ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମାରୁତି କବି

ଜମିଦାର ତାଙ୍କୁ ପାଖକୁ ଡାକି କହିଲେ, “ପଂଚଭୂତର ମିଶ୍ରଣ ଏ ପ୍ରକୃତି । ଏମାନଙ୍କ ମଧ୍ୟରୁ ଜଳ ଏକ ଉପାଦାନ । ତା’ର ପ୍ରଳୟୀ ରୂପ ଆଗରେ ଆମର ଆଉ କଣ ବା ଚାରାଅଛି? ଯଦି ଆପଣ ଭକ୍ତି ପୂର୍ବକ ସୁନ୍ଦରାକାଣ୍ଡ-ରଚନାବଳୀ କରିଥିଲେ, ତାହାକୁ ଆପଣଙ୍କର ବ୍ୟକ୍ତିଗତ ନଷ୍ଟ ରୂପେ ଭାବନ୍ତୁ ନାହିଁ । କୁହାଯାଏ, ସମଗ୍ର ବିଶ୍ୱ-କବିର ପରିବାର ଅଟେ । ତେଣୁ ଏହା ଏକ ସମୁହ କ୍ଷତି । ସୁନ୍ଦରାକାଣ୍ଡର ରଚନା ପାଇଁ ମୁଁ ଆପଣଙ୍କୁ ଆବଶ୍ୟକ ସୁବିଧାସୁଯୋଗ ପ୍ରଦାନ କରିବି । ପଂଚଭୂତ ମଧ୍ୟରୁ ବାୟୁପୁତ୍ର ହନୁମାନଙ୍କର ଏପରି ସ୍ତୁତି ରଚନା କରନ୍ତୁ, ଯାହା କି ମୋର ମନକୁ ତୃପ୍ତ କରିବ ।”

ଜମିଦାରଙ୍କ କଥାରେ ସେ ବ୍ୟକ୍ତି ଜଣକ ଖୁବ୍ ଲଜ୍ଜିତ ହେଲେ । ସେ କହିଲେ, ପ୍ରଭୁ, ମୁଁ ଯେ ଜଣେ କବି, ଏହା ମୋର ବିସ୍ମରଣ ଘଟିଥିଲା । ରାମାୟଣ ରଚନା ଆରମ୍ଭ କରି ମୁଁ ସୁନ୍ଦରାକାଣ୍ଡ ପର୍ଯ୍ୟନ୍ତ ପୂରଣ କରିଥିଲି । କହନ୍ତି, ସୁନ୍ଦରାକାଣ୍ଡର ପଠନ ମାତ୍ରକେ ସବୁ ଦୁଃଖକଷ୍ଟ ଲାଘବ ହୁଏ । ଯଶଖ୍ୟାତି ପ୍ରାପ୍ତ ହୁଏ । ମାତ୍ର ମୋର ସେହି ଜିନିଷରୁ ରଚନାବଳୀ ସହିତ ମୋର ସବୁ କିଛି ହରେଇ ବସିଛି । ଏହି ଦୁଃଖରେ ମୁଁ ଭଗବାନଙ୍କୁ ନିନ୍ଦାକରୁଥିଲି । ମେତେ କ୍ଷମା କରନ୍ତୁ ।” ଏହି ଉପବନ ମଧୁକର ସଦୃଶ ଅଟେ “ପଂଚଭୂତଙ୍କ ମଧ୍ୟରୁ ଚତୁର୍ଥ ଭୂତଙ୍କର ସନ୍ତାନ ସୁନ୍ଦର ରୂପ । ପଂଚମ ତଥା ଦ୍ୱିତୀୟ ଭୂତ ମଧ୍ୟରେ ଥିବା ବ୍ୟବଧାନକୁ ପାରକରି, ପ୍ରଥମ ଭୂତଙ୍କ ସନ୍ତାନଙ୍କୁ ଧୈର୍ଯ୍ୟପ୍ରଦାନ କରି ତୃତୀୟ ଭୂତଙ୍କ ସହିତ ବନ୍ଧୁତା ସ୍ଥାପନ କରି ସଙ୍କଟ ବୃଦ୍ଧି କରାଇଲେ । ପୁନଶ୍ଚ ପଂଚମ ଓ ଦ୍ୱିତୀୟ ଭୂତ ବ୍ୟବଧାନକୁ ଅତିକ୍ରମ କରି, ପ୍ରଥମ ଭୂତଙ୍କ ସନ୍ତାନକୁ ଆହ୍ଲାଦିତ କରି ଏଇ ମଧୁବନରେ ଅବସ୍ଥାନ କରନ୍ତୁ ଓ ଆପଣଙ୍କ ପ୍ରତି କୃପାଶୀଳ ହୁଅନ୍ତୁ ।”

ଏହି କାବ୍ୟିକ ଉକ୍ତିଟି ଶୁଣିବା ମାତ୍ରେ ଉପସ୍ଥିତ ପଣ୍ଡିତବର୍ଗ ସାଧୁବାଦ ଜଣେଇଲେ, “ବାଃ, ବାଃ କବିବର, ଅତି ରମଣୀୟ, ରଚନାବଳୀ । ତୁମ ପାଇଁ ଏହି ପ୍ରଦେଶ ଆଜି ଗର୍ବିତ, ପ୍ରଭୂ ପଂଚଭୂତଙ୍କ ପ୍ରଶସ୍ତିଗାନ ସହିତ ସୁନ୍ଦରାକାଣ୍ଡ ଶୁଣାଉଥିବା ଏହି କବିଶ୍ରେଷ୍ଠଙ୍କ ବାକ୍ଚାତୁର୍ଯ୍ୟ ଅତୀବ ପ୍ରଶଂସନୀୟ ଅଟେ ।”

ମୁଖ୍ୟ ପଣ୍ଡିତ ସାଧାରଣ ଜନତାଙ୍କୁ ଏହାର ଭାବାର୍ଥ ଶୁଣାଇଦେଲେ । “ପଂଚଭୂତ ମଧ୍ୟରୁ ପ୍ରଥମଟି ହେଲା ଭୂମି, ଦ୍ୱିତୀୟ ଜଳ, ତୃତୀୟ ଅଗ୍ନି, ଚତୁର୍ଥ ବାୟୁ ଓ ପଂଚମଟି ଆକାଶ । ଚତୁର୍ଥ ଭୂତ ବାୟୁଙ୍କ ପୁତ୍ର ହେଉଛନ୍ତି ହନୁମାନ । ଦ୍ୱିତୀୟ ଓ ପ୍ରଥମ ଭୂତଙ୍କର ମଧ୍ୟବର୍ତ୍ତୀ ସ୍ଥାନରେ ବା ସମୁଦ୍ରଜଳ ଭୂମି ଓ ଆକାଶ ଭିତର ଦେଇ ସେ ଉଡି ଉଡି ଯାଇ ଲଙ୍କାରେ ପହଁଚିଲେ । ପ୍ରଥମ ଭୂତ ବା ଭୂମିର ସୁପୁତ୍ରୀ ସୂତା ମା ସୀତାଙ୍କୁ ସାନ୍ତ୍ୱନା ପ୍ରଦାନ କରି, ତୃତୀୟ ଭୂତ ବା ଅଗ୍ନିଙ୍କ ସହାୟତାରେ ଲଙ୍କା ଦହନ କଲେ । ପୁନଶ୍ଚ ସେହି ସମୁଦ୍ରଜଳ, ଉପରେ ଆକାଶର ମଧ୍ୟବର୍ତ୍ତୀ ସ୍ଥାନରୁ ଉଡିଆସି ମର୍କଟ ରାଜା ବାଳୀଙ୍କ ମଧୁବନ ସଦୃଶ ଆପଣଙ୍କ ଏହି ଉପବନରେ ନିବାସ କରନ୍ତୁ । ଆପଣ ପ୍ରତ୍ୟକ୍ଷ ହୁଅନ୍ତୁ ।”

ସମବେତ ଜନତା, ହର୍ଷୋଲ୍ଲାସରେ କରତାଳି ମାରିଲେ । ଜମିଦାର ସେହି ବ୍ୟକ୍ତିଙ୍କୁ କହିଲେ, “ମହାକବି, ସେହି ମାରୁତି ହିଁ ଆପଣଙ୍କର ମୁହଁରେ ଏହି ସୁନ୍ଦରାକାଣ୍ଡର ପ୍ରଶସ୍ତି କରାଇଲେ । ତେଣୁ ମୋର ଅନୁରୋଧ ଆପଣ ପୁନଃ ରଚନା ଆରମ୍ଭ କରନ୍ତୁ । ଏହା ହିଁ ପ୍ରଭୁଙ୍କର ଆପଣଙ୍କ ପ୍ରତି ସଙ୍କେତ ଅଟେ । ରାଜ୍ୟ, ରାଜା ସବୁ ଅଳୀକ କିନ୍ତୁ କବି ଚିରସ୍ମରଣୀୟ ଅଟେ । ଆପଣଙ୍କର ଏହି କାବ୍ୟ ରଚନା ସହ ମୋର ନାମ ମଧ୍ୟ ଶାଶ୍ୱତ ହୋଇଯିବ । ଆପଣ ସୁନ୍ଦରାକାଣ୍ଡ ରଚନା କରି ଆମମାନଙ୍କର ଯଶ ବୃଦ୍ଧି କରାନ୍ତୁ । ଆପଣଙ୍କୁ ଆଜିଠାରୁ ସମସ୍ତେ ମାରୁତିକବି ରୂପେ ସମ୍ବୋଧନ କରିବେ ।”

ମାରୁତି କବି ସେହି ଉପବନରେ ଅବସ୍ଥାନ କରି ପଂଚଭୂତ ଓ ସୁନ୍ଦରାକାଣ୍ଡ ଉପରେ ସୁନ୍ଦରରଚନାବଳୀ ପ୍ରସ୍ତୁତ କଲେ । ଜମିଦାରଙ୍କର କୃପା ଦୃଷ୍ଟି ଓ ସାଧାରଣ ଜନତାଙ୍କର ଶ୍ରଦ୍ଧା ସମ୍ମାନର ସେ ଭାଜନ ହେଲେ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।

ଅନ୍ଧଭାବରେ କୌଣସି କଥାକୁ ବିସ୍ଵାଶ କର ନାହିଁ , କାରଣ ତାକୁ ତୁମେ କେଉଁଠାରୁ ଶୁଣିଥିଲ । ଅନ୍ଧଭାବରେ କିଛି ମଧ୍ୟ ବିସ୍ଵାଶ କର ନାହିଁ କାରଣ ତାକୁ ବହୁ ଲୋକ କହନ୍ତି ଏବଂ ତାହା ଅନେକଙ୍କ ଦ୍ବାରା ପ୍ରଚାରିତ ବା ବହୁ ମୁଖେ ବଦିତ । ଅନ୍ଧଭାବରେ କିଛିଭି ସରଳରେ ବିସ୍ଵାଶ କର ନାହିଁ କାରଣ ତାହା ତୁମ ଧର୍ମ ଗ୍ରନ୍ଥରେ ଲିଖିତ । ଅନ୍ଧଭାବରେ କିଛିଭି ସରଳତା ସହ   ବିସ୍ଵାଶ କର ନାହିଁ ଯାହା ତୁମର ଅଧିକାରୀ ଭାବେ ଗୁରୁ ବା ବୟୋବୃଦ୍ଧମାନଙ୍କ ଦ୍ବାରା ବଦିତ । ଅନ୍ଧଭାବରେ ପରମ୍ପରାକୁ ବିସ୍ଵାଶ କର ନାହିଁ କାରଣ ସେଗୁଡିକ ପିଢି ରୁ ପଢି ଧରି ଅନ୍ୟଏକ ପିଢ଼ିକୁ ଅନ୍ଧ ଭାବେ ହସ୍ତାନ୍ତରିତ । କିନ୍ତୁ ଅବଲୋକନ ଏବଂ ବିଶ୍ଳେଷଣ ପରେ ଯଦି ଏହା କାରଣ ସହ ସହମତ ହୋଇ ସତ୍ ଉଦ୍ଧେଶ୍ୟ ଏବଂ ଲୋକ କଲ୍ୟାଣ ପାଇଁ ଅନୁକୁଳ ତେବେ ତାହା ଗ୍ରହଣ୍ୟ ଏବଂ ଜ୍ଞାନଯୋଗ୍ୟ ।    ସିଦ୍ଧାର୍ଥ ଗୌତମ


ଗପ ସାରଣୀ

ତାଲିକାଭୁକ୍ତ ଗପ