ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମେଘବର୍ଣ୍ଣ ଓ ଅରିମର୍ଦ୍ଧନ କଥା

                ଏହାପରେ ବାୟସରାଜ ମେଘବର୍ଣ୍ଣର କେଉଁ ଉପାୟକୁ ଗ୍ରହଣ କରିବାକୁ ହେବ ଆଉ ଯେଉଁ ଉପାୟରେ ଅରିମର୍ଦ୍ଧନକୁ ହତ୍ୟାକରି ହେବ ତାହା ସ୍ଥିର କରିବା ନିମନ୍ତେ ଏକ ଆଲୋଚନା ଚକ୍ରର ଆୟୋଜନ କଲା । ସେହି ଆଲୋଚନା ଚକ୍ରକୁ ନିଜର ପଞ୍ଚମନ୍ତ୍ରୀ ଯଥା – ଉଜ୍ଜୀବି, ସଂଜିବୀ, ଅନୁଜୀବି, ପ୍ରଳିଚୀ ଏବଂ ଚିରଂଜୀବିଙ୍କୁ ଡକାଇ ଆଣିଲା, ଅନେକ ସମୟ ଧରି ଅରିମର୍ଦ୍ଧନର ବିନାଶ ନିମନ୍ତେ ଆଲୋଚନା କରାଗଲା । ଶେଷରେ ବାୟସରାଜ, ଚିରଂଜୀବିଠାରୁ ପରାମର୍ଶ ଲୋଡ଼ି କହିଲା ଯେ ଏବେତ ଶତ୍ରୁ ଅରି ମର୍ଦ୍ଧନ ବିଷୟରେ ଅନେକ ଆଲୋଚନା ହୋଇଗଲା ଆମେ କୌଣସି ଏକ ସମାଧାନରେ ପହଞ୍ଚିପାରିଲେ ନାହିଁ । ଏହାପରେ ଆମେ କ’ଣ କୌଣସି ଉପାୟ ବାହାର କରିପାରିବା ନାହିଁ ଯେ ଅରିମର୍ଦ୍ଧନର ବିନାଶ କେଉଁ ଉପାୟ ଦ୍ୱାରା କରାଯାଇପାରିବ ।

                ସେତିକିବେଳେ ଉଜ୍ଜୀବି ନାମକ ବାୟସରାଜର ମନ୍ତ୍ରୀ ଏକ ପ୍ରସ୍ତାବ ଆଣିଲା ଯେ ଶତ୍ରୁ ଯେହେତୁ ପ୍ରବଳ ବଳଶାଳୀ ତାକୁ ବଳଦ୍ୱାରା କେବେ ବିନାଶ କରାଯାଇ ପାରିବ ନାହିଁ । ସେଥିପାଇଁ ଏ କ୍ଷେତ୍ର ସଂଧିକରିବା ମୋ ମତରେ ଶ୍ରେୟସ୍କର, କିନ୍ତୁ ଏହି ପ୍ରସ୍ତାବକୁ ଶୁଣି ସାରିବାପରେ ବାୟସ ରାଜର ଅନ୍ୟମନ୍ତ୍ରୀ ଅନ୍ୟ ଏକ ପ୍ରସ୍ତାବ ଦେଲେ ଯେ ସେ ବଳଶାଳୀ ଶତ୍ରୁ ହେଉ ପଛେ ଆମ ତରଫରୁ ତା’ର ବିପକ୍ଷରେ ଯୁଦ୍ଧର ଆୟୋଜନ କରିବା ଦରକାର ।

                ଦୁହିଁଙ୍କର ମତାମତ ଶୁଣିବାପରେ ଅନୁଜୀବି ମଧ୍ୟ ଅନ୍ୟ ଏକ ପ୍ରସ୍ତାବ ଦେବାକୁ ଯାଇ କହିଲା ଏକ୍ଷେତ୍ରେ ଯୁଦ୍ଧ କିମ୍ବା ସଂଧିକରିବାର ଆବଶ୍ୟକ ନାହିଁ ବୋଲି ମୋର ମତ, ବରଂ ଏପରି ବଳଶାଳୀ ଶତ୍ରୁ ନିକଟକୁ ଅପସରି ଯିବା ଆମ୍ଭମାନଙ୍କ ନିମନ୍ତେ ଶ୍ରେଷ୍ଠ ପନ୍ଥା ହୋଇପାରିବ ।

                ଏହାପରେ ପ୍ରଜୀବି ନାମକ ଆଉ ଏକ ଦୃଷ୍ଟାନ୍ତ ଉପସ୍ଥାପନ କରି କହିଲା – ଏ ପ୍ରକାର ମତାମତ ଆମପାଇଁ ଶୋଭନୀୟ ହୋଇନପାରେ, କାରଣ ଶକ୍ତିହୀନ ମର୍କତ ପ୍ରବଳ ବଳଶାଳୀ ହସ୍ତୀକୁ ପଙ୍କ ମଧ୍ୟକୁ ଟାଣିନେଇ ପାରିଥିଲା । ତେଣୁ ମୋ ମତରେ ନିଜର ବାସସ୍ଥାନରେ ରହି ସେହି ବଳଶାଳୀ ଶତ୍ରୁକୁ କିପରି ଭାବରେ ଦମନ କରି ହେବ ଆମକୁ ସେପରି ଏକ ପନ୍ଥା ନିର୍ଦ୍ଧାରଣ କରିବାକୁ ହେବ ।

                ଏହା ଶୁଣିବାପରେ ଚିରଂଜୀବି କହିଲା ଯେ ଏଥିଲାଗି ଆମକୁ ଅନ୍ୟମାନଙ୍କର ସହାୟତା ନେବା ନିତ୍ୟାନ୍ତ ଦରକାର ।


ଗପ ସାରଣୀ

ତାଲିକାଭୁକ୍ତ ଗପ