ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମାରୁତି କବି

ରତ୍ନପୁର ପ୍ରଦେଶର ସୀମାବର୍ତ୍ତୀ କିଛି ଗ୍ରାମ ସମୁଦ୍ର ନିକଟରେ ଅବସ୍ଥିତ ଥିଲା । ତେଣୁ ବହୁ ସମୟରେ ଏହି ଗ୍ରାମଗୁଡିକ ସାମୁଦ୍ରିକ ଝଡତୋଫାନର ଶିକାର ହେଉଥିଲେ । ପାଶ୍ୱବର୍ତ୍ତୀ କ୍ଷୁଦ୍ର ଜଙ୍ଗଲରେ ନିଆଁଲାଗି ସେହି ଗ୍ରାମର ବହୁତ କ୍ଷତି ଘଟୁଥିଲା । ଏହି ବିପଦରୁ ଗ୍ରାମବାସୀ ମାନେ ସମ୍ପୂର୍ଣ୍ଣ ଭାବରେ ତ୍ରାହି ପାଇଛନ୍ତି କି ନାହିଁ, ପ୍ରଚଣ୍ଡ ବର୍ଷା ଓ ପବନ ଆରମ୍ଭ ହେଲା । କ୍ରମଶଃ ତାହା ସାମୁଦ୍ରିକ ତୋଫାନର ରୂପ ନେଲା ।

                ଜମିଦାର ଅଶୋକ ବର୍ମା ଏହି ଗ୍ରାମର ପୁର୍ନନିର୍ମାଣ କରି ଗ୍ରାମବାସୀ ମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରୁଥାନ୍ତି । ସେ ଚାହୁଁଥିଲେ ଗ୍ରାମବାସୀଙ୍କ ସହ ଆଲୋଚନା କରି ଏପରି କିଛି ବ୍ୟବସ୍ଥା କରାଯାଉ, ଯାହା କି ଭବିଷ୍ୟତରେ, ଏହି ପ୍ରାକୃତିକ ବିଭତ୍ସତାକୁ ରୋକି ପାରିବ ।

                ଜ୍ୟୋତିଷଙ୍କୁ ପରାମର୍ଶ କରନ୍ତେ, ସେ ମତ ଦେଲେ, “ପ୍ରକୃତିର ଏହି ବିପରୀତ ରୀତି ଆମର ଆୟତ୍ତାଧିନ ନୁହେଁ । ଭୂମି, ଜଳ, ଅଗ୍ନି, ବାୟୁ, ଆକାଶ ପଂଚଭୂତ । ପ୍ରକୃତିର ଉପାଦାନ । ଏହି ପଂଚଭୂତର ଆକାରରେ ମନୁଷ୍ୟ ଶରୀର ଗଢା । ଏହି ପଂଚଭୂତ ତଥ୍ୟରୁ ଏକ ବାୟୁ, ଓ ତାଙ୍କ ପୁତ୍ର ପାବନୀ ବା ପବନପୁତ୍ର ହନୁମାନ । ମୋର ପ୍ରାର୍ଥନା ଏତିକି ଯେ, ଏହି ଭୟଙ୍କର ବଢିର ସ୍ମାରକୀ ଭାବେ ଏକ ହନୁମାନ ମୂର୍ତ୍ତି ପ୍ରତିଷ୍ଠା କରାହେଉ । ଯିଏ କି ଆମର ରକ୍ଷା କବଚ ଭାବେ ଭବିଷ୍ୟତ ବିପଦରୁ ଆମକୁ ରକ୍ଷା କରିବେ ।”

                ଜମିଦାରଙ୍କୁ ଜ୍ୟୋତିଷ ମହାଶୟଙ୍କର ପରାମର୍ଶ ଉତ୍ତମ ମନେ ହେଲା । ତେଣୁ ସେ ତୁରନ୍ତ ହନୁମାନଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଉପଯୁକ୍ତ ସ୍ଥାନ ନିର୍ବାଚନ କଲେ । ତାଙ୍କର ଆଦେଶ ଥିଲା, ଏହି ସ୍ଥଳୀଟିକୁ, ଫଳ, ପୁଷ୍ପ ବୃକ୍ଷରେ ସୁଶୋଭିତ କରି ଏପରି ସୁସଜ୍ଜିତ କରାଯାଉ, ଯାହାକି ରାମାୟଣରେ ବର୍ଣ୍ଣିତ ସୁନ୍ଦରବନର ଶୋଭା ଧାରଣ କରିବ । ଖୁବ୍ଶୀଘ୍ର ତାଙ୍କ ଆଦେଶ ଫଳବତୀ ହେଲା । ଫଳ, ପୁଷ୍ପ, ବୃକ୍ଷ ସମ୍ପଦ ସହିତ ଜଳସମ୍ପଦର ପର୍ଯ୍ୟାପ୍ତ ବୃଦ୍ଧି ଘଟିଲା । ଏହାର ଦର୍ଶନ ମାତ୍ରକେ, ଦେଖଣା ହାରୀ ମୁଗ୍ଧ ହୋଇ ଯାଉଥିଲେ । କେତେକ ପ୍ରାକୃତିକ ତାଣ୍ଡବଲୀଳାର ତ୍ରାଣକର୍ତ୍ତା ପ୍ରଭୂ ହନୁମାନଙ୍କ ମୂର୍ତ୍ତି କାମ ଯାହାଖାଲି ଟିକେ ବାକି ଥାଏ ।

                ସପ୍ତାହ ପରେ, ମୂର୍ତ୍ତି ସ୍ଥାପନା ଓ ପ୍ରତିଷ୍ଠାର ଶୁଭମୁହୂର୍ତ୍ତ ଆସି ଉପସ୍ଥିତ ହେଲା । ସବୁ ଗ୍ରାମବାସୀ ଏଇ ଅବସରରେ ରୁଣ୍ଡ ହୋଇଥାନ୍ତି । ବିବିଧ ଫଳ, ପୁଷ୍ପ ସୁଶୋଭିତ, ଅତି ମନୋହର, ସୁନ୍ଦରବନ ସଦୃଶ ଏହି ବନରାଜିରେ ପ୍ରଭୂ ମରୂତ ଦେବଙ୍କ ମୂର୍ତ୍ତି ପ୍ରତିଷ୍ଠା କରା ହେଲା ।

                ଗାୟକ, କବି, ହନୁମାନଙ୍କ ସ୍ତୁତିଗାନ କରି ସଂଗୀତ ଓ କବିତା ଗାନ କରୁଥାନ୍ତି । ସାଧାରଣ ଜନତା ଭଜନ, କୀର୍ତ୍ତନରେ ମଗ୍ନ ଥାନ୍ତି । ଜମିଦାର ଘୋଷଣାକଲେ, “ଏହି ଶୁଭ ଅବସରରେ, ରାମାୟଣର ସୁନ୍ଦରାକାଣ୍ଡ ପାରାୟଣ ହେବ । ଭକ୍ତବୃନ୍ଦ ସେମାନଙ୍କ ରାମାୟଣ ସହ ଏଠାକୁ ଆସନ୍ତୁ ।”

ଏହି ସମୟରେ ଜଣେ ଲୋକ ଉଚ୍ଚ ସ୍ୱରରେ କ୍ରନ୍ଦନ କରି କହିଲା, “ଯାହା ଘଟିବାର ଥିବ, ତା’ତ ଅବଶ୍ୟ ଘଟିବ, ଏହା ତ କେହି ମଧ୍ୟ ଏଡାଇ ପାରିବେ ନାହିଁ । ଭଗବାନ ବଡ ଅନ୍ୟାୟୀ, ଅତ୍ୟାଚାରୀ । ସୁନ୍ଦରାକାଣ୍ଡ ପାରାୟଣ କଲେ ହନୁମାନଙ୍କର କୃପା ପ୍ରାପ୍ତି ହେବ, ଏହା ଭ୍ରାନ୍ତ ଧାରଣା । ମୁଁ ରାମାୟଣର ସୁନ୍ଦରାକାଣ୍ଡ ଉପରେ ଆଧାରିତ ରଚନାବଳୀ ଲେଖିଥିଲି । କିନ୍ତୁ ମୋର କ’ଣ ହେଲା? ଏଇ ବନ୍ୟାରେ, ସେହି ରଚନାବଳୀ ସହ ମୋର ଘର ଦ୍ୱାର ସବୁ ଭାସିଗଲା ।” ଏପରି କହି ସେ ବ୍ୟକ୍ତିଟି ଚିତ୍କାର କରୁଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ