ପ୍ରତିଦିନ ସୂର୍ଯ୍ୟାସ୍ତ ହେବା ସଂଗେସଂଗେ ସଂଧ୍ୟା ଆସିଗଲେ ଭଲ୍ଲୁକରାଜ ଅରିମର୍ଦ୍ଧନ ନିଜର ସପରିବାର ସହିତ ପୂର୍ଣ୍ଣବର୍ଣ୍ଣିତ ବଟବୃକ୍ଷର ଚୁତଃପାଶ୍ୱର୍ରେ ବୁଲିବାକୁ ଆରମ୍ଭ କରିଦିଏ । ଆଉ ମଧ୍ୟ ରାତ୍ର ଗୋଟାକ କାକ ଏହିପରି ନାନାବୃକ୍ଷ ଦେଇ ଉଡ଼ିବୁଲେ ଓ ତତ୍ସେଙ୍ଗ ସଙ୍ଗେ ସେହି ବୃକ୍ଷ ନିକଟକୁ ବାରମ୍ବାର ଆସିଥାଏ ।
କାରଣ କାକମାନଙ୍କ ସହିତ ବହୁ ପୂର୍ବରୁ ଶତ୍ରୁତା ରହି ଆସିଥିବାରୁ ସେ ସଦାସର୍ବଦା କାକମାନଙ୍କର ଅନ୍ୱେଷଣରେ ଥାଏ ଏବଂ କେହି କାକ ତା’ ହାବୁଡ଼େ ପଡ଼ିଗଲେ ସେ ତତ୍କ୍ଷଣାତ୍ ତାହାକୁ ଆକ୍ରମଣ ପୂର୍ବକ ମାଡ଼ି ବସି ମାରିଦେଇଥାଏ ।
ଏହିପରି ଭାବରେ ଅରିମର୍ଦ୍ଧନ ଭଲ୍ଲୁକ ରାଜ ଗୋଟିକପରେ ଗୋଟିଏ କାକକୁ ନିଜର କୌଶଳ କ୍ରମେ ମାରି ଦେଉଥିବାରୁ କ୍ରମଶଃ କାକକୂଳର ସଂଖ୍ୟା ଧୀରେ ଧୀରେ କମିବାକୁ ଲାଗିଲା ।
ଏଥର ବାୟସରାଜ ମେଘ ବର୍ଣ୍ଣର ମୁଣ୍ଡରେ ଭୟଙ୍କର ଚିନ୍ତା ପ୍ରବେଶ କଲା, ତା’ର ବଂଶପ୍ରତି ସଦାସର୍ବଦା ବିପଦ ସୃଷ୍ଟିକରି ଅରିମର୍ଦ୍ଧନ ଭଲ୍ଲୁକ ତା’ର ବଂଶନିପାତ କରିବାର ପ୍ରୟାସ କରୁଅଛି, ଏଥିଲାଗି ତାକୁ କିପରି ବିନାଶ କରିହେବ ସେହି ଚିନ୍ତାରେ ବାୟସ ରାଜ ମେଘବର୍ଣ୍ଣ ବ୍ୟସ୍ତ ରହିଲା ।
ଏହାଛଡ଼ା ମେଘବର୍ଣ୍ଣ ବୁଝିଥିଲା ଯେ ଶତ୍ରୁ ଭୀଷଣ ଶକ୍ତିକାୟ । ଆଉ ମଧ୍ୟ ସେ ଥିଲା ଭୀଷଣ କାଳଜ୍ଞ । ତା’ ବଂଶର କାକମାନେ ରାତ୍ରକାଳରେ କୌଣସି ବସ୍ତୁକୁ ଦେଖି ନପାରୁଥିବା କାରଣରୁ ଏହି ରାତ୍ର କାଳରେ ସେମାନଙ୍କୁ ବିନାଶ କରିବାର ସୁଯୋଗ ଖୋଜିଥାଏ ଓ ସେହି ସୁଯୋଗ ପାଇବା ମତ୍ରେ ସେ ଗୋଟିକ ପରେ ଗୋଟିଏ କାକକୁଳକୁ ମାରିପକାଏ ।
କାକମାନେ ଦିନବେଳା ଶକ୍ତିପୂର୍ଣ୍ଣ ହେଲେ ମଧ୍ୟ ଶତ୍ରୁ ଅରି ମର୍ଦ୍ଧନକୁ କୌଣସି ପ୍ରକାର ହତ୍ୟାକରି ପାରୁନଥାନ୍ତି । କାରଣ ଦିନ ହେବାମାତ୍ରେ ସେ କୌଣସିନା କୌଣସି ବିପଦଥିବା ଅଂଧାରୁଆ କୋରଡ଼ ମଧ୍ୟରେ ଲୁଚିକରି ବିଶ୍ରାମ ନେଇଥାଏ ।