ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଜାଦୂର ଥଳି

ଗାଁକୁ ଯିବା ବାଟରେ ଗୋଟିଏ ହୋଟେଲ୍ରେ ବିକ୍ରମ ପଶିଲା । ସେ ଗୋଟିଏ ଟେବୁଲ୍ ଅଧିକାର କରି କିଛି ଖାଦ୍ୟ ପାଇଁ ବି ବରାଦ କଲା । ପୂର୍ବରୁ ତ ସେହି ଟେବୁଲ୍ ପାଖରେ ଜଣେ ଭଦ୍ରଲୋକ ବସିଥିଲେ । ବିକ୍ରମକୁ ଦେଖି ସେ ଭଦ୍ର ଲୋକ ଜଣକ ଅତ୍ୟନ୍ତ ସୁଖ ଅନୁଭବ କଲେ । କେତେ ସମୟ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ଆଳାପ ବେଶ୍ ଜମିଲା । ଭଦ୍ରଲୋକ ଜଣକ ସେଠାରୁ ବିଦାୟ ନେବା ପୂର୍ବରୁ ବିକ୍ରମକୁ କହିଲେ, “ତୁମକୁ ମୁଁ ଗୋଟିଏ ବଡ ଥଳି ଦେବି । ତୁମେ ତାହା ଗ୍ରହଣ କରି ମୋତେ ସୁଖୀ କରାଇବ ।”

ବିକ୍ରମ କହିଲା, “ଆଜି ମୁଁ ସ୍ୱାଧୀନ । ମୁଁ ତ ସୈନିକର ପୋଷାକ ଫେରାଇ ଦେଇ ଆସିଛି । ପୁନଶ୍ଚ ଆଉ ଦାୟିତ୍ୱ କାହିଁକି?”

ଭଦ୍ରଲୋକ କହିଲେ, “ମୋର ଥଳିର ବିଶେଷତ୍ୱ ଅଛି । ତାହା ସାଧାରଣ ଥଳିଟିଏ ବୋଲି ତୁମେ ଆଦୌ ବିଚାର ନାହିଁ । ତୁମେ ଯଦି କାହାକୁ ଲକ୍ଷ୍ୟ କରି ଏ ଥଳିରେ ପଶିବା ପାଇଁ କହିବ, ସେ ତହିଁରେ ବନ୍ଦୀ ହୋଇଯିବ । ତୁମେ ନ କହିଲାଯାଏଁ ତାର ଆଉ ମୁକ୍ତି ନାହିଁ ।”

ବିକ୍ରମ ଏହି କଥା ଶୁଣି କହିଲା, “ଏପରି ଏକ ମେଜିକ୍ ଥଳି ଆପଣ ମୋତେ ଦେବାର ଉଦ୍ଧେଶ୍ୟ  କ’ଣ?”

ତହୁଁ ସେ ଭଦ୍ରଲୋକ କହିଲେ, “ମୋ ପାଖରେ ଏହି ଥଳି ବହୁତ ଦିନ ହେଲା ରହିଲାଣି । ମୋର ଇଚ୍ଛା, ତୁମ ପରି ଜଣେ ଯୁବକ ତାର ବ୍ୟବହାର କରୁ ।”

ଏହି ସମୟରେ ସେ ହୋଟେଲ୍ର ମାଲିକ ଆସି ବିଲ୍ ବଢାଇଦେଲା ଏବଂ ବିକ୍ରମକୁ ତାର ପ୍ରାପ୍ୟ ମାଗିଲା । ସେ ହୋଟେଲ୍ର ଖାଦ୍ୟ କିନ୍ତୁ ଆଦୌ ଭଲ ନ ଥିଲା । ହୋଟେଲ୍ ମାଲିକ ବାସି, ସଢା ଖାଦ୍ୟ ଦେଇ ପଇସା ମାଗୁଥିଲା । ବିକ୍ରମ କହିଲା, “ତୁମେ ଏଇଭଳି ଖରାପ ଖାଦ୍ୟ ଦେଇ ଗରାଖମାନଙ୍କୁ ଠକୁଛ । ତୁମକୁ କିଛି ବି ପଇସା ଦିଆଯିବ ନାହିଁ ।”

ଏହା ଶୁଣି ସେ ହୋଟେଲ୍ ମାଲିକ ହଠାତ୍ ରାଗି ଯାଇ କହିଲା, “ମୁଁ ଦେଖିବି, ତୁମେ କିପରି ମୋର ପ୍ରାପ୍ୟ ନ ଦେଇ ଏଇ ହୋଟେଲ୍ରୁ ବାହାରି ଯିବ ।”

ବିକ୍ରମ ସେ ‘ମେଜିକ୍ ଥଳି’ର କରାମତି ପରୀକ୍ଷା କରିବା ପାଇଁ ତାକୁ କହିଲା, “ହେ ହୋଟେଲ୍ ମାଲିକ, ତୁମେ ମୋ ଥଳିରେ ପଶିଯା ।”

ଚାହୁଁ ଚାହୁଁ ସେ ହୋଟେଲ୍ ମାଲିକ ଥଳି ଭିତରେ ବନ୍ଦୀ ହୋଇଗଲା । ଥଳି ଭିତରେ ସେ ହୋଟେଲ୍ ମାଲିକ ଖାଲି ଚିତ୍କାର କରି କହୁଥାଏ, “ତୋତେ ମୁଁ ଦେଖିନେବି ।” କେତେ ସମୟ ଏହିପରି ଚିତ୍କାର କରି କରି ଶେଷରେ ସେ ହୋଟେଲ୍ ମାଲିକ ହାଲିଆ ହୋଇ ପଡିଲା । ସେ ହୋଟେଲ୍ ମାଲିକର ତ ଆଉ ଏବେ ସେ ଥଳି ଭିତରୁ ବାହାରିବାର କୌଣସି ଉପାୟ ନାହିଁ । ଶେଷକୁ ହତାଶ ହୋଇ ସେ ହୋଟେଲ୍ ମାଲିକ ପ୍ରାର୍ଥନା କଲା, “ମୋତେ ଏଥିରୁ ଉଦ୍ଧାର କର । ମୁଁ ଆଉ ତୁମକୁ ପଇସା ମାଗିବି ନାହିଁ । ଖରାପ ଜିନିଷ ବି କେବେ କାହାକୁ ଦେବିନାହିଁ ।”

ଏହା ଶୁଣି ବିକ୍ରମ କହିଲା, “ଏଥର ଥଳିରୁ ବାହାରି ଆସ ।” ଏକଥା କହିଲା ମାତ୍ରକେ ସେ ଥଳି ଖୋଲିଗଲା ଓ ସେ ହୋଟେଲ୍ ମାଲିକ ଅତି ଆନନ୍ଦରେ ନିଃଶ୍ୱାସ ମାରିଲା ।

ଆଉ ଦିନକର କଥା । ବିକ୍ରମ ଗୋଟିଏ ହୋଟେଲ୍ରେ ଖାଉଥାଏ । ତା ପାଖରେ ଜଣେ ଭଦ୍ରଲୋକ ମଧ୍ୟ ଖାଉଥାଆନ୍ତି । କଥା ପ୍ରସଙ୍ଗରେ ସେ ଭଦ୍ରଲୋକଟି ବିକ୍ରମ ଆଗରେ ବାହାଦୂରୀ କରି କହିଲା, “ମୋ ପାଖରେ ଏକ ମେଜିକ୍ ବଟୁଆ ଅଛି । ସେଥିରୁ ଯେତେ ଟଙ୍କା ଖର୍ଚ୍ଚ କଲେ ମଧ୍ୟ ତାହା ଆଦୌ ସରିବ ନାହିଁ ।”

ବିକ୍ରମକୁ ଏସବୁ ବଡ ତାଜୁବ୍ ଲାଗିଲା । ତହୁଁ ସେ କହିଲା, “ତାହାହେଲେ ଆପଣଙ୍କର ଆଉ ଅଭାବ କ’ଣ? ବର୍ତ୍ତମାନ ଏଠାରେ ଯେତେଜଣ ଗରିବଲୋକ ଖାଉଛନ୍ତି ତାଙ୍କ ପାଇଁ ମଧ୍ୟ ହୋଟେଲ୍ ବାଲାକୁ ପଇସା ଦେଇ ଦିଅନ୍ତୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ