ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯଦୁମଣି ରହସ୍ୟ

ଚନ୍ଦ୍ରିକା ମାରେ ମାରଦଶା ମେଂଟିଲା

                କବି ଯଦୁମଣିଙ୍କ କିଶୋର ସମୟର କଥା । ସେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଇଛନ୍ତି । ସେଠି କାହା ସହିତ ତାଙ୍କର ପରିଚୟ ନଥାଏ । ଆନନ୍ଦ ବଜାରରୁ ପ୍ରସାଦ ସେବନ କରି ସେ ବାଇଶି ପାହାଚରେ ବସି ଶ୍ରୀଜଗନ୍ନାଥଙ୍କ ଜଣାଣ ଗାନ କରୁ ଥାନ୍ତି ।

                ଜଣେ ପଣ୍ଡା ବହୁ ସମୟ ଧରି କବି ଯଦୁମଣିଙ୍କର ଭଜନ ଶୁଣି ମୁଗ୍ଧ ହୋଇ ଯାଇଥାନ୍ତି । ସେ କବି ଯଦୁମଣିଙ୍କ ପାଖକୁ ଆସି ପଚରା ଉଚରା କଲେ ଓ ଘରେ ତାଙ୍କୁ ଚାକର କରି ରଖିବା ପାଇଁ ସାଙ୍ଗରେ ନେଇ ଆସିଲେ । ସେଥିରେ କବି ଯଦୁମଣି ମଧ୍ୟ ରାଜି ହୋଇଥିଲେ । ଯାହା ହେଉ ପଣ୍ଡାଙ୍କ ଘରେ ରହି କିଛି ଦିନ ଶ୍ରୀକ୍ଷେତ୍ରରେ ଥାକି ଯିବେ ।

                କଥା କ’ଣ କି? ପଣ୍ଡା, ୧୬-୧୭ ବର୍ଷ ବୟସର ଝିଅଟିକୁ ଚତୁର୍ଥ ପତ୍ନୀ ରୂପେ ଗ୍ରହଣ କରି ଥାନ୍ତି । ପଣ୍ଡାଏ ମନ୍ଦିର କାମରେ ବ୍ୟସ୍ତ ଥାଇ ବହୁ ସମୟ ଘରେ ଅନୁପସ୍ଥିତ ରହୁ ଥିଲେ । ଏଣୁ ଛତରା ସାଇ ଟୋକାଏ ତାଙ୍କ ସ୍ତ୍ରୀଙ୍କ ପ୍ରତି ନଜର ରଖି ଥାନ୍ତି । ଯୁବତୀ ପତ୍ନୀଟି ମଧ୍ୟ ଘରେ ଏକା ଏକା ବସି ଚିଡି ଯାଏ, ଦାଣ୍ଡ ଦୁଆରେ କେବେ କେମିତି ଠିଆ ହୋଇ ଯାଏ । ଏ ସବୁ କଥା ପଣ୍ଡାଙ୍କ ଦେହରେ ଯାଏ ନାହିଁ । ବିନା ଦୋଷରେ ସ୍ତ୍ରୀଙ୍କୁ ଗୁଡାଏ ବାଡାନ୍ତି । ପଣ୍ଡା ଭାବିଲେ ମଫସଲିଆ ଟୋକାଟାଏ ଯଦି ଦାଣ୍ଡ ଘରେ ବସି ରହେ ତେବେ ଏ ସବୁର ଆଉ ଭୟ ରହିବ ନାହିଁ । ତା ବ୍ୟତୀତ ସେ ଘରର ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ଦେଖା ଶୁଣା କରିବ ।

                କିନ୍ତୁ ପଣ୍ଡାଙ୍କ ଯୁବତୀ ପତ୍ନୀ ଏ କଥାଟାକୁ ସେତେ ସହଜରେ ଗ୍ରହଣ କଲେନି । କବି ଯଦୁମଣିଙ୍କୁ ପଣ୍ଡାଙ୍କ ପତ୍ନୀ ପଦୁଟିଏ କଥା ସୁଦ୍ଧା କହିଲେ ନାହିଁ । ଖାଇବା ପିଇବା ବୁଝିବା ତ ଦୂରର କଥା । ଘରେ ପଣ୍ଡା ତ ନଥାନ୍ତି ଏଣେ ରାତି ବଢି ବଢି ଚାଲି ଥାଏ । ପଣ୍ଡାଙ୍କ ସ୍ତ୍ରୀ ଖାଇ ପିଇ ଶୋଇବାକୁ ଗଲେ । କବି ଯଦୁମଣି ଅପେକ୍ଷା କରି କରି ଥକି ଗଲେ । ପେଟରେ ଭୋକ, ମନରେ ଦକ । କେତେ ବେଅକଲି ମାଇପିଟେ ମ? ଦୟା ମାୟା ଟିକେ ହେଲେ ବି ନାହିଁ । ଏମିତି ଭାବୁ ଭାବୁ କେତେ ବେଳୁ ସେ ଶୋଇ ଯାଇଛନ୍ତି ଯେ ଏକଥା ସେ ନିଜେ ମଧ୍ୟ ଜାଣି ପାରି ନାହାଁନ୍ତି । ବହୁ ରାତି ହେବାରେ ପଣ୍ଡାଏ ମନ୍ଦିର ନୀତି ଶେଷ କରି ଘରକୁ ଫେରିଲେ । କବାଟରେ ଆଘାତ କଲେ ଖଟ୍-ଖଟ୍-ଖଟ୍ । କବି ଯଦୁମଣିଙ୍କ ନିଦ ଭାଙ୍ଗି ଗଲା, ସେ ଚିହିଁକି ଉଠି ପଚାରିଲେ – କିଏ କିଏସେ । ପୁଣି ଡାକୁଛ ।

                ଆରେ କବାଟ ଫିଟା, ବେହି ପୁ…ଅ, କଣ ଘର ବାଲାକୁ ମଧ୍ୟ ଚିହ୍ନି ପାରୁନୁନା କ’ଣ? ପଣ୍ଡା କହିଲେ ।

                କବି ଯଦୁମଣି କହିଲେ – ମହାପ୍ରଭୁ ମୋର ଅପରାଧ କ୍ଷମା ହେଉ । ସଞ୍ଜ ବେଳୁ ଏ ଯାଏଁ କବାଟ ଖୋଲି ଖୋଲି ମୁଁ ଥକି ପଡିଲିଣି । କେତେ ଲୋକ ଆସୁଛନ୍ତି, ଆଉ ଯାଉଛନ୍ତି । ସମସ୍ତଙ୍କର ସେହି ଗୋଟିଏ ଉତ୍ତର ଆମେ ପରା ଘର ବାଲା, ଆପଣ ଯେ ପ୍ରକୃତ ଘର ବାଲା ବୋଲି ମୁଁ କେମିତି ଜାଣିବି?

                ପଣ୍ଡା ଏକଥା ଶୁଣି ରାଗରେ ପଂଚମକୁ ଉଠିଲେ । କିଛି ନବୁଝି, ନଶୁଝି ଶୋଇଥିବା ପତ୍ନୀଙ୍କୁ କୋରଡାରେ ନିସ୍ତୁକ ପିଟିଲେ, ତେଣେ ମାଡ ଚାଲି ଥାଏ ଏଣେ କବି ଯଦୁମଣି ଅଂଟାରୁ ଖଡି ଗୋଟାଳିଟି ବାହାର କରି କାନ୍ଥରେ ଲେଖି ଦେଇ ରାତାରାତି ସେଘର ଛାଡି ଚାଲି ଗଲେ ।

                                                ଅଶାଂଶୃଳା ଜଣେ ପାଂଶୁଳାରୁ ପଣେ

                                                                                ପଦ୍ମଜ – ପ୍ରବୃତ୍ତି ଧରାରେ

                                                ହଂସ କର ସ୍ୱନେ ହାସେ ଭାଷେ ସେକି

                                                                                ନିଘନେ ନଦେଲୁ ଟରାରେ ଚନ୍ଦ୍ରିକା

                                                ଚକୋର ମାର                                            ପଙ୍ଗୁ ହେଲା

                                                ରାଗିବୁ ଜାଗିବି                                            ବାରୁ ପାରଗରେ

                                                ମାରେ ମାରଦଶା ମେଂଟିଲା । ।

                ଅର୍ଥାତ୍ – ଆରେ ଚନ୍ଦ୍ରିକା ! ସଂସାରରେ ସୃଷ୍ଟିକର୍ତ୍ତା ବିଧବା ଜଣେ ସତୀକୁ ପଣେ ଅସତୀ ସୃଷ୍ଟି କରିଛନ୍ତି । ମୋତେ, ପାଦର ନୁପୂର ଦ୍ୱାରା, ମଧୂର ଇଙ୍ଗିତରେ ମୁଗ୍ଧ କରି ଅସତୀର ସମସ୍ତ ସୂଚନା ପ୍ରଦାନ କଲୁ । ମାତ୍ର ଠିକ୍ ବେଳାରେ ଧରା ଦେଲୁ ନାହିଁ । ମୁଁ, ତୋ’ ଜ୍ୟୋସ୍ନା । ପିଆସୀ ଚକୋର କାମାର୍ତ୍ତ ହୋଇ ଶେଷରେ କ୍ଷୁଧାରେ ପଙ୍ଗୁ ହୋଇ ଗଲି । ଶେଷରେ ରାଗି ଲୋକକୁ ଲଗାଇ ଘୋଡାକୁ ଶାସନ କରା ଯାଉ ଥିବା କୋରଡାରେ ତୋତେ ମାଡ ଖୁଆଇ ମୋର ଦୁଃଖ ମେଂଟାଇଲି ।   


ଗପ ସାରଣୀ

ତାଲିକାଭୁକ୍ତ ଗପ