କାମ କାକରା ଛଣା ଡାଲି ଚଟୁ
ଦିନେ ରାଜା ସଂନ୍ଧ୍ୟା ଭ୍ରମଣ କରୁ ଥାନ୍ତି । ସେହି ପଥ ଦେଇ ଜଣେ ଅପରୂପା ସୁନ୍ଦରୀ ଚାଲି ଗଲା । ସେ ଥିଲା ଏକ ବେଶ୍ୟା । ଦୂରରୁ ଅଙ୍ଗ ସୌଷ୍ଣବ ରମଣୀୟ ହେଲେ ମଧ୍ୟ ଦୂର୍ଭାଗ୍ୟକୁ ତାର ମୁହଁଟି ବସନ୍ତ ରୋଗ ଦ୍ୱାରା ଆକ୍ରାନ୍ତ ହୋଇ କଳା କଳା ଚିହ୍ନରେ ଭରି ହୋଇ ଥାଏ ।
ରାଜା କବି ଯଦୁମଣିଙ୍କୁ କହିଲେ – କବି, ତୁମେ ଏହି ସୁନ୍ଦରୀକୁ ଦେଖିଲ ତ? କବିଙ୍କ ହୃଦୟରେ କଣ କିଛି ଭାବାନ୍ତର ସୃଷ୍ଟି ହେଉ ନାହିଁ ।
“ବସନ୍ତ ମୁହଁକୁ ଉପମା ଖଟୁ ।”
କବି ଯଦୁମଣି ହସି ହସି ଉତ୍ତର ଦେଲେ –
“କାମ କାକରା ଛଣା ଡାଲି ଚଟୁ ।”
କର୍ମ ବିପାକରୁ ସୁନ୍ଦରୀର ମୁଖ ବିକୃତ ହୋଇ ଥିଲେ ମଧ୍ୟ କବି ସୁନ୍ଦରୀର ସୌନ୍ଦର୍ଯ୍ୟ ପ୍ରତି ସମ୍ମାନ ଦେଖାଇ ସୁନ୍ଦରୀ କାମ ରୂପକ କାକରା ଛଣା ପାଇଁ ଯାଲି ଚଟୁ ବୋଲି କହି ଥିଲେ ।