ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯଦୁମଣି ରହସ୍ୟ

କଟକର ମିଠା

                ଥରେ ନୟାଗଡ ରାଜା ବିନାୟକ ସିଂହ ମାନଧାତା ସପରିବାର କଟକରେ ଯାଇ ବିଜେ ହେଲେ । ସାଙ୍ଗରେ କବି ଯଦୁମଣିଙ୍କୁ ମଧ୍ୟ ଆଣିଥାନ୍ତି । କଟକରେ କିଛି ଦିନ ଭଡା ଘର ନେଇ ରହିଲେ । ତାପରେ ନୟାଗଡ ଫେରିଲେ ।

                କବି ଯଦୁମଣି ଘରକୁ ଫେରିବାରୁ ତାଙ୍କ ସ୍ତ୍ରୀ ଅଞ୍ଜନା ତାଙ୍କୁ କଟକ ବିଷୟରେ ପଚାରିଲେ – କେମିତି ଦେଶ, କ’ଣ ମିଳେ ସେଠି ଇତ୍ୟାଦି ଇତ୍ୟାଦି । କବି ଯଦୁମଣି ତ ଖାଦ୍ୟ ପ୍ରିୟ । ସେ କେବଳ କଟକରେ ମିଳୁଥିବା ମିଠା କଥା ବର୍ଣ୍ଣନା କଲେ । କଟକତ ସହଜେ ମିଠା ପାଇଁ ପ୍ରସିଦ୍ଧ । ଏ କଥା ଶୁଣି ଅଞ୍ଜନା କହିଲେ – କ’ଣ ହେବ କିଛି ପୁଡିଆ ବାନ୍ଧି ଆଣି ଥାନ୍ତ କି, ଦେଖି ଥାନ୍ତେ ସାଇ ପଡିଶାଙ୍କୁ ଦେଖାଇ ଖୁଆଇ ଖୁସି କରିଥାନ୍ତେ ।

                କବି ଯଦୁମଣି ତାଙ୍କ ସ୍ତ୍ରୀଙ୍କ କଥାକୁ ମନେ ରଖି ରାଜାଙ୍କ ଆଗରେ କବିତାଟିଏ ଗାଇଲେ –

“ସର୍ବଦା ଜୀବିକା ମୋ ଠକ ଠକ

ସଙ୍ଖାଳି ମୋର ବାରିସି ପଟକ

ନଗଲା ପାଶୋଟ କଟକ ଟକ

ପାଂଚ ଅକ୍ଷର ଏ ପାଂଚ ଅକ୍ଷର

ଲୋମ ବିଲୋମରେ ଲୋଡା ସେ ମୋର

କଟକ ଟକ ।”

ରାଜା କବି ଯଦୁମଣିଙ୍କ ଉଦ୍ଧେଶ୍ୟ ବୁଝି ପାରି ହସିଲେ ଓ କଟକକୁ ଲୋକ ପଠାଇ ମିଠା ମଗାଇ ଦେଲେ । ଅଞ୍ଜନା ମିଠା ଦେଖି ବିଶେଷ ଖୁସି ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ