ସୈନ୍ୟମାନେ ରାଜାଙ୍କ ନିକଟରେ ଦୁଇଜଣଙ୍କୁ ହାଜର କରାଇ କହିଲେ – “ହଜୁର ! ଏ ପିଲାଟି ଫୁଲ ତୋଳୁଥିଲା ଇଏ ହେଉଛି ଚୋର ଆଉ ଏ ମୂଲ୍ଲା ହେଉଛନ୍ତି ସାକ୍ଷୀ ।”
ରାଜା ପଚାରିଲେ ମୂଲ୍ଲା ସତକୁହ ଏ ପିଲା ଫୁଲ ତୋଳୁଥିବାର ତୁମେ ଦେଖିଛ? ମୂଲ୍ଲା ନିଜର ଅଙ୍ଗ ଭଙ୍ଗି କରି ରାଜାଙ୍କୁ ଜଣାଇ ଦେଲେ ଯେ ସେ ମୌନ ବ୍ରତ ଧାରଣ କରିଛନ୍ତି । ରାଜା କିନ୍ତୁ ନଛୋଡ ବନ୍ଧା । ଏଣେ ମୂଲ୍ଲା ସତକୁ ସତ ଦେଖିଛନ୍ତିଯେ ପିଲାଟି ବଗିଚାରୁ ଫୁଲ ତୋଳୁଥିଲା । ସତ କଥାଟା ଯଦି କହିଦିଅନ୍ତି ତେବେ ଏ ଅବୁଝା ରାଜା ରାଜାଖୋଜା ନ୍ୟାୟରେ ପିଲାଟିର ମୁଣ୍ଡ କାଟ କରିଦେଇ ପାରନ୍ତି । ମୂଲ୍ଲାଙ୍କ ମନରେ ଏହି ଭୟ ରହିଲା । ତାଙ୍କ କଥା ଉପରେ ପିଲାର ଭବିଷ୍ୟତ ନିର୍ଭର କରୁଛି । ବଂଚିବା ମରିବା ତାଙ୍କର କଥା ଉପରେ ନିର୍ଭର କରୁଛି । ଏଣେ ପିଲାଟି ବିକଳ ହୋଇ ମୂଲ୍ଲାଙ୍କ ମୁହଁକୁ ଚାହିଁ ରହିଥାଏ ।
ମୂଲ୍ଲା ନିରୁପାୟ ହୋଇ ଶେଷକୁ କହିଲେ – “ଆଜ୍ଞା ଆପଣ କହିଲେ ବୋଲି ପାଟିଖୋଲୁଛି ।” ଅସଲ କଥାଟି ହେଲା ଯିଏ ଦେଖିଛି ସିଏ କହିପାରିବ ନାହିଁ, ଯିଏ କହି ପାରିବ ସିଏ ଦେଖିନି ।”
ରାଜା ରାଗିଯାଇ କହିଲେ – “ମୂଲ୍ଲା ମୋ ସହିତ ଫାଜିଲାମି କରନା । ଯାହା ଦେଖିଛ ସତକଥା କୁହ ।” ମୂଲ୍ଲା କହିଲେ – “ଆଜ୍ଞା ! ସତକଥା ହିଁ କହୁଛି । ମୋ ଆଖି ଯୋଡିକ ସବୁ ଦେଖିଛନ୍ତି ହେଲେ ଆଖିତ କଥା କହି ପାରିବ ନାହିଁ, ପାଟି କହି ପାରିବ, ହେଲେ ପାଟି ତ କିଛି ଦେଖିନି ।” ରାଜା ମନେ ମନେ ଭାବିଲେ ସତ କଥା ତ? ଏ କଥା ତ ମୋ ମୁଣ୍ଡରେ କେବେ ଖଟୁ ନଥିଲା । ରାଜା ବାଳକଟିକୁ ଛାଡିଦେଲେ । ମୂଲ୍ଲାଙ୍କର ଚତୁର ପଣିଆ ଯୋଗୁଁ ବାଳକଟି ମୃତ୍ୟୁ ମୁଖରୁ ବଂଚିଗଲେ ।