ବୃଷଭର ପଛଆଡୁ ପାଇଲି
କବି ଯଦୁମଣିଙ୍କୁ ରାଜା କିଛି ଜମି ଦେଇ ଥିଲେ । ରାଜା ଦିନେ କବି ଯଦୁମଣିଙ୍କୁ କହିଲେ – ଯଦୁମଣି ଜମି ଭାଗ ଚାଷ ନଦେଇ ନିଜେ ଚାଷ କର ।
କବି ଯଦୁମଣି ସଙ୍ଗେ ସଙ୍ଗେ କହିଲେ – ଛାମୁଁ, ବଳଦ କାହୁଁ ପାଇବି ଯେ ଚାଷ କରିବି ।
ରାଜା ଟିକିଏ ହସିଲେ, ତା’ପରେ କହିଲେ ଏଇ ଛାର କଥା । ହଳେ ବଳଦ ତୁମକୁ ଦେଇ ଦେବା । ରାଜା ଦେବେ ବୋଲି କହି ସୁଦ୍ଧା କଥା ଭୁଲି ଗଲେ, ଚାଷ ସମୟ ଆସି ଗଲା । ଇନ୍ଦ୍ର ଦେବତାଙ୍କ ଚାଷ ପାଣି ବରଷି ଲାଣି । କବି ଯଦୁମଣି ଏବେ କରିବେ ବା କ’ଣ?
ଭାଗ ଚାଷୀଙ୍କ ଠାରୁ ତ ଜମି ଛଡାଇ ଆଣିଛନ୍ତି, ରାଜାଙ୍କ କଥା ମାନି ଏବେ ସେ କେଉଁ ମୁହଁରେ ପୁଣି ସେମାନଙ୍କୁ ଜମି ଯାଚିବେ ।
ଶେଷରେ କବିତାଟି ଲେଖି ରାଜାଙ୍କ ପାଖକୁ ପଠାଇଲେ –
ଦବା ଦବା ବୋଲି ବୋଇଲେ ବରଷିଲେ ଜଳଦ
ବିଲ ମାଣ କେତେ ଚଷନ୍ତି ଦେଇଥିଲେ ବଳଦ
ଦେବେ ଦେବେ ବୋଲି ଯାହା ମୁଁ ଜଗତରେ କହିଲି ।
ଦେବ ଦେବଙ୍କର ବାହନ ପଛ ଆଡୁ ପାଇଲି ।
ଦେବ ଦେବ ମହାଦେବ । ବାହନ-ବୃତେ ।
ରାଜା ଏହି କବିତାଟିର ଅର୍ଥ କରି ବହୁତ ଲଜ୍ଜିତ ହେଲେ । ସାମାନ୍ୟ କଥାରେ କବି ଯଦୁମଣି ଭଲା ମୋତେ ଗାଳି ଦେଲା । ରାଜା ସଙ୍ଗେ ସଙ୍ଗେ ନିଜର ଭୁଲ୍ ବୁଝି ପାରି ହଳେ ବଳଦ କବି ଯଦୁମଣିଙ୍କ ନିକଟକୁ ପଠାଇ ଦେଲେ ।