ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମୁନିକ ଜାତକ

       ଅନେକ ଦିନ ତଳର କଥା । ବୋଧିସତ୍ୱ ଗୋଟିଏ ବଳଦ ରୂପ ଧରି ଜନ୍ମହୋଇଥିଲେ । ସେ ଗୋଟିଏ ଚାଷୀ ଘରେ ରହୁଥିଲେ । ସେତେବେଳେ ତାଙ୍କର ନାମ ଥିଲା ମହାଲୋହିତ । ତାଙ୍କର ସାନଭାଇର ନାମ ଥିଲା ଚୁଲ୍ଲଲୋହିତ । ଦି’ଭାଇ ଚାଷୀର ବିଲ ହଳକରୁଥିଲେ ଓ ଶଗଡ ଟାଣୁଥିଲେ ।

       ଚାଷୀର ଗୋଟିଏ ମେଣ୍ଢା ଥିଲା । ତା’ର ନାମ ମୁନିକ । ମାଲିକ ମୁନିକକୁ ଆଦର କରି ବେଳେ ବେଳେ ଭାତ ଖାଇବାକୁ ଦେଉଥିଲା । ତା’ପାଇଁ ସେ ସବୁବେଳେ କଅଁଳ ପତ୍ର ଓ ଘାସ ଆଣୁଥିଲା । ଏ ସବୁ ଭଲ ଜିନିଷ ଖାଇ ମୁନିକ ଆନନ୍ଦରେ ଥିଲା । ଦିନକୁ ଦିନ ସେ ଅଧିକ ମୋଟାହେଉଥିଲା ।

       ଏଣେ ବଳଦ ଦି’ଟା ଦିନ ସାରା ଖଟୁଥିଲେ । କିନ୍ତୁ ମାଲିକ ସେମାନଙ୍କୁ ଭଲ ଖାଇବାକୁ ଦେଉନଥିଲା । ସେମାନେ କୁଣ୍ଡା କୁଟା ଖାଉଥିଲେ । ପାଣି ଓ ତୋରାଣି ପିଉଥିଲେ । ଭଲ ଖାଦ୍ୟ ଅଭାବରୁ ଦିନକୁ ଦିନ ସେମାନେ ଶୁଖିଯାଉଥିଲେ । ସେମାନଙ୍କ ଦେହର ହାଡ ଦିଶୁଥିଲା ।

       ଚୁଲ୍ଲଲୋହିତ ମନରେ ଏଥିପାଇଁ ବଡ ଦୁଃଖ ହେଉଥିଲା । ସେ ମୁନିକର ଆନନ୍ଦ ଦେଖି ମନରେ ଈର୍ଷା କରୁଥିଲା । ଚୁଲ୍ଲଲୋହିତ ଭାବୁଥିଲା, “ମୁନିକ କିଛି କାମ ନ କଲେ ବି କେତେ ଭଲ ଜିନିଷ ଖାଉଚି । କେଡେ ଆରାମରେ ଅଛି । ସେ ଓ ତା’ର ଭାଇ ନିତି ଖଟି ଖଟି ମରୁଚନ୍ତି । ଭଲ ଖାଦ୍ୟ ଖାଇବା କଥା ଛାଡ ମୁନିବ ଯାହା ଦେଉଛନ୍ତି ସେଥିରେ ସେମାନଙ୍କର ପେଟ ପୂରୁନି । ମୁନିବ ତାଙ୍କ ପ୍ରତି ବଡ ଅନ୍ୟାୟ କରୁଚି । ଖାଇବାକୁ ନପାଇ ସେମାନଙ୍କ ଦେହ ଶୁଖିଗଲାଣି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ