ପାଡ ଉପହାର
ନୟାଗଡ ରହଣି ମଧ୍ୟରେ କବି ସୂର୍ଯ୍ୟ ବଳଦେବ ଗୋଟିଏ କବିତାରେ ଚିଠି ଲେଖି କବି ଯଦୁମଣିଙ୍କ ନିକଟକୁ ପଠାଇଲେ । କବି ଯଦୁମଣି ନିଜ ଗାଁ ଇଟାମାଟିରେ ସେତେ ବେଳକୁ ରହି ଥାନ୍ତି । ସେ ଚିଠି ପାଇ ପଢି ବସିଲେ, ମାତ୍ର ଏ କି ପ୍ରକାର ଚିଠି?
“ନାହିଁ ବାରୁଦ ଆଉ ବେଲା ସଜ
ବଡ ଉତକଟ ସେ ତୋପ ଆବାଜ
ପାମୁକି ଆନନ୍ଦ ଦେଖିଲା ନାହିଁ
ଚମକି ପଡଇ ଘୁମୁକି ମୁହିଁ
ସହି ପାତାଳକୁ
ଆଗ କରି ଦହି ଦେଲା ସ୍ୱର୍ଗକୁ ।” ସ୍ୱର୍ଗ – ନାକ ।
କବି ଯଦୁମଣି ଅର୍ଥ କଲେ, ତାପରେ ଜାଣିଲେ ବନ୍ଧୁ ପାଡଟିଏ ଉପହାର ପଠାଇ ଛନ୍ତି । ସେ ସଙ୍ଗେ ସଙ୍ଗେ ଉତ୍ତର ପଠାଇଲେ –
“ । । ପାର୍ଥ (ଗାଣ୍ଡିବ) ଧନୁ ନାମ ପାଇଲା ବେଳେ
ଭୀତ ତାତ (ପବନ) ଜାତ ହେଲେ ସେକାଳେ
ବଡ ବିଜ୍ଞପଣ
ଆମ୍ଭ ପାଖକୁ ଲେଖିଛ ଆପଣ ।”