ବଳିଦାନ ବିରୁଦ୍ଧରେ
କବି ସୂର୍ଯ୍ୟ ବଳଦେବ ଓ କବି ଯଦୁମଣି ଦୁହେଁ ସମସାମୟିକ ବନ୍ଧୁ ଥିଲେ । ଥରେ କବି ସୂର୍ଯ୍ୟ ବଳଦେବ ନିମନ୍ତ୍ରିତ ହୋଇ ନୟାଗଡ ଆସିଥାନ୍ତି । ଆଶ୍ୱିନ ମାସ ସମୟ । ରାଜ କର୍ମଚାରୀ ବଳୀ ଦେବତା ଭାବେ ଦେବୀଙ୍କ ପାଖରେ ଛାଗ ବଳୀ ଦେବାର ବ୍ୟବସ୍ଥା କରୁଥିବାର କବି ଦୁହେଁ ଦେଖିଲେ । ଏ ଦୃଶ୍ୟ ଦେଖି କବି ସୂର୍ଯ୍ୟ ବଳଦେବ ଗାଇ ଉଠିଲେ –
“କି କହିବା ନୃପ ମାନଧାତାଙ୍କୁ
ପାତ୍ର କରିଛି ହଳୀ ଦେବତାଙ୍କୁ ।”
କବି ଯଦୁମଣି ତ ଏ କବିତା ଶୁଣି ବ୍ୟଥିତ ହେଲେ । ସେ ତାଙ୍କ ପ୍ରିୟ ରାଜାଙ୍କର ନିନ୍ଦା ବା କେମିତି ସହିବେ । ଏଣୁ ଦୈବ ଉପରେ ଦୋଷାରୋପ କରି ନିମ୍ନ କବିତାଟି ଗାଇଲେ । ଯାହାକି କବି ସୂର୍ଯ୍ୟ ବଳଦେବଙ୍କୁ ବିଶେଷ ତୃପ୍ତ କରି ଥିଲା ।
“ପୋଡୁ ଏ ବିବେକ ମାନଧାତାର
ପାତ୍ର କରିଛି ବଳୀ ଦେବତାଙ୍କୁ
ହୋଇଲେ ସିନା ବଳି ଦେବ ତାକୁ
ଅଶ୍ୱିନ ମାସେ ବଳି ଦେବତାକୁ
କି ଅବିବେକରେ
କଟାରୀ ଥୋଇଲେ ଅବିବେକରେ ।”