ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମିତବ୍ୟୟୀ

ଧୀରାଜ ସ୍ୱଭାବତଃ ବଦ୍ଖର୍ଚ୍ଚୀ ଥିଲା । ତା’ ହାତରେ କେବେବି ପଇସାଟିଏ ମଧ୍ୟ ରହେନାହିଁ । ସେ ଦିନେ ଭାବିଲା ଏଥିପାଇଁ କିଛି ଉପାୟ କରିବା ନିହାତି ଜରୁରୀ । ତେଣୁ ସେ ତା’ର ବନ୍ଧୁ ଶ୍ରୀନାଥକୁ ଏକଥା କହିଲା । ଶ୍ରୀନାଥ ତାକୁ ଗୋଟିଏ ଛୋଟ ମୁହଁବୁଜା ଘଡି ଦେଇ କହିଲା, “ତୁ ଏଇଥିରେ ସବୁଦିନେ କିଛି କିଛି ପଇସା ପକା ।”

                ଧୀରାଜ ପଇସା ପକାଉଥାଏ । ଦିନେ କିଛି ଦରକାର ହେବାରୁ ମାଟି ଘଡିଟାକୁ ଭାଙ୍ଗି ଦେଇ ପଇସା ନେଇ ସେ ଖର୍ଚ୍ଚ କରିଦେଲା । କିଛିଦିନ ପରେ ଶ୍ରୀନାଥ ମାଟିଘଡି ଦେଖିବାକୁ ଆସିଲା । କିନ୍ତୁ ସେତେବେଳକୁ ସେ ଘଡିର ଆଉ କୌଣସି ଚିହ୍ନବର୍ଣ୍ଣହିଁ ନାହିଁ । ଧୀରାଜ କହିଲା, “ଭାଇ, ଜରୁରୀ ଦରକାର ଯୋଗୁଁ ମୁଁ ସେତକ ଖର୍ଚ୍ଚ କରି ଦେଲି ।” ତା’ପରେ ଶ୍ରୀନାଥ ଗୋଟିଏ ଲୁହାର ଛୋଟ ବାକ୍ସ ଆଣି ସେଥିରେ ଟଙ୍କା ପକାଇବାକୁ କହିଲା ଓ ବାକ୍ସର ଚାବିଟି ଘର ପାଖ ବଗିଚାରେ ଫୋପାଡି ଦେଲା ।

                ଶ୍ରୀନାଥ କିଛିଦିନ ପରେ ଆସି ଦେଖିଲା ଧୀରାଜ ବଗିଚା ଯାକ ଖୋଜି ଚାଲିଛି । ଶ୍ରୀନାଥକୁ ଦେଖି ସେ କହିଲା, “ଭାଇ, ମୋର ଏବେ ଟଙ୍କା ନିହାତି ଆବଶ୍ୟକ । ତେଣୁ ମୁଁ ଏଠାରେ ଚାବି ଖୋଜୁଛି ।”

                ଏହା ଶୁଣି ଶ୍ରୀନାଥ କହିଲା, “ଟିକେ ଲଜ୍ଜା ନାହିଁ? ଯେତେ ଚେଷ୍ଟା କଲେ ବି ତୋର ଏ ଅଭ୍ୟାସର ପରିବର୍ତ୍ତନ ହେଉନାହିଁ । ସେଠାରେ ଚାବି ନାହିଁ, ମୋ ପାଖରେ ଅଛି । ଆଉ ମୁଁ ତାହା ତୋତେ କେବେବି ଦେବିନାହିଁ । ତୁ ଅନ୍ୟ କୌଣସି ପ୍ରକାରେ ନିଜ ଘର ଚଳାଇ ନେ ।”

                ତା’ର ଏଭଳି କଥା ଶୁଣି ଧୀରାଜ ଅଳ୍ପ ହସି କହିଲା, “ଭାଇ, ମୋ ହାତରେ ପଡି ମୋତେ ଦିନେ ନା ଦିନେ ମିତବ୍ୟୟୀ ହେବାକୁହିଁ ପଡିବ, ଏଥିରେ କୌଣସି ସନ୍ଦେହ ନାହିଁ । ଏହା ଛଡା ମୋ ପାଖରେ ଆଉ କିଛି ଉପାୟ ବି ନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ