ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମୃତ୍ୟୁକୁ ଭୟ କାହିଁକି?

      ରାଜାଙ୍କୁ ଅତିଜୋର୍ରେ ଝାଡା ଲାଗିଲା । ରାଜା ଯେତେ କହିଲେ ବି ମନ୍ତ୍ରୀ ନ ଶୁଣିବାରୁ ରାଜା ଭୀଷଣ ରାଗିଗଲେ ମନ୍ତ୍ରୀଙ୍କ ଉପରେ । ସେତେବେଳକୁ ଏକ ଗାଁ ପାଖେଇ ଆସିଥାଏ । ମନ୍ତ୍ରୀ ରଥକୁ ଅଟକାଇ ଦେଲେ । ସେଠାରେ ରାସ୍ତା ଉପରେ ସ୍ତ୍ରୀ ଲୋକଟିଏ ଧାନ ଶୁଖାଇ ତାକୁ ଜଗି ବସିଥିଲା । ରାଜାଙ୍କୁ ଖୁବ୍ ଜୋର୍ରେ ଝାଡା ଲାଗିବାରୁ ସେ ତରବରିଆ ହୋଇ ଶୁଖୁଥିବା ଧାନ ଉପରେ ଦୌଡିବାକୁ ଲାଗିଲେ । ଏହା ଦେଖି ସ୍ତ୍ରୀ ଲୋକଟି ରାଜାଙ୍କ ହାତକୁ ଭିଡି ଆଣିଲା ଓ ବିରକ୍ତି ପ୍ରକାଶ କରି କହିଲା, “ଆରେ ତୁମେ ଅନ୍ଧ ନା କ’ଣ? ଖାଦ୍ୟ ଦ୍ରବ୍ୟ ଉପରେ ଚଢି ଚାଲିଯାଉଛ କାହିଁକି? ଏହାତ ଲକ୍ଷ୍ମୀଛଡାର ଲକ୍ଷଣ ।”

       ଛାର ଜଣେ ମହିଳାଠାରୁ ରାଜା ଏଭଳି ଅପମାନ ପାଇ ଏକାବେଳକେ ବିଗିଡି ଗଲେ । ତହୁଁ ମନ୍ତ୍ରୀଙ୍କୁ କହିଲେ, “ଏହି ମହିଳାକୁ ରାଜଦରବାରକୁ ବାନ୍ଧିନିଅ । ସେଠାରେ ଆସନ୍ତା କାଲି ତାକୁ ମୃତ୍ୟୁ ଦିଆଯିବ ।”

       ତାପରେ ରାଜା ପାଖରେ ଥିବା ଗାଡିଆ ନିକଟରେ ଝାଡାଫେରି ପୋଖରୀରେ ଶୌଚ ହୋଇ ରଥ ପାଖକୁ ଫେରି ଆସିଲେ ।

       ଏବେ ରାଜାଙ୍କର ଶରୀର ସୁସ୍ଥ ହେଲାଣି । ରାଜା ଅତ୍ୟନ୍ତ ଦୟାଳୁ ଥିବାରୁ ଏଥର ସୁସ୍ଥମନରେ ବିଚାର କଲେ ସ୍ତ୍ରୀଲୋକର ମୃତ୍ୟୁ ବିଷୟରେ । କ’ଣ ଭାବିଲେ କେଜାଣି ମନ୍ତ୍ରୀଙ୍କ ସହିତ ମହିଳାଙ୍କ ପାଖକୁ ଗଲେ । କାରଣ ଏହା ରାଜାଙ୍କର ଅନ୍ୟାୟ ଦଣ୍ଡାଦେଶ ଥିଲା ବୋଲି ରାଜା ସେତେବେଳକୁ ବୁଝିଯାଇଥିଲେ ।

       ଯେତେବେଳେ ରାଜା ସେହି ସ୍ତ୍ରୀ ଲୋକଟିକୁ ଭେଟିଲେ ସେତେବେଳେ ସେ ମନ ଖୋଲା ହସୁଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସୁତରାଂ ରାଜା ସେହି ମହିଳାକୁ ପଚାରିଲେ, “ତୁମେ ମୃତ୍ୟୁର ଦ୍ୱାରଦେଶରେ ଠିଆ ହୋଇ ମଧ୍ୟ ମୃତ୍ୟୁକୁ ନ ଡରି ଏମିତି ହସିବାର କାରଣ କ’ଣ?”

       ଏବେ ମହିଳା ଜଣକ କହିଲା, “ଜନ୍ମ ଅର୍ଥ ହିଁ ମୃତ୍ୟୁ; ଅର୍ଥାତ୍ ଥରେ ଜନ୍ମନେଲେ ଦିନେ ନା ଦିନେ ମୃତ୍ୟୁ ଆସିବ ନିଶ୍ଚୟ । ମରଣ ଆଜି ନ ହେଲେ ବି କାଲିକି ଆସିବ । ସେଥିପାଇଁ ଡରିବା କାହିଁକି? ବରଂ ମରଣକୁ ହସି ହସି ବରଣ କଲେ ହିଁ ମଣିଷ ଜନ୍ମ ସାର୍ଥକ ହେବ। ଆଉ ଯେଉଁମାନେ ମରଣକୁ ଭୟ କରନ୍ତି ସେହିମାନେ ହିଁ ଭୀରୁ । ତେଣୁ ମୁଁ ଭୀରୁ ଭଳି ନୁହେଁ, ସାହାସୀ ପରି ମରିବାକୁ ପସନ୍ଦ କରେ ।”

       ସ୍ତ୍ରୀଲୋକଟିର ଏଭଳି କଥାରେ ରାଜାଙ୍କ ମନରେ ଏକ ବିରାଟ ପରିବର୍ତନ ଆସିଲା । ତକ୍ଷଣାତ୍ ତାଙ୍କ ମନରୁ ମୃତ୍ୟୁର ଭୟ କୁଆଡେ ଉଭେଇ ଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ