ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମୃତ୍ୟୁକୁ ଡର କାହିଁକି?

       ଏକ ଜଙ୍ଗଲରେ ଆଶ୍ରମ ନିର୍ମାଣ କରି ଜଣେ ସନ୍ନ୍ୟାସୀ ବାସ କରୁଥାନ୍ତି । ତାଙ୍କ ଜୀବନସାରା ସେ କେବଳ ଜପତପ ସାଧନା କରି ଅତ୍ୟନ୍ତ ଦୁର୍ବଳ ହୋଇ ପଡିଥିଲେ ।

       ଦିନକର କଥା । ସ୍ନାନ ଶୌଚାଦି କର୍ମ ଶେଷ କରି ସନ୍ନ୍ୟାସୀ ଠାକୁର ପୂଜାରେ ବ୍ୟସ୍ତ ଥାଆନ୍ତି । ଠିକ୍ ଏତିକିବେଳେ ସେହି ରାଜ୍ୟର ସେନାପତି ଆଶ୍ରମରେ ପହଂଚି ତାଙ୍କର ସୈନ୍ୟଦଳ ପାଇଁ ଆତିଥ୍ୟ ଲୋଡିଲେ । ନାନା କଟୁକଥା କହି ସନ୍ନ୍ୟାସୀଙ୍କୁ ଧମକଚମକ ବି ଦେଲେ ।

       ମାତ୍ର ସନ୍ନ୍ୟାସୀ ଠାକୁର ପୂଜା କରୁ କରୁ ସେନାପତିଙ୍କୁ ଉତ୍ତର ଦେବାରେ ବିଳମ୍ବ ଘଟିବାରୁ ସେନାପତି ତାଙ୍କର ଖଣ୍ଡା ବାହାର କରି କହିଲେ, “ତୁ ବୋଧେ ଜାଣିନାହୁଁ ମୁଁ ଏ ରାଜ୍ୟର ସେନାପତି ବୋଲି? ଏବେ ଯଦି ମୁଁ ଚାହିଁବି ତୋତେ ଏଇ ଖଣ୍ଡାରେ ଭୁଷି ହତ୍ୟା କରିଦେବି ।”

       ଏହାଶୁଣି ସନ୍ନ୍ୟାସୀ ଆଦୌ ବିଚଳିତ ନହୋଇ କହିଲେ, “ତୁମେ ବୋଧେ ମୋତେ ଚିହ୍ନିନାହଁ ବୋଲି ମୋତେ ଏଭଳି ଡରାଉଛ? ତୁମେ କ’ଣ ମୋତେ ମାରିବ, ମୁଁ ଯଦି ଚାହିଁବି ଏହିକ୍ଷଣି ତୁମ ଖଣ୍ଡା ଉପରକୁ ଡେଇଁ ପଡି ପ୍ରାଣ ହରାଇଦେବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ