ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମୂଷା ମାନଙ୍କର ଉତ୍ପାତ

ତେନାଲୀରାମାଙ୍କ ଘରେ ମୂଷାମାନେ ତ ସେମାନଙ୍କର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ତେନାଲୀରାମାଙ୍କର ପତ୍ନୀଙ୍କ ଏକ ସୁନ୍ଦର ଶାଢୀ ମୂଷାମାନେ କାଟି ଦେଲେ । ମୂଷା ମାନଙ୍କର ଏ ପ୍ରକାର କାର୍ଯ୍ୟ ଦେଖି ତେନାଲୀରାମା ପ୍ରଚଣ୍ଡ ରାଗିଗଲେ । କେମିତି ସେ ମୂଷା ମାନଙ୍କୁ ନିପାତ କରିବେ ତେନାଲୀରାମା କେବଳ ସେହି କଥା ହିଁ ଚିନ୍ତା କଲେ । ଯେତେ ଚେଷ୍ଟା କଲେ ମଧ୍ୟ ମୂଷାମାନଙ୍କୁ ସେ ମୋଟେ ମାରିପାରୁନଥାନ୍ତି । ତେନାଲୀରାମା ଯେତେବେଳେ ତାଙ୍କୁ ଗୋଡାନ୍ତି, ସେତେବେଳେ ସେମାନେ ସିନ୍ଦୁକ ପଛପଟ ଗାତରେ ଯାଇ ପଶିଯାଆନ୍ତି । ଏମିତି ଘଂଟା ଦୁଇଘଂଟା ମୂଷା ମାନଙ୍କ ପଛରେ ଲାଗି ଲାଗି ସେ ତେନାଲୀରାମା ଗୋଟିଏ ହେଲେ ବି ମୂଷା ମାରିପାରିଲେ ନାହିଁ । ତେନାଲୀରାମା ଏହି କଥା ଭାବି ଭାବି ଖୁବ୍ ଚିନ୍ତାରେ ପଡିଗଲେ ।

                କୌଣସି ଉପାୟ ନପାଇ ଶେଷକୁ ସେ ତେନାଲୀରାମା ତାଙ୍କର ଜଣେ ବନ୍ଧୁଙ୍କ ନିକଟରେ ପହଁଚିଲେ ଓ ତାଙ୍କୁ ଏହି ସମସ୍ତ ଘଟଣା କହିଲେ । ସବୁ କଥା ଶୁଣିସାରି ସେ ବନ୍ଧୁ ଜଣକ ଏ ତେନାଲୀରାମାଙ୍କୁ ଏକ ବିରାଡି ପାଳିବାପାଇଁ ପରାମର୍ଶ ଦେଲେ ।

                ତେନାଲୀରାମା ସଂଗେ ସଂଗେ ଏକ ବିରାଡିକୁ ଆଣି ତାକୁ ଖାଇବାକୁ ଦେଇ ପାଳିଲେ । ସତକୁ ସତ କିଛିଦିନ ପରେ ମୂଷା ମାନଙ୍କର ଉତ୍ପାତ କମିଗଲା । ତେନାଲୀରାମା ଏଥର ଶାନ୍ତିରେ ଟିକେ ନିଃଶ୍ୱାସ ମାରିଲେ ।

                ହଠାତ୍ ସେ ତେନାଲୀରାମାଙ୍କର ବିରାଡି ପଡୋଶୀଘରେ ଥିବା ଏକ ପାରାକୁ ମାରି ନେଇଆସିଲା । ଏସବୁ ଦେଖି ପଡୋଶୀ ଘରର ମାଲିକାଣୀ ତାଙ୍କ ସ୍ୱାମୀଙ୍କୁ ସେହି ଦୁଷ୍ଟ ବିରାଡିକୁ ମାରିବାପାଇଁ କହିଲେ । ସଂଗେ ସଂଗେ ଗୃହସ୍ଥ ଜଣକ ବିରାଡିର ପଛେ ପଛେ ଦୌଡିଲେ । କିଛି ବାଟ ଯିବାପରେ ବିରାଡିକୁ ସେ ଧରି ପକାଇଲେ । ବିରାଡିକୁ ମାରିବାକୁ ଉଦ୍ୟତ ହୁଅନ୍ତେ, ତେନାଲୀରାମା ସେଠାରେ ଆସି ପହଁଚିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ