ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମାନସିକ ରୋଗୀ

ହୋଲାପୁରର ଏକ ମାନସିକ ରୋଗଚିକିତ୍ସା କେନ୍ଦ୍ରରେ କେଶବ ତା’ର ଜଣେ ଆତ୍ମୀୟ ଲୋକକୁ ଦେଖିବାକୁ ସେଠାକୁ ଯାଇଥିଲା । ସେଠାରେ ପହଁଚି ସେ ବୁଝିଲା, ତା’କୁ ଆହୁରି ଘଂଟାଏ ଅପେକ୍ଷା କରିବାକୁ ହେବ, ତା’ପରେ ଯାଇ ତାଙ୍କର ଦେଖାମିଳିବ । ବାହାରେ ପଡିଥିବା ଏକ ଖଟିଆ ଉପରେ ସେ ବସି ଅପେକ୍ଷା କଲା । ସେଠାରେ ଆହୁରି ଜଣେ ବ୍ୟକ୍ତି ପୂର୍ବରୁ ବସିଥିଲେ । କଥାବାର୍ତ୍ତା କରୁ କରୁ କେଶବ କହିଲା, “ମୁଁ ମୋର ଜଣେ ଆତ୍ମୀୟଙ୍କୁ ଦେଖା କରିବା ଉଦ୍ଧେଶ୍ୟରେ ଏଠାକୁ ଆସିଛି, ସେ ଏଠାରେ ରୋଗୀ ଅଛନ୍ତି । ଆପଣ ଏଠାକୁ କାହା ପାଇଁ ଆସିଛନ୍ତି?”

                ବ୍ୟକ୍ତି ଜଣକ କହିଲେ, “ଚାରିପାଞ୍ଚ ମାସ ଧରି ମୁଁ ଏଠାରେ ଚିକିତ୍ସା ହେଉଛି । ଡାକ୍ତରମାନେ କୁହନ୍ତି ଯେ ମୋ ମଧ୍ୟରେ ମାନସିକ ଲକ୍ଷଣ ଦେଖା ଦେଇଛି ।”

                କେଶବ ଆଶ୍ଚର୍ଯ୍ୟ ହୋଇ ଭାବିଲା ଯେ, ଏ ଲୋକଟି ଯେତେସବୁ କଥା କହିଲା ସେ ସବୁ ତ ସାଧାରଣ ଓ ଠିକ୍ କଥା, ସେ ପୁଣି ସେତକ ବଡ ଭଦ୍ରଭାବରେ କହୁଛି; ୟାଙ୍କ ନିକଟରେ ତ ମଥା ଗୋଳମାଳର ଲକ୍ଷଣ ଆଦୌ ନାହିଁ । ତେଣୁ ସେ କହିଲା, “ଆପଣଙ୍କ କଥାବାର୍ତ୍ତା ତ ବେଶ୍ ସ୍ୱାଭାବିକ ଲାଗୁଛି । ସବୁ ଠିକ୍ କଥା ମଧ୍ୟ କହୁଛନ୍ତି । ତେବେ ଆପଣ କାହିଁକି ଆଉ ଏଠାକୁ ଚିକିତ୍ସା ପାଇଁ ଆସିଛନ୍ତି?”

                ଭଦ୍ରଲୋକ ଅଳ୍ପ ହସି କହିଲେ, “ଏଠାକାର ଡାକ୍ତରମାନେ ମାନସିକ ରୋଗ ଚିକିତ୍ସା କରୁଛନ୍ତି । ମୋର କାହିଁ ମନେହୁଏ ସେମାନଙ୍କର ତ ଆଉ ମାନସିକ ରୋଗ ହୋଇନାହିଁ? ମୋତେ ତ ଖଡମ ଅପେକ୍ଷା ଚମଡା ଚପଲ ବହୁତ ଭଲ ଲାଗେ, ଆପଣଙ୍କୁ କ’ଣ ଭଲ ଲାଗେ?”

                କେଶବ କହିଲା, “ମତେ ବି ତ ଚମଡା ଚପଲ ଭାରି ଭଲ ଲାଗେ ।” ଭଦ୍ରଲୋକ ପଚାରିଲେ, “କ’ଣ ଆପଣ କାକୁ ଚୋବେଇ ଖାଆନ୍ତି ନା ଖଣ୍ଡ ଖଣ୍ଡ କରି ଗିଳି ପକାନ୍ତି?”

                ଏପରି କଥା ଶୁଣି କେଶବର ମଥା ସେହିକ୍ଷଣି ଘୁରିଗଲା । ସେ ତୁରନ୍ତ ସେଠାରୁ ଉଠି ପଳାଇଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ