ବୋପା ଶଳା ଓ ପୁଅ ଶଳା
କବି ଯଦୁମଣି ଘର ଛପରରେ ବ୍ୟସ୍ତ ଥାଆନ୍ତି । ଦୁଇ ଦୁଇଟା ଲୋକ ଲାଗି ଘର ଛପରରେ ଲାଗିଛନ୍ତି । କବି ଯଦୁମଣି ତଳେ ଥାଇ ଘର ଉପରକୁ ନଡା ଫିଙ୍ଗୁ ଥାନ୍ତି । ଏହି ସମୟରେ ଜଣେ ପାଇକ ଆସି ତଲବ କଲା – ରାଜାଙ୍କ ହୁକୁମ୍, ଏଇ ମୁହୂର୍ତ୍ତରେ ଗଡକୁ ଚାଲ ।
କବି ଯଦୁମଣି ପାଇକକୁ ବୁଝାଇ ଶୁଝାଇ ବିଦା କରି ଦେଲେ । କହିଲେ, କାଲି ସକାଳେ ନିଶ୍ଚୟ ଛାମୁଁରେ ଯାଇ ଦେଖା କରିବେ ।
ପାଇକଟି ଚାଲି ଯିବା ପରେ ଯୁବରାଜ ଘୋଡାରେ ଚଢି ହାଜର ହୋଇ ଡାକ ଛାଡିଲେ – , ମୋର ଆପଣଙ୍କୁ ଲୋଡା ଅଛି, ମୋ ପାଖକୁ ଟିକେ ଆସ । କବି ଯଦୁମଣି ବିନୀତ ଭାବେ ଆସି ପହଁଚିଲେ ।
କଥା କ’ଣ କି – ଯୁବରାଜ, ଆଠଗଡର ରାଜ ଜେମାକୁ ଭଲ ପାଉ ଥାଆନ୍ତି । ତେଣୁ କବି ଯଦୁମଣିଙ୍କୁ ଆଠଗଡକୁ ପଠାଇ ବାହାଘରଟା ଶୀଘ୍ର ହେବା ନିମନ୍ତେ ବୁଝି ଆସିବା ପାଇଁ ଚାହୁଁ ଥିଲେ । ଯୁବରାଜ କବି ଯଦୁମଣିଙ୍କ ସହିତ ଫୁସ୍ଫାସ୍ ହୋଇ ବହୁ ସମୟ କଥା ବାର୍ତ୍ତା ହେଲା । କବି ଏଣେ ବ୍ୟସ୍ତ ହୋଇ ଗଲେଣି । କାରଣ କେମିତି ପ୍ରକାରେ ଯେତେ ଶୀଘ୍ର ଘର ଛପର କାମ ସରିଲେ ସେ ଗାଧୋଇ ଦି’ଟା କ’ଣ ଖାଇବେ ।
ଯୁବରାଜ ଦି’ ପାହୁଣ୍ଡ ବାଟ ଯାଇଛନ୍ତି କି ନାହିଁ କବି ଯଦୁମଣିଙ୍କ ପାଟିରୁ ବାହାରି ପଡିଲା –
ବୋପା ଶଳାର ଯେମିତି ଅହନ୍ତା
ପୁଅ ଶଳାର ବି ସେମିତି ଅହନ୍ତା ।
***