ଦିନେ ଆକବର ଏବଂ ବିରବଲ ଏକତ୍ର ବସି ଭୋଜନ କରୁଥାଆନ୍ତି । ଖାଇବା ସମୟରେ ଆକବର ବାଇଗଣ ପରିବାର ଖୁବ୍ ପ୍ରଶଂସା କଲେ । ଆକବର କହିଲେ, “ବାଇଗଣ ହେଉଛି ଏକ ପୁଷ୍ଟିକର ପରିବା । ଏଥିରେ ପ୍ରଚୁର ପୁଷ୍ଟିକର ଉପାଦାନ ରହିଛି ।” ବିରବଲ ମଧ୍ୟ ଆକବରଙ୍କ କଥାରେ ସମ୍ମତି ପ୍ରଦାନ କଲେ । କିଛିଦିନ ବିତିଗଲା । ଆକବର ବିରବଲ ପୁଣି ଥରେ ଏକାଠି ଖାଉଥାଆନ୍ତି । ଏହି ସମୟରେ ରୋଷେୟା ବାଇଗଣ ତରକାରୀ ଆଣି ପରସିବାକୁ ଆସିଲା । ମହାରାଜ୍ ଯେମିତି ବାଇଗଣ ତରକାରୀ ଦେଖିଲେ ସେ ସଂଗେ ସଂଗେ ରୋଷେୟାକୁ ଦେବା ପାଇଁ ମନା କରିଦେଲେ ଏବଂ କହିଲେ, “ବାଇଗଣ ଗୁଡିକ ଖାଇବାକୁ ଆଦୌ ସ୍ୱାଦିଷ୍ଟ ନୁହେଁ । ଏହା ଭିତରେ ଖାଲି ମଂଜି ଭର୍ତି ହୋଇ ରହିଛି । ଏଥିରେ କୌଣସି ପୁଷ୍ଟିକର ଉପାଦାନ ନାହିଁ ।” ଏହା କହି ରାଜା ବାଇଗଣ ତରକାରୀ ବିରବଲଙ୍କୁ ଦେବା ପାଇଁ କହିଲେ ।
ରୋଷେୟା ବିରବଲଙ୍କ ଥାଳିରେ ତରକାରୀ ପରସିବା ସମୟରେ ବିରବଲ ତାଙ୍କୁ ମଧ୍ୟ ବାରଣ କଲେ, ଏବଂ କହିଲେ “ନା…ନା… ବାଇଗଣ ଶରୀର ପାଇଁ ଅନିଷ୍ଟକାରୀ ନୁହେଁ । ଆପଣ ମହାରାଜ ଏଇ କିଛି ଦିନ ପୂର୍ବେ ବାଇଗଣ ପରିବାର ଖୁବ୍ ପ୍ରଶଂସା କରୁଥିଲେ । କିନ୍ତୁ ବର୍ତ୍ତମାନ ଆପଣ ଏହି ପରିବାକୁ ଖାଇବାକୁ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ହଜୁର୍! ମୁଁ ଆପଣଙ୍କ ଭକ୍ତ ଅଟେ । ବାଇଗଣର ଭକ୍ତ ନୁହେଁ । ଅନ୍ୟ ଭାଷାରେ କହିଲେ, ମହାରାଜ! ମୁଁ ଆପଣଙ୍କର ସେବକ । ବାଇଗଣର ସେବକ ନୁହେଁ ।”
ବିରବଲଙ୍କ ଚତୁରତାପୂର୍ଣ୍ଣ କଥା ଶୁଣି ମହାରାଜ୍ ଆକବର ଖୁସି ହୋଇଗଲେ ।