କେଉଁ ମାନେ ଏକାଠି ହେଲେ କଳି କରନ୍ତି
ନୟାଗଡର ରାଜା ଥାଆନ୍ତି ବିନାୟକ ସିଂହ ମାନଧାତା । ସେ ବହୁତ ଦୟାଳୁ ଥିଲେ । ତା ସାଥୀରେ ଦାନୀ ମଧ୍ୟ । ସବୁ ଦିନେ ଅର୍ଥ ସାହାଯ୍ୟ ଆଶାରେ ବହୁ ଲୋକ ପ୍ରାର୍ଥୀ ହେଉ ଥିଲେ ।
ଦିନେ ବ୍ରହ୍ମପୁରରୁ ଦୁଇ ଜଣ ବେଶ୍ୟା, ଖଲିକୋଟରୁ ଦୁଇ ଜଣ ନାହକ ଓ ଆଉ କେଉଁ ଠାରୁ ଦୁଇ ଜଣ ବୃଦ୍ଧ ବ୍ୟକ୍ତି ସାହାଯ୍ୟ ଆଶାରେ ରାଜାଙ୍କୁ ସାକ୍ଷାତ କରିବା ଆଶାରେ ବସି ଥାନ୍ତି । ଏକଥା ଦ୍ୱାରୀକୁ ଜଣାଇଲେ । ସେମାନେ ଅପେକ୍ଷା କରି ବସି ଥାନ୍ତି । ଏହି ସମୟରେ ଜଣେ କନ୍ଧ ଲୋକ ଦୁଇଟି କୁକୁର ସାଥୀରେ ନେଇ ପହଁଚିଲା, ସେ ମଧ୍ୟ ଦ୍ୱାରୀକୁ ସମ୍ବାଦ ଦେଲା ରାଜା ମୃଗୟା ନିମନ୍ତେ ଶିକାରୀ କୁକୁର ଆବଶ୍ୟକ କରୁ ଥିଲେ । ମୁଁ ଦୁଇଟି ଶିକାରୀ କୁକୁର ଆଣିଛି, ଖବର ଦିଆ ଦ୍ୱାରୀ ରାଜାଙ୍କ ସମ୍ମୁଖରେ ଯୋଡ ହସ୍ତ ହୋଇ ଯୋଡି ମାନଙ୍କ ବିଷୟରେ ସମ୍ବାଦ ଦେଲା ।
ଏହି ଯୁଗ୍ମ ସାକ୍ଷାତ କଥା ଶୁଣି ସଭାସଦମାନେ ହସି ହସି ଗଡି ଗଲେ । ରାଜା ଚାହୁଁ ଥିଲେ ଜଣଙ୍କ ପରେ ଜଣକୁ ସାକ୍ଷାତ ଦେବେ ମାତ୍ର ପାରିଷଦ ମାନଙ୍କର ଅନୁରୋଧରେ ଯୋଡା ଯୋଡା ହୋଇ ସାକ୍ଷାତ କରିବା ନିମନ୍ତେ ରାଜା ଆଦେଶ ଦେଲେ ।
ସେହି ସମୟରେ କବି ଯଦୁମଣି ଆସି ପହଁଚି ଗଲେ । ପ୍ରଥମେ ବେଶ୍ୟା ଦୁହେଁ ପ୍ରବେଶ କଲେ । ସେମାନେ ନିଜ ନିଜର ପ୍ରାଧାନ୍ୟ ବଖାଣୁ ବଖାଣୁ କଳି କରି ବିଦାୟ ହୋଇ ଗଲେ, ରାଜା କିଛି ଶୁଣାଇବା ପୂର୍ବରୁ ସେ ଦୁହେଁ କାନ୍ଦି କାନ୍ଦି ବିଦାୟ ହୋଇ ଗଲେ । ସେହି ପରି ନାହାକ ଦୁହେଁ ଯୁକ୍ତି ତର୍କ କରି ଶେଷରେ ମାଡ ମରା ମରି ହେଲେ । ବିଦାୟ ନ ମାଗି ଫେରି ଗଲେ ।
ଶେଷରେ କନ୍ଧ ଲୋକଟି କୁକୁର ଦୁଇଟିକୁ ଧରି ରାଜ ସଭା ମଧ୍ୟକୁ ଆସିଲା । କୁକୁର ଦୁଇଟିର ପରାକ୍ରମ ଦେଖାଇବା ନିମନ୍ତେ ବେକରୁ ଶିକୁଳି ଖୋଲି ଦେଲା । ଦେଖ ତାଙ୍କର ଲୀଳା, କାମୁଡା, କାମୁଡି ହୋଇ ଦୁହେଁ ଦରବାର କମ୍ପାଇଲେ ।
ଏବେ କନ୍ଧ ଲୋକଟି କରେ ଅବା କ’ଣ? କଳେ ବଳେ କୌଶଳେ କୁକୁର ଦୁଇଟିକୁ ଆୟତ କରି ସେ ସ୍ଥାନରୁ ବିଦାୟ ନେଲା ।
କବି ଯଦୁମଣି ବସି ବସି ଏହି ସବୁ ଦୃଶ୍ୟ ଦେଖୁ ଥିଲେ । ରାଜା ଯେମିତି କବି ଯଦୁମଣିଙ୍କ ଆଡକୁ ଚାହିଁଛନ୍ତି ।
କବି ଯଦୁମଣି ଗାଇ ଉଠିଲେ –
ଦାରୀ, କୁକୁର, ନାହାକି ବୁଢା
ନୁହଁନ୍ତି କେଭେଁ ଯୋଡା ଯୋଡା
ଯେବେ ହୁଅନ୍ତି ଘୋଡା ଯୋଡା
ଦେଖ ତାଙ୍କର ତଡା କାମୁଡା
ରାଜା ଓ ତାଙ୍କ ସଭାରେ ଯେତେ ଲୋକ ବସିଥିଲେ ଏ କଥା ଶୁଣି ହସି ହସି ଗଡି ଗଲେ । କବି ଯଦୁମଣି ରାଜାଙ୍କ ଠାରୁ ଉଚିତ୍ ପୁରସ୍କାର ନେଇ ଫେରି ଗଲେ ।