ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯାହା ପାଇଁ ଯିଏ

                ତା’ପରେ ଲକ୍ଷ୍ମୀ ଅଧିକ କିଛି କହିବା ପାଇଁ ଆଉ ସାହସ କଲେ ନାହିଁ । ଚୁପ୍ ଚାପ୍ ଘରଭିତରକୁ ଉଠିଗଲେ । କିଛି ଦିନ ପରେ କମଳପଣ୍ଡା ଦେଖିଲେ କି ଦୀକ୍ଷିତ ବଡ ଖୁସିରେ ତାଙ୍କ ଘର ଆଡକୁ ଆସୁଛି । ତାକୁ ଦେଖିଲେ ଲାଗୁଛି ଯେ ସେ କୌଣସି ଭଲ ବରର ସନ୍ଧାନ ନେଇ ଆସିଛି । ପଣ୍ଡାବାବୁ ଦୀକ୍ଷିତଙ୍କୁ ସାଦର ଅଭ୍ୟର୍ଥନା କଲେ । ଦୀକ୍ଷିତ ଆସନ ଜମାଇ ବସିପଡି କହିଲେ “ପଣ୍ଡାବାବୁ, ଶିବପୁରୀରେ ନୀଳାମ୍ବରୀ ପାଇଁ ଏକ ଯୋଗ୍ୟବର ଦେଖି ଆସିଲି । ବାପମା’ଙ୍କର ସେ ଗୋଟିଏ ବୋଲି ପୁଅ । ତା’ର ନାମ ଶୁକ୍ର; ନାମ କିନ୍ତୁ ତା’ର ସାର୍ଥକ ।”

                ପଣ୍ଡା ପଚାରିଲେ “ଆଚ୍ଛା ନାମ ତ ସାର୍ଥକ । କିନ୍ତୁ ଏକ ନା ଦୁଇ?”

                ଦୀକ୍ଷିତ କହିଲେ “ଏକ ନୁହେଁ ଦୁଇ । କେବଳ ସେତିକି ନୁହେଁ ଦିନରେ ଶୁକ୍ର ତ ରାତିରେ କୁରୁନାଥ ।”

                ପଣ୍ଡା ପଚାରିଲେ “ବରର ଶିକ୍ଷାଦୀକ୍ଷା ଓ ସଙ୍ଗୀତ ଇତ୍ୟାଦି ବିଷୟରେ ତ କାହିଁ କିଛି କହିଲେ ନାହିଁ?”

                ଦୀକ୍ଷିତ କହିଲେ “ଏବେ ମୁଁ ସେକଥା କହୁଛି ଶୁଣନ୍ତୁ । ରାମାୟଣ ଓ ମହାଭାରତ ଦୁଇପଟରୁ ପଢିବାର ଯୋଗ୍ୟତା ରହିଛି । ମନେହୁଏ ଯୁବକଟି କାଳିଦାସ ବଂଶର । ଆଉ ସଙ୍ଗୀତ ଜ୍ଞାନ? ମୁଁ ତାକୁ ବର୍ଣ୍ଣନା କରିପାରିବି ନାହିଁ । ବୀଣା ବଂଶୀପରି ବଜାଏ ଓ ବଂଶୀ ମୃଦଙ୍ଗ ପରି ବଜାଏ ।”

                ତାଙ୍କ କଥାରେ ପଣ୍ଡାବାବୁ ଅଳ୍ପ ହସି କହିଲେ, “ଏବେ ବରର ଚେହରା, ବିଷୟରେ କିଛି କୁହନ୍ତୁ ନା?”

                ଦୀକ୍ଷିତ ପୁଣି କହିଲେ “ସେ ବିଷୟରେ ମୁଁ ବା ଆଉ କ’ଣ କହିବି? ଉଦାହରଣଟିଏ ଦେଉଛି ଶୁଣନ୍ତୁ । ସେଥିରୁ ସବୁ ବୁଝି ଯିବେ । ବାରିପଛଆଡେ ବିରାଟ ସଜନାଗଛଟିଏ । ପୁଅଟି ଗଛ ଉପରକୁ ଚଢିଯାଇ ସହଜରେ ସଜନା ତୋଳେ ।”

                ପଣ୍ଡାବାବୁ ପ୍ରଶ୍ନକଲେ “ଆଚ୍ଛା ଏବେ ତାଙ୍କର ଜମିବାଡି ଘରଦ୍ୱାର ବିଷୟରେ ତ କିଛି କୁହନ୍ତୁ ।”

                ଦୀକ୍ଷିତ ଏବେ କହିଲେ “ଘର କଥା କୁହେ । ଘର ଏତେ ବଡ ଯେ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଓ ନକ୍ଷତ୍ର ଦେଖାଯା’ନ୍ତି ।”

                ଦୀକ୍ଷିତ ପଚାରିଲେ “କେବଳ ଆପଣଙ୍କ ଘର ପାଇଁ ଉଦ୍ଦିଷ୍ଟ ସେହି ବରପିଲାଟି ଆସି ବରଂ ଝିଅକୁ ଥରେ ଦେଖି ଯାଉ । କ’ଣ କହୁଛନ୍ତି?”

                ତହୁଁ ପଣ୍ଡା କହିଲେ “ସେସବୁର କୌଣସି ଆବଶ୍ୟକତା ନାହିଁ । ଏବେ ମୁଁ ସ୍ଥିର କରି ସାରିଛି ଯେ କେବଳ ରାଘବ ସହିତହିଁ ମୁଁ ମୋ ଝିଅର ବିବାହ ଦେବି ।”

                “ଆଚ୍ଛା ଠିକ୍ ଅଛି ।” ଏହା କହି ସେ ଦୀକ୍ଷିତ ସେଠାରୁ ତତ୍କ୍ଷଣାତ୍ ଚାଲିଗଲେ । ଲକ୍ଷ୍ମୀ ମଧ୍ୟ ସେଇଠି ଥାଇ ଭାବିଲେ ଯେ ସ୍ୱାମୀ କାହିଁକି ଏତେ ଭଲ ପ୍ରସ୍ତାବକୁ ଛାଡି ଦେଲେ ।

                ଲକ୍ଷ୍ମୀଙ୍କର ଏହି ସନ୍ଦେହକୁ ବୁଝିପାରି କମଳ ପଣ୍ଡା କହିଲେ, “ଲକ୍ଷ୍ମୀ ତୁମେ ଦୀକ୍ଷିତର ବାକ୍ଚାତୁରୀ କେବେବି ବୁଝିପାରିବ ନାହିଁ । ମୁଁ ବୁଝାଇ ଦେଉଛି ଶୁଣ । ବରର ନାମ ଶୁକ୍ର ଓ ସେ ନାମ ସାର୍ଥକ କରିଛି ଅର୍ଥାତ୍ ଆଖିଟିଏ କଣା । ଦ୍ୱିତୀୟ ଲକ୍ଷଣ ହେଲା ମଦ ପିଏ, ସେ କହିଲେ ଦିନରେ ଶୁକ୍ର ରାତିରେ କୁରୁନାଥ । ଅର୍ଥାତ୍ ରାତିରେ ଧୃତରାଷ୍ଟ୍ରଙ୍କ ପରି ଅନ୍ଧ । ପଢା ବିଷୟରେ ପଚାରିବାରୁ ସେ କହିଲେ, ଶାସ୍ତ୍ର ଓଲଟ ପାଲଟ କରି ପଢେ ଅର୍ଥାତ୍ ସମ୍ପୂର୍ଣ୍ଣ ନିରକ୍ଷର ।

କାଳିଦାସଙ୍କ ବଂଶ ଅର୍ଥ କାଳିଦାସଙ୍କ ପରି ସେ ମୂର୍ଖ ପରେ ହୁଏତ ଜ୍ଞାନୀ ହେବ । ପୁଣି ସଙ୍ଗୀତ ବିଷୟରେ ସେ କହିଲେ ବୀଣାରୁ ମୁରଲୀର ଧ୍ୱନି ଓ ମୁରଲୀରୁ ମୃଦଙ୍ଗର ଧ୍ୱନି ବାହାରେ, ଅର୍ଥାତ୍ ସେ ବିଷୟରେ ସେ କିଛିବି ଜାଣେ ନାହିଁ । ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଘରେ ଦେଖିପାରିବ ଅର୍ଥ ଘରର ଚାଳ କଣା । ଛପର ବହୁଦିନୁ ହୋଇ ନାହିଁ । ସଜନା ଗଛ ମଟକା, ସେଥିରେ ଚଢିଯାଉଛି ମାନେ ରୋଗଣା, ଦେହରେ ଓଜନ ନାହିଁ ।” ଦୀକ୍ଷିତର କଥାରୁହିଁ ଜଣାପଡୁଛି ଯେ ସେ ବର କେତେ ଯୋଗ୍ୟ । ତେଣୁ ଆମର ଜଣା ଶୁଣା ପିଲା ରଘୁ ସହିତହିଁ ଝିଅର ବାହା ଦେବା । ତୁମରି କଥା ରହିଲା । ରଘୁ ତ ପିଲାଦିନୁ ଝିଅକୁ ଦେଖିଛି । ଦୁହିଁଙ୍କର ମତ ଯଦି ଅଛି ସେଥି ପାଇଁ ଯଥାର୍ଥ । ଲକ୍ଷ୍ମୀ ନୀଳାମ୍ବରୀ ଦୁହିଁଙ୍କର ଖୁସି କହିଲେ ନସରେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ