ନବୀ ମହମ୍ମଦ ତ ପ୍ରତ୍ୟେକ ମଣିଷଙ୍କୁ ଭାରି ଭଲ ପାଉଥିଲେ । ପ୍ରତ୍ୟେକ ଜାତି ବା ଧର୍ମ ତାଙ୍କ ପାଖରେ ସମାନ ଥିଲା । ବିଶେଷତଃ ଅତିଥି ଚର୍ଚ୍ଚାରେ ବହୁତ ପୁଣ୍ୟ ମିଳେ ବୋଲି ତାଙ୍କର ଦୃଢ ବିଶ୍ୱାସ ଥିଲା ।
ଥରେ କେତେଜଣ ବ୍ୟକ୍ତି ମହମ୍ମଦଙ୍କ ନିକଟରେ ଯାଇ ପହଁଚିଗଲେ । ସେତେବେଳକୁ ତ ସଂଧ୍ୟା ସମୟ । ତେଣୁ ରାତିଟା ସେମାନେ ମହମ୍ମଦଙ୍କ ଘରେ ଆଶ୍ରୟ ନେଇ ସକାଳୁ ସକାଳୁ ସେଠାରୁ ଚାଲିଯିବେ ବୋଲି କହିଲେ । ସୁତରାଂ ମହମ୍ମଦ ସେମାନଙ୍କୁ ଅତିଥି ମଣି ସେମାନଙ୍କର ସେବାଯତ୍ନରେ ତିଳେ ମାତ୍ର ମଧ୍ୟ ହେଳା କଲେନି ।
ଏବେ ତାଙ୍କର ଶିଷ୍ୟମାନଙ୍କୁ ଡାକି ମହମ୍ମଦ କହିଲେ, “ଜଣ ଜଣ କରି ତୁମେମାନେ ଅତିଥିମାନଙ୍କୁ ତୁମମାନଙ୍କ ଘରକୁ ନେଇଯାଅ । ଯେପରି ଅତିଥି ସେବାରେ ଟିକିଏ ମାତ୍ର ବି ହେଳା ନ ହୁଏ ।