ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯାହାଙ୍କର ଦରବ ତାଙ୍କୁ ଦେଲେ ସେ ଖୁସି ହେବେ କେମିତି

                ଏକଥା ଶୁଣି ରାମମୋହନ ନିରବ ରହିବାରୁ ବ୍ରାହ୍ମଣ ପୁଣି ଫୁଲତୋଳିବା କାମରେ ଲାଗିଗଲେ । ଠିକ୍ ଏହି ଅବସରରେ ରାଜାରାମମୋହନ କ’ଣ କଲେନା, ବଗିଚା ପାଚେରି କାନ୍ଥରେ ରଖିଥିବା ବ୍ରାହ୍ମଣର ଗାମୁଛାଟିକୁ ଲୁଚାଇଦେଲେ ।

                ଫୁଲ ତୋଳା ସରିଲା । ବ୍ରାହ୍ମଣ ଦେଖିଲା ପାଚେରି ଉପରେ ସେ ରଖିଥିବା ତା’ର ଗାମୁଛାଟି ସେଠାରେ ଏବେ ଆଉ ନାହିଁ । ତହୁଁ ସେ ତାକୁ ଖୋଜିଲା ।

                ଏବେ ବ୍ରାହ୍ମଣଙ୍କ ଖୋଜାଖୋଜି ଦେଖି ରାମମୋହନ ପଚାରିଲେ, “କ’ଣ ଖୋଜୁଛନ୍ତି?”

                ବ୍ରାହ୍ମଣ ସେତେବେଳକୁ ଜାଣିସାରିଥିଲେ ଯେ, ରାମମୋହନ ନିଶ୍ଚୟ ଏହାକୁ ଲୁଚାଇ ଦେଇଛନ୍ତି । ସୁତରାଂ ସେ ଅତ୍ୟନ୍ତ ବିରକ୍ତି ଭାବ ପ୍ରକାଶ କରି କହିଲେ, “ମୋ’ ସହିତ ଫାଜିଲାମି କର ନାହିଁ । ମୋ’ ଗାମୁଛା କେଉଁଠି ଲୁଚାଇ ରଖିଛ ଦେଇଦିଅ । ନଚେତ୍ କିଛି ଭଲ ହେବନି କହୁଛି ।”

                ଏହା ଶୁଣି ରାଜା ରାମମୋହନ ହାତରେ ଧରି ପଛପଟେ ଲୁଚାଇ ରଖିଥିବା ସେଇ ଗାମୁଛାଟିକୁ ବ୍ରାହ୍ମଣଙ୍କ ହାତକୁ ବଢାଇଦେଇ କହିଲେ, “ଏଇ ନିଅନ୍ତୁ, ଏବେ ଖୁସି ତ?”

ରାଜାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବ୍ରାହ୍ମଣ ଜଣକ କହିଲେ, “ମୋର ଏଥିରେ ଆଉ ଖୁସି ହେବାର କ’ଣ ଅଛି? ମୋ’ ଗାମୁଛା ତ ମୁଁ ପାଇଲି ।”

ଏବେ ରାଜା ରାମମୋହନ କହିଲେ, “ତୁମେ ଯଦି ତୁମର ଜିନିଷ ପାଇଲେ ଖୁସି ନୁହଁ, ତେବେ ଈଶ୍ୱର ତାଙ୍କର ଗଛରେ ଫୁଟାଇଥିବା ଫୁଲ ପାଇଲେ କିଭଳି ଖୁସି ହେବେ?”

ଏବେ ଯାଇ ସେ ବ୍ରାହ୍ମଣ ନିଜ ଭୁଲ୍ ବୁଝିପାରିଲେ । ମନେ ମନେ ଭାବିଲେ ଭଦ୍ରବ୍ୟକ୍ତିଜଣକ କହୁଥିବା କଥା ନିଶ୍ଚୟ ଅକ୍ଷରେ ଅକ୍ଷରେ ଠିକ୍ ।

ଏ ସମ୍ବନ୍ଧରେ କୁହାଯାଇଛି –

“ବୃକ୍ଷଡାଳେ ପୁଷ୍ପ ଦୋଳେ ପବନରେ ରଖିଛନ୍ତି ବିହି ତାକୁ ସଜେଇ

ସେ ପୁଷ୍ପକୁ ଦେଖି କାହିଁ କେତେ ପ୍ରାଣୀ ଖୁସିରେ ନାଚନ୍ତି ବିଭୋର ହୋଇ ।

ଛିଣ୍ଡାଇ ସେ ପୁଷ୍ପ ଈଶ୍ୱରଙ୍କୁ ଦେଲେ ଈଶ୍ୱର କାହିଁକି ହେବେ ସନ୍ତୋଷ

ତୁମରି ଦରବ ତୁମକୁ ମିଳିବା ପ୍ରକାରେ ସିନା ସେ ହେବ ଅବଶ୍ୟ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ