ଲୋକ ମାନେ କେତେ ବେଳୁ ଏମାନଙ୍କ କଥା ବାର୍ତ୍ତା ପ୍ରତି କାନ ଡେରି ଥିଲେ । କ’ଣ ବୋଲି ପଚାରିଲେ । ଭଦ୍ର ବ୍ୟକ୍ତି ନିଜେ ପଚାରିଥିବା ପ୍ରଶ୍ନଟି ପୁଣି ଦୋହରାଇଲେ ।
ସମସ୍ତେ ଚାହିଁଲେ ଭାଣ୍ଡ ଶିରୋମଣି ଗୋପାଳଙ୍କୁ । କ’ଣ ବିଭ୍ରାଟ କରି ବସିବେ ତାହା ଶୁଣିବା ପାଇଁ । ବିରୁଡା ଘରାରେ ହାତ ବାଜିଛି ଦେଖା ଯାଉ କ’ଣ ନତିଜା ବାହାରୁଛି । କେତେକ ହିଁ ହିଁ ହୋଇ ହସିଲେଣି ।
ଗୋପାଳ କିନ୍ତୁ ଅପମାନିତ ବା ଲଜ୍ଜିତ ନ ହୋଇ ସେମିତି ଠିଆ ହୋଇ ଥାନ୍ତି । ସବୁ ଲୋକଙ୍କ ଉପରେ ଥରେ ଆଖି ବୁଲାଇ ଆଣିଲେ । ତା’ ପରେ ହୋ ହୋ ହୋଇ ହସି ଉଠିଲେ । ଗୋପାଳ ତା’ ପରେ ବିନୀତ ଭାବେ କହିଲେ ବାବୁ ଆପଣ ଠିକ୍ କଥାଟାଏ ପଚାରି ଛନ୍ତି । ସେତେ ବେଳୁ ସେଇ କଥା ହେଜୁ ଥିଲି । ମୋ ଜନ୍ମ ପୂର୍ବରୁ ମୋ ମାଆ ଆପଣଙ୍କ ଘରକୁ ଆସେ ନାହିଁ । କିନ୍ତୁ ମା’ କହୁଥିଲା ମୋ ବାପା ଆପଣଙ୍କ ଘରକୁ ବରାବର ଯିବା ଆସିବା କରୁ ଥିଲେ ।
ଏ କଥା ଶୁଣି ଲୋକ ମାନେ ହସି ହସି ବେଦମ୍ ହୋଇ ଗଲେ । ଯେଉଁ ଭଦ୍ର ବ୍ୟକ୍ତି ଗୋପାଳଙ୍କୁ ଏକଥା ପଚାରି ଥିଲେ, ଲାଜରେ ତାଙ୍କ ମୁହଁ କଳା କାଠ ପାଲଟି ଗଲା ।
ଗୋପାଳର ଜିତ୍ ଦେଖି ଦେଖି ରାଜା କୃଷ୍ଣ ଚନ୍ଦ୍ର ଖୁସି ହେଲେ । କହିଲେ – ହେଲାତ ଏବେ, ଯେମିତି ପ୍ରଶ୍ନର ସେମିତି ଉତ୍ତର ପାଇଲେ ତ? ମନେ ରଖି ଥାଅ ଆଉ ଦିନେ ହେଲେ ଆମ ଗୋପାଳ ସହିତ ଲାଗିବ ନାହିଁ ।