ଏତେ ତରତର କାହିଁକି ହେଉ
ପୁରୀ ବଡ ଦାଣ୍ଡରେ ରଥ ଛୁଆଁଇ କବି ଯଦୁମଣି ବାଘମାରୀରେ ଜଣେ ଖଣ୍ଡାୟତ ଘରର ବୋହୂକୁ ଭାଉଜ କରି ଥିଲେ । ସମୟ କ୍ରମେ ଝିଅଟିଏ ଓ ପୁଅଟିଏ ବ୍ୟତୀତ ସ୍ୱାମୀ, ଶାଶୁ ଓ ଶ୍ୱଶୁର ସମସ୍ତେ ମରି ଗଲେ । ବୋହୂଟିଏ ଯୁବତୀ ସମୟ, ଦୁତୀୟା ହୋଇ କାହାକୁ ଘରକୁ ନ ଆଣିଲେ ଜମି ବାଡି କଥା ବୁଝିବ କିଏ? ଏଣେ ପୁଣି ଝିଅକୁ ବାର ବର୍ଷ ହୋଇ ଗଲାଣି । ଝିଅଟିର ବିଭାଘର ହେବା ନିତ୍ୟାନ୍ତ ଆବଶ୍ୟକ । ପୁଅର ବୁଡ ହେବ । ଖଣ୍ଡାୟତ ଘର ପଇତା ଖିଏ ଦରକାର । ନିଜର ବୋଲି କେହି ନାହିଁ । ଶେଷରେ ଧରମ ଦିଅର ।
କବି ଯଦୁମଣିଙ୍କୁ ଶେଷରେ ସେ ଡକାଇ ପଠାଇଲେ । କବି ଯଦୁମଣି ଖବର ପାଇ ବାଘମାରୀରେ ପହଁଚିଲେ । ଦେଖିଲେ ଧରମ ଭାଉଜ ଚାଉଳ ଧୋଉ ଧୋଉ ଠିଆ ଠିଆ ମୁତି ଦେଲା ।
କବି ଯଦୁମଣି ପରିହାସରେ କହିଲେ –
“ଠିଆରେ ମୁତୁ ଚାଉଳ ଧୋଉ
ଏତେ ତରତର କାହିଁକି ହେଉ ।
ସେ ଯୁବତୀ ସଙ୍ଗେ ସଙ୍ଗେ ଉତ୍ତର ଦେଲେ –
“ନା ଝିଅର ବାହା
ନା ପୁଅର ବଡୁ
ଝିଅ ଯିବ, ବୋହୂ ଆସିବ
ମତେ ଲାଗିଛି ବର
ବେଦୀକି ଯିବି
କି ବନ୍ଦେଇ ହେବି
ମୁଁ ତେହିଁ ପେଇଁ ତରବର ।”