ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯାହାଙ୍କର ଦରବ ତାଙ୍କୁ ଦେଲେ ସେ ଖୁସି ହେବେ କେମିତି

ଜଣେ ବ୍ରାହ୍ମଣ ଠାକୁର ପୂଜା ନିମନ୍ତେ ଅନ୍ୟ ଜଣେ ଲୋକର ବଗିଚାରେ ପଶି ଫୁଲ ତୋଳୁଥିଲେ । ଏହା ଦେଖି ସମାଜ ସଂସ୍କାରକ ରାଜା ରାମମୋହନ ରାୟ କହିଲେ, “ତୁମେ ଏଭଳି କରୁଛ କାହିଁକି? ପ୍ରଥମତଃ ଅନ୍ୟବାଡିରେ ପଶି ଚୋରି କରୁଛ ଏବଂ ଦ୍ୱିତୀୟରେ ଠାକୁର ଅନ୍ୟମାନଙ୍କ ମନୋରଂଜନ ପାଇଁ ବୃକ୍ଷରେ ସଜେଇ ରଖିଥିବା ଫୁଲଗୁଡିକ ତୋଳି ସେଗୁଡିକୁ ନଷ୍ଟ କରି ଦେଉଛ । ଏହା କି ପ୍ରକାର ଭଲ କାମ ମୁଁ ତ କାହିଁ କିଛିବି ଜାଣିପାରୁ ନାହିଁ ।”

                ତାଙ୍କ କଥା ଶୁଣି ବ୍ରାହ୍ମଣ କହିଲେ, “ମୂର୍ଖଙ୍କ ଭଳି କ’ଣ ପଚାରୁଛ? ଠାକୁର ପୂଜା ପାଇଁ ଫୁଲ ତୋଳୁଛି । ଏଥିପାଇଁ ଯେଉଁଠୁ ଫୁଲ ତୋଳିଲେ ମଧ୍ୟ ତାକୁ ଚୋରି କୁହାଯିବ ନାହିଁ । କାରଣ ଗଛରୁ ଫୁଲ ତୋଳି ଠାକୁରଙ୍କୁ ଦେବା ଅର୍ଥ, ଯାହାର ଗଛ ତା’ର ଯେତିକି ମଙ୍ଗଳ ହେବ, ଫୁଲ ତୋଳି ଠାକୁରଙ୍କୁ ଦେଲାବାଲାର ବି ସେତିକି ହେବ । ତେଣୁ ଏ ଫୁଲ କାହାର କହିବା ଆଦୌ ଠିକ୍ ହେବ ନାହିଁ । ଫୁଲ ଯାହା ବାଡିରେ ଫୁଟିଥିଲେ ବି ପରମେଶ୍ୱର ହିଁ ସେସବୁର ସୃଷ୍ଟିକର୍ତ୍ତା । ସୁତରାଂ ଫୁଲ ନେଇ ସେଇ ପରମେଶ୍ୱରଙ୍କୁ ଦେଲେ ତାକୁ ଚୋରି କୁହାଯିବ କାହିଁକି?”

                ଏଥର ରାମମୋହନ ପଚାରିଲେ, “ଫୁଲ ଯଦି ପରମେଶ୍ୱରଙ୍କର ତେବେ ତାକୁ ତୋଳି ପୁଣି ତାଙ୍କୁ ଦେବାର ଅର୍ଥ କ’ଣ? ଏହାଦ୍ୱାରା ତୁମର କି ଲାଭ ହେବ?”

                ଏବେ ସେ ବ୍ରାହ୍ମଣ ଜଣକ ଅତ୍ୟନ୍ତ ରାଗିଯାଇ କହିଲେ, “ତମେ ତ ବ୍ରାହ୍ମଣ ନୁହଁ ନା, ଠାକୁରଙ୍କ ବିଷୟରେ ତୁମର କ’ଣ ବା ଜ୍ଞାନ ଅଛି? ଠାକୁରଙ୍କୁ ଫୁଲ ଦେଇ ପୂଜାର୍ଚ୍ଚନା କଲେ ସେ ଖୁସି ହୁଅନ୍ତି । ଏକଥା ମୁଁ ତୁମକୁ କେତେଥର କହିବି?”


ଗପ ସାରଣୀ

ତାଲିକାଭୁକ୍ତ ଗପ