ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମୂଲ୍ଲାଙ୍କ ଚତୁରତା

ଉଜବେକିସ୍ଥାନର ଲୋକ ଗଳ୍ପରେ ମୂଲ୍ଲା ନାସିରୁଦ୍ଦିନ୍ ଏକ ଅବିସ୍ମରଣୀୟ ଚରିତ୍ର । ତାଙ୍କର ଚତୁରତା ଏବଂ ପ୍ରଜ୍ଞାକୁ ନେଇ ଅନେକ କାହାଣୀ ରହିଛି । ସେମିତି ଇଏ ଗୋଟିଏ କାହାଣୀ ।

         ଉଜବେକିସ୍ଥାନର ରାଜା ଥିଲେ ମହା ଗୋଜା । କଥାରେ ନାହିଁ ରାଜା ଗୋଜା ଯାହା ବୁଝିଥିବେ ସେଇଆ । ତାଙ୍କ କଥାରେ ବାଗ ବାଇସ ନଥାଏ । ସେ ଦୈନିକ କିଛି ନା କିଛି କାଣ୍ଡକାରଖାନା କରି ବସନ୍ତି । ରାଜାଙ୍କର କାର୍ଯ୍ୟରେ କେହି ପ୍ରତିବାଦ କରନ୍ତି ନାହିଁ । କାରଣ ପାଟି ଫିଟାଇଲେ ବିପଦ । ରାଜା ରାଗିଗଲେ ମୁଣ୍ଡ କାଟିନେବାର ଭୟ ସବୁବେଳେ ରହିଥାଏ । ରାଜ ସଭାର ମୂଲ୍ଲା ଏସବୁ ଦେଖି ମଧ୍ୟ ନୀରବ ରହୁଥିଲେ । ମୂଲ୍ଲା ନିଜର ଖଜବଜିଆ ଜିଭକୁ ଜବତ୍କରିବା ପାଇଁ ସେ ମୌନବ୍ରତ ପାଳନ କରିଥାଆନ୍ତି ।

         ଦିନକର କଥା ରାଜା ସବୁଦିନ ଭଳି ସକାଳେ ଝରକା ପାଖରେ ଠିଆ ହୋଇ ବାହାରର ଦୃଶ୍ୟ ସବୁ ଦେଖୁ ଥାଆନ୍ତି । ରାଜା ହଠାତ୍ ଦେଖିଲେ ଦୁଇଟି ହାତ ଲମ୍ବି ଆସି ବଗିଚାର ଏକ ଗଛରୁ ଫୁଲ ତୋଳି ନେଲା । ରାଜା ଚିତ୍କାର କରି କହିଲେ କିଏ ସେ? ନିମିଷକ ମଧ୍ୟରେ ଫୁଲ ତୋଳୁଥିବା ହାତ ଦୁଇଟି ଲୁଚିଗଲା ।

         ରାଜା ତୁରନ୍ତ ସୈନ୍ୟମାନଙ୍କୁ ଡାକି ପଠାଇ କହିଲେ ତୁମେ ବଗିଚାର ଚାରି ପାଖକୁ ଘେରିଯାଇ ଫୁଲ ତୋଳୁଥିବା ଚୋରକୁ ଧରିଆଣ । ସୈନ୍ୟମାନେ ଆଦେଶ ପାଇବା ମାତ୍ରେ ବଗିଚା ଚାରିପଟେ ଖାନ୍ତଲାସ୍ କରି ଦୁଇ ଜଣଙ୍କୁ ଧରି ଆଣିଲେ । ସେମାନଙ୍କ ମଧ୍ୟରେ ଥିଲା ଜଣେ ବାଳକ ଏବଂ ଆଉ ଜଣକ ଥିଲେ ମୂଲ୍ଲା ନାସିରୁଦ୍ଦିନ୍ ।


ଗପ ସାରଣୀ

ତାଲିକାଭୁକ୍ତ ଗପ