ଚନ୍ଦ୍ରମୁଖୀ କହିଲା, “ମୁଁ ଜାଣି ନଥିଲି କି ତୋତେ ଏତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଆଚ୍ଛା ମୁଁ ତୋତେ ଦୁଇଥର ଖାଇବାକୁ ଦେବି ଓ ମାସକୁ ଦଶମୋହର ଦେବି । କିନ୍ତୁ ତୁ କେବଳ ଆମରି ଘରେହିଁ କାମ କରିବୁ ।”
ଲକ୍ଷ୍ମୀ ସିଧା କହିଲା “ଠିକ୍ ଅଛି । କିନ୍ତୁ ସେପରି କୁହନାହିଁ ଯେ ମୁଁ କାନ୍ତାଙ୍କ ଘର କାମ ଛାଡିଦେବି ବୋଲି ।”
ସାଧୁ ଚନ୍ଦ୍ରମୁଖୀର ଏଭଳି ବ୍ୟବହାରରେ ସନ୍ତୁଷ୍ଟ ହୋଇ ଚାଲିଗଲେ । ଚନ୍ଦ୍ରମୁଖୀର ଘରେ ବେଶି କାମ ନଥିଲା, ପୁଣି ତାକୁ ତ ଖାଲି ବସିବାକୁ ଡାକିନାହିଁ; ତେଣୁ ସେ ଛିଣ୍ଡାକନାରେ ଖଟ ଆଲମୀରାସବୁ ପୋଛାଇଲା । ଫୁଲ ଦ୍ୱାରା ସେ ପ୍ରଥମେ ଭଗବାନଙ୍କୁ ପୂଜା କରୁଥିଲା । ଏବେ ଲକ୍ଷ୍ମୀ ଦ୍ୱାରା ମାଳା ବନାଇ ଠାକୁରଙ୍କୁ ସେ ଫୁଲ ଦେଲା ।
ଏସବୁ କାମ ପରେ ମଧ୍ୟ ଲକ୍ଷ୍ମୀ ଯଦି ଟିକିଏ ବିଶ୍ରାମ କଲା ତେବେ ଚନ୍ଦ୍ରମୁଖୀ ଦରକାର ନଥିବା କାମ ଲକ୍ଷ୍ମୀକୁ ଦିଏ । ତଦ୍ୱାରା ତା’ର ମନରେ ସନ୍ତୋଷ ଆସେ ।”
ଲକ୍ଷ୍ମୀ ଭଲଭାବରେ କାମଦାମ କରିଦିଏ । କିନ୍ତୁ କାମ କରିବା ବେଳେ ବା ପରେ ତା’ର ଯେଉଁ ସନ୍ତୋଷ କାନ୍ତା ଘରେ ମିଳୁଥିଲା, ଏଠାରେ ସେପରି ସନ୍ତୋଷ ନାହିଁ । ସେ ଅନୁଭବ କଲା ଯେ ଚନ୍ଦ୍ରମୁଖୀ ଘରେ ସେ ଚାକରାଣୀ ହୋଇ ଅଛି ଆଉ କାନ୍ତା ଘରେ ସେ ପରିବାରର ଜଣେ ପରି ଥିଲା । ଚନ୍ଦ୍ରମୁଖୀ ସବୁ ବୁଝିପାରେ ଓ ଆହୁରି ଅସନ୍ତୁଷ୍ଟ ହୁଏ ।
କିଛିଦିନ ପରେ ସାଧୁ ଫେରିଲେ ଓ ସବୁ ଶୁଣିଲେ । ତା’ପରେ କାନ୍ତା ଘରକୁ ଯାଇ ସାଧୁ ସବୁ ବିଷୟ ଦେଖିଲେ । ପୁଣି ଫେରି ଆସି ଚନ୍ଦ୍ରମୁଖୀ ଘରର ପରିସ୍ଥିତି ମଧ୍ୟ ସେ ଦେଖିଲେ । ଦୁଇ ପରିବାରର ପରିସ୍ଥିତି ଭଲ ଭାବରେ ଅନୁଧ୍ୟାନ କରି ସେ ତୁଳନା କଲେ ।
ସାଧୁଙ୍କୁ ଗମ୍ଭୀର ଦେଖି ଚନ୍ଦ୍ରମୁଖୀ ପଚାରିଲା “ମହାତ୍ମା, ଆପଣ ଦୁଇଜଣଙ୍କ ଘର ଦେଖି କ’ଣ ବିଚାର କରୁଛନ୍ତି?”
ସାଧୁ କହିଲେ, “କାନ୍ତାର ଘରେ ବେଶି କାମ । କିନ୍ତୁ ତା’ର ନିହାତି ଦରକାର ନ ପଡିଲେ ସେ ଲକ୍ଷ୍ମୀ ଦ୍ୱାରା କୌଣସି କାମ କରାନ୍ତି ନାହିଁ । ଯେଉଁ ବାସନରେ ସେମାନେ ପାଣି ପିଅନ୍ତି ତାକୁ ତ ସେମାନେ ନିଜେ ନିଜେ ସଫା କରନ୍ତି । ତା’ ଛଡା ଲକ୍ଷ୍ମୀକୁ ସେମାନେ ତାଙ୍କ ପରିବାରର ଜଣେ ଲୋକ ପରି ଭାବନ୍ତି । କେବଳ ମାସକୁ ମାସ ଟଙ୍କା ନେଉଛି ବୋଲି ତାକୁ ଅନ୍ୟ ଲୋକମାନେ ଚାକରାଣୀ ବୋଲି କୁହନ୍ତି । ତେଣୁ ତାକୁ ଚାକରାଣୀ ନ କହି ଘରର ଜଣେ ଲୋକ ବୋଲି କହିଲେ ସୁନ୍ଦର ହେବ । ସେଇଥିପାଇଁ ସେଠାରେ ଯେତେ କାମ କଲେ ମଧ୍ୟ ଲକ୍ଷ୍ମୀ ଭାରି ଖୁସି ଥାଏ ।”
ସାଧୁଙ୍କ କଥା ଚନ୍ଦ୍ରମୁଖୀକୁ କିଛି ଭଲ ଲାଗିଲା ନାହିଁ । ସେ କହିଲା, “ମୁଁ ତ ତା’ ସହିତ ବହୁତ ଭଲ ବ୍ୟବହାର କରେ ।”
ସାଧୁ କହିଲେ “ଏବେ ମଧ୍ୟ, ଝିଅ, ତୁ କଥା ଠିକ୍ ଭାବରେ ବୁଝିପାରୁନାହୁଁ । ସେ ତା’ଦ୍ୱାରା କାମ କରାଏ, କାରଣ କାମ ଥାଏ ବୋଲି; କିନ୍ତୁ ତୁ କାମ କରାଉ, ଏହି ମନୋଭାବ ନେଇ ଯେ ଘରେ ଜଣେ ଚାକରାଣୀ ରହିଛି ତେଣୁ ସେ କାମ କରିବ । କ’ଣ ଏହି ଦୁଇ ପ୍ରକାରର ମନୋଭାବ ମଧ୍ୟରେ ତୁ କୌଣସି ଭିନ୍ନତା ବୁଝିପାରୁ ନାହୁଁ?”
ଏଥର ଚନ୍ଦ୍ରମୁଖୀ ନିଜର ଭୁଲ୍ ବୁଝି ପାରିଲା । ସାଧୁ କହିଲେ, “ତୋର ଅସନ୍ତୋଷର କାରଣ ହେଉଛି ଈର୍ଷ୍ୟା । କାନ୍ତା ତୋଠାରୁ ଅଧିକ ସନ୍ତୁଷ୍ଟ ବୋଲି ତୁ ତାକୁ ସହି ପାରୁନାହୁଁ । ସେପରି ଈର୍ଷ୍ୟା ଛାଡି କାନ୍ତା ସହିତ ବନ୍ଧୁତା ସ୍ଥାପନ କରିବାକୁ ହାତ ବଢାଇ ଦେ । ନଚେତ୍ ନିଜର ବଡପଣ ଯୋଗୁଁ ନିଜେ କେବଳ କଷ୍ଟ ପାଇବୁ । ଭଲ ମଣିଷ ହୋଇ ଅନ୍ୟର ସହାୟତା କରିବା ଦ୍ୱାରା ମନ ଖୁସି ରହେ । ସେଥିରୁ ଯେଉଁ ସନ୍ତୋଷ ମିଳେ, ତାହା ଅସୀମ ।”
ଏଥର ଚନ୍ଦ୍ରମୁଖୀ ସାଧୁଙ୍କ କଥା ଠିକ୍ ଭାବରେ ବୁଝିପାରିଲା । ତାଙ୍କରି କଥା ତା’ ଜୀବନରେ ବିପୁଳ ପରିବର୍ତ୍ତନ ଆଣିଲା । ଏଣିକି ତା’ର ଅନ୍ତର ତୃପ୍ତି ଓ ସନ୍ତୋଷରେ ଭରିଗଲା ।