ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯମୁନା ନଦୀର କାନ୍ଦ

ଥରେ ରାତିରେ ଆକବର ଏବଂ ବିରବଲ ଲାଲ୍କିଲ୍ଲା ଉପରେ ଠିଆ ହୋଇ ଦେଶର ଅବସ୍ଥା ସଂପର୍କରେ ଆଲୋଚନା କରୁଥାଆନ୍ତି । ଯମୁନା ନଦୀ କଳକଳ ନାଦ କରି ବହିଯାଉଥାଏ । ରାତିରେ ନୀରବତା ହେତୁ ଯମୁନା ନଦୀର ନାଦ କିଏ ଜଣେ କାନ୍ଦିବା ପରି ଶୁଭୁଥାଏ ।

         ଏହି ସମୟରେ ଆକବର ବିରବଲଙ୍କୁ କହିଲେ – “ବିରବଲ! ଯମୁନା ନଦୀ ଏପରି କାନ୍ଦୁଛି କାହିଁକି?” ଆକବର ଭାବିଥିଲେ ବିରବଲ ଏ କଥା ଜାଣି ନାହିଁ ବୋଲି କହିବେ ।

         କିନ୍ତୁ କାଳ ବିଳମ୍ବନକରି ବିରବଲ ସଂଗେ ସଂଗେ କହିଲେ – “ମହାରାଜ! କନ୍ୟାମାନଙ୍କ କ୍ଷେତ୍ରରେ ଏହା ଏକ ଭଗବାନଙ୍କର ନିୟମ । ସେମାନେ କୁମାରୀ ବୟସରେ ପିତୃ ଗୃହରେ ଥାଆନ୍ତି । କିନ୍ତୁ ବିବାହ କରି ସାରିବା ପରେ ସ୍ୱାମୀ ଗୃହକୁ ଗମନ କରିଥାଆନ୍ତି ।

         ଆକବର ପ୍ରଥମେ ବିରବଲଙ୍କ କଥା କିଛି ବୁଝି ପାରିଲେ ନାହିଁ । ବିରବଲଙ୍କୁ କହିଲେ – “ବିରବଲ! ତୁମେ କ’ଣ କହୁଛ ମୁଁ କିଛି ବୁଝିପାରୁ ନାହିଁ । ମୋତେ ଦୟାକରି ବୁଝାଇ କୁହ ।”

         ବିରବଲ ବୁଝାଇବାକୁ ଯାଇ କହିଲେ – “ମହାରାଜ! ଯମୁନା ନଦୀ ହିମାଳୟଙ୍କର କନ୍ୟା । ଯମୁନା ନଦୀ ବଂଗୋପ ସାଗରରେ ମିଶିବା ଅର୍ଥ ବଂଗୋପସାଗର ଯମୁନା ନଦୀର ସ୍ୱାମୀ । ଭଗବାନଙ୍କର ନିୟମ ଅନୁସାରେ ଯମୁନା ନଦୀ ବଂଗୋପ ସାଗରରେ ମିଶିବା ସମୟରେ ପିତୃଗୃହକୁ ତ୍ୟାଗ କରୁଥିବାରୁ କାନ୍ଦୁଛନ୍ତି ।”

         ବିରବଲଙ୍କ କଥା ଶୁଣି ଆକବର ତାଙ୍କର ଉପସ୍ଥିତ ବୁଦ୍ଧିକୁ ପ୍ରଶଂସା ନକରି ରହିପାରିଲେ ନାହିଁ । ସଂଗେ ସଂଗେ ନିଜ ହସ୍ତରୁ ମୁଦି ବାହାର କରି ବିରବଲଙ୍କ ଆଂଗୁଠିରେ ପିନ୍ଧାଇ ଦେଲେ ।

         ଏହିପରି ବିରବଲ ସବୁ ସମୟରେ ଆକବରଙ୍କ ପ୍ରଶ୍ନର ଉତ୍ତର ଦେବା ସଂଗେ ସଂଗେ ମନୋରଂଜନ ମଧ୍ୟ କରୁଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ