ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଜାଦୂର ଥଳି

ପ୍ରାଚୀନ କାଳର କଥା । ଗଙ୍ଗାକୂଳରେ ଦର୍ପନାରାୟଣ ନାମରେ ଜଣେ ରାଜାଙ୍କର ରାଜଧାନୀ ଥିଲା । ସେଠାକାର ରାଜା ଥିଲେ ଅତ୍ୟନ୍ତ ଧର୍ମପରାୟଣ । ପ୍ରଜାମାନଙ୍କର ସୁଖଦୁଃଖରେ ସେ ରାଜା ସାଥୀ ହେଉଥିଲେ । ତାଙ୍କ ପ୍ରତାପରେ ସମସ୍ତେ ଥରହର । ପ୍ରଜାମାନଙ୍କୁ କୌଣସି ପ୍ରକାର ପୀଡା ଦେବା ପାଇଁ କେହି ରାଜକର୍ମଚାରୀ ଆଦୌ ସାହସ କରୁ ନ ଥିଲେ । ତେବେ ବେଳେ ବେଳେ ରାଜା ଦର୍ପନାରାୟଣ ଛଦ୍ମବେଶରେ ଏକା ଏକା ତାଙ୍କ ରାଜ୍ୟରେ ବୁଲି ବାହାରୁଥିଲେ । ଏସବୁ କରିବାର ମୁଖ୍ୟ ଉଦ୍ଧେଶ୍ୟ  ହେଲା, ପ୍ରଜାମାନେ କିପରି ଚଳୁଛନ୍ତି, ତାହା କଳନା କରିବା ।

ଦିନକର କଥା । ରାଜା ଛଦ୍ମବେଶରେ ତାଙ୍କ ରାଜ୍ୟର ଏକ ଜଙ୍ଗଲ ବାଟ ଦେଇ ଯାଉଛନ୍ତି, ଠିକ୍ ଏତିକିବେଳେ ହଠାତ୍ ଦୁଇଜଣ ଡକାୟତ ନିର୍ଜନ ସ୍ଥାନ ଜାଣି ତାଙ୍କୁ ତଥା ସେ ରାଜାଙ୍କୁ ଆକ୍ରମଣ କଲେ । ଏବେ ଆଉ ରାଜାଙ୍କର ଉପାୟ କ’ଣ? ସେ ତ ଛଦ୍ମବେଶରେ ଅଛନ୍ତି । ହାତରେ ତାଙ୍କର କିଛି ଅସ୍ତ୍ର ନାହିଁ କି ସାଙ୍ଗରେ ତାଙ୍କର କେହି ଦେହରକ୍ଷୀ ମଧ୍ୟ ନାହାଁନ୍ତି । ଏହି ସମୟରେ ବିକ୍ରମ ନାମରେ ଜଣେ ସୈନିକ ସେହି ବାଟ ଦେଇ ଯାଉଥିଲା । ସେ ବଡ ସାହସୀ । କେହି ଜଣେ ପଥିକ ବିପଦରେ ପଡିଛି ଜାଣିପାରି ସେ ବିକ୍ରମ ନିଜ ଜୀବନକୁ ପାଣି ଛଡାଇ ସେ ଡକାୟତ ଦୁଇଜଣଙ୍କ ଉପରେ ସେହିକ୍ଷଣି କୁଦି ପଡିଲା । ଏପରି ଏକ ଅଚାନକ ଆକ୍ରମଣ ପାଇଁ ତ ସେ ଡକାୟତ ଦୁଇଜଣ ଆଦୌ ପ୍ରସ୍ତୁତ ନ ଥିଲେ । ତେଣୁ ଡକାୟତମାନେ ପଥିକକୁ ଛାଡିଦେଇ ତୁରନ୍ତ ବଣ ଭିତରକୁ ପଳାଇଗଲେ ।

ଏଥର ବିକ୍ରମ ମଧ୍ୟ ସେ ପଥିକକୁ ନିରାପଦ ଜାଣି ତା’ ବାଟରେ ସେ ଚାଲିଗଲା । ସେ ଆଉ ଏ ପଥିକଠାରୁ ଧନ୍ୟବାଦ ପାଇବାକୁ ମଧ୍ୟ ଅପେକ୍ଷା କଲାନାହିଁ । ସେ ବିକ୍ରମ ତ ଆଉ ଜାଣେ ନାହିଁ ଯେ, ସେହି ଛଦ୍ମବେଶୀ ପଥିକ ଜଣକ ହେଉଛନ୍ତି ସେହି ରାଜ୍ୟର ରାଜା । ମାତ୍ର ସୈନିକ ପୋଷାକର ଚିହ୍ନ ଦେଖି ରାଜା ବିକ୍ରମକୁ ଠିକ୍ ଚିହ୍ନିପାରିଲେ ।

ତା’ ପରଦିନ ଦରବାର ବସିଥାଏ । ରାଜାଙ୍କର ସିପାହୀ ବିକ୍ରମକୁ ତଲବ କରି ଦରବାର କକ୍ଷରେ ହାଜର କଲେ । ସେତେବେଳେ ସମସ୍ତ ପାରିଷଦଗଣ ଏକାଠି ହୋଇଥାଆନ୍ତି । ରାଜା ବିକ୍ରମର ସାହସିକ କାର୍ଯ୍ୟ ପାଇଁ ତାଙ୍କୁ ବହୁତ ପ୍ରଶଂସା କଲେ । ସେ ଘୋଷଣା କଲେ – “ବିକ୍ରମ ତାଙ୍କର ଜୀବନ ରକ୍ଷା କରିଅଛି । ତେଣୁ ସେ ତାକୁ ଆଜୀବନ ସୁଖରେ ରହିବାର ସମସ୍ତ ବ୍ୟବସ୍ଥା କରିବେ । ତାର ଆଉ ଚାକିରୀ କରିବା ଆଦୌ ଦରକାର ନାହିଁ ।

ରାଜାଙ୍କଠାରୁ ଏପରି ଅନୁଗ୍ରହ ଲାଭ କରିବା ତ ପରମ ଭାଗ୍ୟର କଥା । ଏଥର ଆଉ ସେ ବିକ୍ରମର ଆନନ୍ଦ ଦେଖେ କିଏ? ଏହି ଖବର ଦେବାପାଇଁ ସେ ବିକ୍ରମ ତାର ଗାଁକୁ ଯାଇଥାଏ । ସୈନିକ ପୋଷାକର ବୋଝ ଆଉ ତ ତାର କିଛି ଦରକାର ନାହିଁ । ଏଣିକି ସେ ସ୍ୱାଧୀନ ଭାବରେ ବୁଲିବ ଏବଂ କାର୍ଯ୍ୟ କରିବ । ଖାଇବା ପାଇଁ ରୋଜଗାରର ଚିନ୍ତା ତାର ତ ଆଉ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ