ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯଦୁମଣି ରହସ୍ୟ

ତେଲି ଉପଖ୍ୟାନ

                ଇଟା ମାଟି ଗାଁରେ ନୂରୀ ସାହୁ ନାମକ ଜଣେ ତେଲି ବାସ କରୁ ଥିଲା । ନୂରୀ ସାହୁ ତା’ର ଜୀବନ କାଳ ମଧ୍ୟରେ ଢେର୍ ଧନ ସଂଚୟ କରି ରଖି ଥିଲା, ଅନ୍ୟ ଭାଷାରେ କହିଲେ ସେ ଏକ ଧନୀ ବ୍ୟକ୍ତି ଥିଲା । ତେଣୁ ଚାରି ଖଣ୍ଡ ମୌଜାରେ ତା’ର ବେଶ୍ ନାଁ ଡାକ ଥିଲା । ତାହାର ତିନୋଟି ପୁଅ ଓ ଦୁଇଟି ଝିଅ ଥିଲେ । ବାପା ଏତେ ଧନ ସଂଚିଲେ କ’ଣ ହେବ, ପିଲା ମାନେ ଦୀନହୀନଙ୍କ ଭଳି ଚଳନ୍ତି । ଖାଇବା ପିଇବାରେ, ମଧ୍ୟ ନୂରୀ ସାହୁ ଏତେ ଖର୍ଚ୍ଚ କରିବାକୁ ଭଲ ପାଏନି । ମୋଟ ଉପରେ କହିବାକୁ ଗଲେ ନୂରୀ ଏକ କୃପଣ ସ୍ୱଭାବର ବ୍ୟକ୍ତି ଥିଲା । ନୂରୀର ଏ ପ୍ରକାର ସ୍ୱଭାବ ବିଷୟରେ କବି ଯଦୁମଣି ଅବଗତ ଥିଲେ । ଓଡିଶାରେ ତେଲି ଜାତିକୁ ନେଇତ ଏକ ପ୍ରବଚନ ଅଛି – “ଗୁଡିଆ ନିକିଟା ତେଲି ଚିକିଟା ।”

ଏକଦା କବି ଯଦୁମଣି କୌଣସି ଏକ କାର୍ଯ୍ୟରେ ଇଟା ମାଟି ଗାଁକୁ ଯାଇ ଥାଆନ୍ତି । ଗାଁରେ ପହଁଚିବା ପରେ ଗ୍ରାମ ବାସୀ ମାନେ କବି ଯଦୁମଣିଙ୍କୁ ଅନୁରୋଧ କଲେ ଏକ ସଂଗୀତ ଆସରର ଆୟୋଜନ କରିବା ପାଇଁ । ସେଥି ପାଇଁ ଗାଁ ବାଲାଏ ଚାନ୍ଦା ଆଦାୟ କଲେ । କବି ମଧ୍ୟ ଏଥିରେ ସମ୍ମତି ପ୍ରଦାନ କଲେ । ସମସ୍ତେ କିଛି କିଛି ସାହାଯ୍ୟ କଲେ, ହେଲେ ନୂରୀ କାଣିଚାଏ ମଧ୍ୟ ସାହାଯ୍ୟ କଲା ନାହିଁ । ଲୋକଟି ବିଷୟରେ କବି ଯଦୁମଣି ଯାହା ଶୁଣି ଥିଲେ, ସ୍ୱଚକ୍ଷୁରେ ମଧ୍ୟ ତାହା ଦେଖିଲେ । ନୂରୀକୁ କିପରି ବୁଦ୍ଧି ଶିଖାଇବେ, ସେଥି ପାଇଁ ଏକ କବିତା ରଚନା କଲେ । କବିତାଟି ହେଉଛି –

“ଘୃଣାରେ ଶାବଳ ଦିଆ

ଜାତି ଭୀତି ବଦଳିଆ

ଭାରିଯାକୁ ବୋଲେ ତୁ ଘରୁ ବାହାରିଯା

ଦେଖି ମଳ ହଳ ଦିଆ ।

କବିତାଟିର ଅର୍ଥ ହେଉଛି – ତେଲି ଜାତି ହେଉଛି ଏକ ବଳଦିଆ ଜାତି । ସେମାନେ ଏତେ କୃପଣ ଯେ ଧନ ପାଇଁ ସେମାନେ ନିଜ ସ୍ତ୍ରୀକୁ ମଧ୍ୟ ବିକ୍ରୀ କରି ଦେବେ । ତେଲି ଜାତି ଏପରି ଏକ ନୀଚ୍ଚ ଜାତି ଯେ ପଛରେ ତ୍ୟାଗ କରି ଥିବା ମଳକୁ ମଧ୍ୟ ବୁଲି ଚାହିଁ ଥାଏ । ଅର୍ଥାତ୍ ସେ କେତେ ପରିମାଣରେ ମଳ ତ୍ୟାଗ କଲା । ସଂଗୀତ ଆସରରେ ଯେତେ ବେଳେ ଏହା ଗାନ କରା ଗଲା ଉପସ୍ଥିତ ଜନତା ତାଳି ମାରି ହସିଲେ । ନୂରୀ ଏହା ଦେଖି ମନେ ମନେ ଖୁବ୍ ଅପମାନିତ ମନେ କଲା । ତତ୍କ୍ଷଣାତ୍ କବିଙ୍କୁ କିଛି ସାହାଯ୍ୟ ରୂପେ ଦେଇ ଆଦର ଅଭ୍ୟର୍ଥନା କରି ସସମ୍ମାନେ ବିଦାୟ ଦେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ