ତହୁଁ ସେ କେଉଟ ପୁଅଟି କହିଲା – “ପାଣି” । ମୃତ୍ୟୁମହାରାଜ ଏହାଶୁଣି ପଚାରିଲେ କେମିତି? ତାପରେ ସେ କେଉଟ ପୁଅ କହିଲା – ମୁଁ ଯେତେବେଳେ ପାଣିରେ ମାଛ ମାରୁଥାଏ । ସେତେବେଳେ ଏକ ଖଣ୍ଡାରେ ଅନେକ ଥର ସେ ପାଣିକୁ ଚୋଟ ମାରେ । ମାତ୍ର ସେ ପାଣିର କିଛି ବି କ୍ଷତି ହୁଏ ନାହିଁ । ସାଙ୍ଗେ ସାଙ୍ଗେ ପାଣି ଯୋଡି ହୋଇଯାଏ । ଏହା ଶୁଣି ମୃତ୍ୟୁଦେବତା କହିଲେ ତୁମେ ଠିକ୍ କହିଛ ।
ତାପରେ ମୃତ୍ୟୁଦେବତା ପୁଣି କହିଲେ, ଏବେ ମୋର ଦ୍ୱିତୀୟ ପ୍ରଶ୍ନର ଉତ୍ତର ଦିଅ । ଗୁରୁମାନଙ୍କ ମଧ୍ୟରେ ଶ୍ରେଷ୍ଠ କିଏ?
ଏପରି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କେଉଟ ପୁଅ କହିଲା – ମା’ । ମୃତ୍ୟୁ ମହାରାଜ ଏହା ଶୁଣି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ମା’ କେମିତି । ତହୁଁ ସେ କେଉଟ ପୁଅ କହିଲା – ଛୁଆଟିଏ ଜନ୍ମ ହେଲେ ମା’ ହିଁ ପ୍ରଥମେ ତାକୁ ସଂସାର ବିଷୟରେ ସୂଚନା ଦିଏ । ଭଲମନ୍ଦ ବିଷୟରେ ବି ଜଣାଏ । ତେଣୁ ଗୁରୁମାନଙ୍କ ମଧ୍ୟରେ ମା’ ହିଁ ଶ୍ରେଷ୍ଠ । ଶିଶୁର ପ୍ରଥମ ଗୁରୁ ହେଉଛି ତା’ର ମା’ । ଏପରି ଉତ୍ତର ପାଇ ମୃତ୍ୟୁ ମହାରାଜ କହିଲେ ଠିକ୍ ଉତ୍ତର ଦେଇଛ ।
ଏବେ ମୋର ତୃତୀୟ ପ୍ରଶ୍ନର ଉତ୍ତର ଦିଅ । ସବୁଠାରୁ ପରୋପକାରୀ କିଏ?
ତହୁଁ ସେ କେଉଟ ପୁଅ ଉତ୍ତର ଦେଲା ‘ଜଳ’ କାରଣ ଜଳ ସର୍ବଦା ଦେବାକୁ ହିଁ ଭଲପାଏ । ସେ କେବେ କାହାଠାରୁ କିଛି ବି ଆଶା କରେ ନାହିଁ । ସମସ୍ତେ ସେହି ଜଳ ଉପରେ ବି ନିର୍ଭରଶୀଳ । ମୃତ୍ୟୁମହାରାଜା ଏପରି ଉତ୍ତର ଶୁଣି କହିଲେ – ଚମତ୍କୃତ ହୋଇଗଲେ । ସେ କେଉଟ ପୁଅର ଏସବୁ ଉତ୍ତର ଶୁଣି ମୃତ୍ୟୁ ମହାରାଜ ଖୁସି ହୋଇଗଲେ । ତାପରେ ମୃତ୍ୟୁ ମହାରାଜ କହିଲେ ଏବେ ମୋ ଶେଷ ପ୍ରଶ୍ନର ସଠିକ୍ ଉତ୍ତର ଦିଅ । କ’ଣ କେବେ ବି ନିଜକୁ ଦେଖାଯାଏ ନାହିଁ?
ଏପରି ପ୍ରଶ୍ନ ଶୁଣି ସେ କେଉଟ ପୁଅ ଜୋର୍ରେ ଖାଲି ହସିବାକୁ ଲାଗିଲା । ସମସ୍ତ ଦେବତା ଗଣ ଏ କେଉଟ ପୁଅର ହସ ଶୁଣି ମୃତ୍ୟୁପୁରୀରେ ପହଁଚିଗଲେ । ତାପରେ ସେ କେଉଟ ପୁଅ ଉତ୍ତର ଦେଲା – ମୃତ୍ୟୁ ମହାରାଜ ନିଜେ ହିଁ ଏହାର ଉତ୍ତର । ସେ ନିଜର ଦୋଷ ଅନ୍ୟମାନଙ୍କ ଭଳି ମଧ୍ୟ କଦାପି ଦେଖି ପାରୁନାହାଁନ୍ତି । ସେ ଯେଉଁ ଦୋଷ କରିଛନ୍ତି ତାଙ୍କୁ ମଧ୍ୟ ସେଥିପାଇଁ ଦଣ୍ଡ ମିଳିବା ଦରକାର କାରଣ ନିଜର ଦୋଷ କାହାକୁ କେବେ ବି ଦେଖାଯାଏ ନାହିଁ । ଏହି ଉତ୍ତର ଶୁଣି ସେ ମୃତ୍ୟୁ ମହାରାଜ ଅତ୍ୟନ୍ତ ଲଜ୍ଜିତ ହେଲେ । ତାପରେ ମୃତ୍ୟୁ ମହାରାଜ ସେ କେଉଟ ପୁଅ ଆଗରେ ନିଜର ସମସ୍ତ ଦୋଷ ସ୍ୱୀକାର କଲେ । ଆଉ ସେ କେଉଟ ପୁଅକୁ ଶହେ ବର୍ଷ ବଂଚିବାର ଆଶୀର୍ବାଦ ଦେଇ ମର୍ତ୍ତ୍ୟକୁ ପଠାଇ ଦେଲେ ।