ଘଞ୍ଚ ଅରଣ୍ୟ ମଧ୍ୟରେ ଅରଣ୍ୟର ରାଜା ସିଂହ ବାସ କରୁଥାଏ । ତାହାର ଅତି ଆପଣାର ମିତ୍ର ଭାବରେ ସମସ୍ତ କାର୍ଯ୍ୟ ତୁଲାଇବା ନିମନ୍ତେ ବିଲୁଆ ଗୋଟିଏ ସିଂହ ସେବକ ଭାବରେ ପାଖେ ପାଖେ ରହୁଥାଏ ।
ଦିନ ଅକାଳରେ ପଡ଼ି ଗୋଟିଏ ହାତୀ ସହିତରେ ଘମାଘୋଟ ଯୁଦ୍ଧରେ ସିଂହ ପଡ଼ିଗଲା । ହାତୀ କିନ୍ତୁ ଖୁବ୍ ବଳୁଆ ଥିଲା । ତେଣୁ ସେ ସିଂହକୁ ଘାଇଲା କରି ସେହି ସ୍ଥାନରେ ପକାଇଦେଇ ପଳାଇଗଲା । ବିଚରା ସିଂହ ଏପରି ଘାଇଲା ହୋଇ ପଡ଼ିରହିଲା ଯେ କେଉଁଆଡ଼େ ଯାଇ ପାରିଲା ନାହିଁ । ବିଚରା ସିଂହ ଆଉ ପଡ଼ିବା ସ୍ଥାନରୁ ଉଠିପାରିଲା ନାହିଁ ।
ସେତେବେଳେ ବିଲୁଆଟି ସିଂହର ସେବକ ଭାବରେ ସେବା କରୁଥାଏ । ଏମିତି ମୁହୂର୍ତ୍ତରେ ଗୋଟିଏ ବି ତାକୁ ସମୟ ମିଳିଲା ନାହିଁ । ଯେପରି ବାହାରକୁ ଯାଇ କିଛି ଆହାର କରି ଆସନ୍ତା। ସେ ମଧ୍ୟ ସିଂହ ଭୟରେ ନିରୁପାୟ ହୋଇ ସେହିଠାରେ ହିଁ ପଡ଼ି ରହିଥାଏ ।
ଏମିତି ଅବସ୍ଥା ହେଲା ଯେ ବିଚରା ବିଲୁଆଟି ମଧ୍ୟ ସିଂହ ସହିତ ଅନେକ ଦିନ ଭୋକ ଉପାସରେ ସେଠାରେ ପଡ଼ିରହିଲା । ଭୋକରେ ଡହଳ ବିକଳ ହେବାରୁ ଦିନେ ବହୁତ ଭାବିଚିନ୍ତି ତାର ମାଲିକ ଅରଣ୍ୟର ସିଂହକୁ ମୁହଁଖୋଲି କହିଲା । ହେ ସିଂହ ରାଜା! ଆପଣଙ୍କ ଅଶେଷ କରୁଣାରୁ ମୁଁ ଆପଣଙ୍କ ସେବକ ଭାବରେ ଏଠାରେ ପଡ଼ି ରହିଛି । କ’ଣ କରିବି ହଜୁର । ତୁଛାକୁ ତ ଆପଣ ଏକ ବିପଦରେ ପଡ଼ି ଭୋକ ଉପାସରେ ସମୟ ଅତିବାହିତ କରୁଅଛନ୍ତି । ସେଥିସହିତ ମୁଁ ମଧ୍ୟ ତଦ୍ ରୁପ ଅବସ୍ଥା ଭୋଗ କରୁଅଛି । ହେଲେ ମୁଁ ଏବେ ଖୁବ୍ ନିରୁପାୟ ହୋଇପଡ଼ିଛି । ଏବେ ଉଦର ମୋର ଶତ୍ରୁ ସାଜିଛି । ଆପଣଙ୍କ ଦୟା ହେଲେ ଅବା ମୁଁ ବାହାରକୁ ଯାଇ କିଛି ଆହାର ଗ୍ରହଣ କରି ପୁଣି ଆପଣଙ୍କ ପାଖକୁ ଫେରି ଆସିପାରନ୍ତି । ଆପଣ ଯେବେ ଏ ସମୟରେ ମୋ ପ୍ରତି କୃପା ନକରିବେ ତାହାହେଲେ ମୋର ଏହି ହିନସ୍ଥା ପ୍ରାଣଟା କେତେବେଳେ ବାହାରିଯିବ ।