୁମେ ପଚାରି ବୁଝି ନିଅ । ଏହାପରେ ଯେଉଁଟା ସମ୍ଭବ ସେଇ କାର୍ଯ୍ୟ ହିଁ କରିବା’ । ଏକଥା ଶୁଣି ଦେବୀ ରେଣୁକା ନୀରବରେ ସ୍ୱାମୀଙ୍କ ପାଖରୁ ଫେରି ଆସିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ