ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଜାଦୂର ଥଳି

ଏକଥା ଶୁଣି ବିକ୍ରମ କହିଲା, “ମୁଁ ତୋ ଯମ । ରାଜା, ରାଜକୁମାରୀ କି ରାଜ୍ୟର ଲୋକ କାହାରି କିଛି ଯଦି ତୁ ଅନିଷ୍ଟ ନ କରି ଏଠାରୁ ବହୁ ଦୂରକୁ ପଳାଇବୁ, ତେବେ ଯାଇ ମୁଁ ତୋତେ ଛାଡିଦେବି । ନ ହେଲେ ତୋତେ ମୁଁ ପିଟିପିଟି ଜୀବନରୁ ମାରିଦେବି ।”

ଏକଥା ଶୁଣି ସେ ଅସୁର କ୍ରୋଧରେ ଅସ୍ଥିର । ସେ ଅସୁରଟି ଖାଲି ଛାଟିପିଟି ହେଉଥାଏ । ତାପରେ ସେ ଅସୁର କହିଲା, “ଏ ବିଷୟରେ ତୁ କିଏ? ସେ ରାଜା ତ ମୋ ସହିତ ଚୁକ୍ତି କରିଛି । ତାର କନ୍ୟାକୁ ଯେଉଁଦିନ କୋଡିଏ ବର୍ଷ ପୂରିବ, ସେ ରାଜା ମୋ ହାତରେ ତା କନ୍ୟାକୁ ନିଶ୍ଚୟ ଦେବ । ଆଜି ତ ସେହି ସୁଯୋଗ ଆସି ପହଁଚିଛି । ଏଥିରେ ମୋତେ ଯେ କେହି ବି ବାଧା ଦେବ ମୁଁ ତାକୁ ଉଚିତ୍ ଶିକ୍ଷା ଦେବି ।”

ଏପରି କଥା ଶୁଣି ସେ ବିକ୍ରମ କେବଳ ହସି ହସି କହିଲା, “ତାହା ତ ଜଣାପଡୁଛି ।” ଏତିକି କହି ବିକ୍ରମ ସେ ଅସୁରକୁ କେବଳ ଠେଙ୍ଗାରେ ପିଟିବାକୁ ଲାଗିଲା । ଏବେ ଆଉ ତ ସେ ଅସୁରର ସେଠାରୁ ବାହାରିବାର କୌଣସି ଉପାୟ ନାହିଁ । ପରିଶେଷରେ ମାଡ ଖାଇ ଖାଇ ସେ ଅସୁରଟା ଦରମରା ହୋଇଗଲା । କାନ୍ଦି କାନ୍ଦି ସେ ଅସୁର କହିଲା, “ଭାଇ ! ତୋ କଥା ମୁଁ ନିଶ୍ଚୟ ରଖିବି । ଏବେ ତ ମୋତେ ଛାଡି ଦେ ।” ଏଥର ବିକ୍ରମ ସେ ମେଜିକ୍ ଥଳିକୁ ଆଦେଶ ଦେଲା, “ଅସୁରକୁ ଛାଡିଦିଅ ।”

ବନ୍ଦୀରୁ ମୁକ୍ତ ହୋଇ ସେ ଅସୁର ପ୍ରାଣ ବିକଳରେ ସେ ରାଜ୍ୟ ଛାଡି ସେଠାରୁ ଚାଲିଗଲା । ରାଜା ଓ ରାଜପାରିଷଦଗଣ ସମସ୍ତେ ଶାନ୍ତିରେ ନିଃଶ୍ୱାସ ମାରିଲେ । ତାପରେ ସମସ୍ତେ କେବଳ ବିକ୍ରମକୁ ଧନ୍ୟ ଧନ୍ୟ କଲେ । ସେ ରାଜାଙ୍କର ତ ପୁଅ ନ ଥିଲା । ତେଣୁ ସେ ନିଜର ଏକମାତ୍ର କନ୍ୟାକୁ ବିକ୍ରମ ସହିତ ବାହା କରାଇଦେଲେ । ରାଜାଙ୍କ ଅନ୍ତେ ବିକ୍ରମ ସେ ସିଂହାସନରେ ବସି ସୁଖରେ ପ୍ରଜା ପାଳିଲା । ମେଜିକ୍ ଥଳି ଓ ମେଜିକ୍ ବଟୁଆ ଯୋଗୁଁ ରାଜ୍ୟରେ ଆଉ କିଛିବି ଅଭାବ ରହିଲା ନାହିଁ । ପ୍ରଜାମାନେ ବି ନିର୍ଭୟରେ କାଳ କାଟିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ