ଠିକ୍ ପରଦିନ ଧାର୍ଯ୍ୟ ସମୟ ପୂର୍ବରୁ ଯୁବକ ଜଣକ ଆସି ଆଣ୍ଡୃଜ୍ଙ୍କ ପାଖରେ ପହଁଚିଗଲେ । ଏଥର ଦୀନବନ୍ଧୁ କହିଲେ, “ମିତ୍ର! ଏବେ ତୁମେ ମୋ’ ସହିତ ଆସ । ମୁଁ ତୁମକୁ ଆଜି ହିଁ ଈଶ୍ୱର ଦର୍ଶନ କରାଇ ଦେବି ।”
ଏହା କହି ଆଣ୍ଡୃଜ୍ ସାହେବ ଆଗେ ଆଗେ ଚାଲିଲେ, ଆଉ ତାଙ୍କ ପଛେ ପଛେ ଯୁବକ ଜଣକ । ସେମାନେ କିଛି ସମୟ ପରେ ଏକ ଅଛୁଆଁ ହରିଜନ ବସ୍ତିରେ ଯାଇ ପହଁଚିଗଲେ । ଗୋଟିଏ ଝୁମ୍ପୁଡି ଘର ଆଗରେ ଠିଆ ହୋଇଗଲେ । ସେଇ ଘର ଭିତରେ ଜଣେ କିଶୋର ଯକ୍ଷ୍ମାରୋଗୀ ଶେଯରେ ଶୋଇଥାଏ । ସତେ ଯେମିତି ତା’ର ଉଠିବାକୁ ବଳ ନ ଥିଲା । ପାଖରେ ଜଣେ ବୃଦ୍ଧ ତାର ସେବା କରୁଥାନ୍ତି ।
ଦୀନବନ୍ଧୁ ଯୁବକଙ୍କୁ ଇଙ୍ଗିତ ଦେଇ କହିଲେ, “ଭିତରକୁ ଦେଖନ୍ତୁ, ଏଇତ ଭଗବାନ, ଯିଏ ଅସହାୟ, ଅବସନ୍ନ ରୋଗୀକୁ ସାହାରାଦେଇ ଆଶାର ଦୀପ ଟିକକ ଜଳାଇ ରଖିଛନ୍ତି ।”
ଏକଦା ବେଲଜିୟମ୍ର ଜାର୍ଜିଦ୍ ପ୍ରିୟରେଙ୍କୁ ଯେତେବେଳେ ନୋବେଲ୍ ଶାନ୍ତି ପୁରସ୍କାର ମିଳିଲା ସେତେବେଳେ ଦେଶବାସୀ ଆଶ୍ଚର୍ଯ୍ୟ ହୋଇଗଲେ । ମାତ୍ର ଲୋକମାନେ ଯେତେବେଳେ ତାଙ୍କର ଅବଦାନ ସମ୍ପର୍କରେ ଜାଣିବାକୁ ପାଇଲେ ସେମାନେ ଭାବବିହ୍ୱଳିତ ହୋଇଗଲେ । ସେଦିନ ସେଇ ରୋଗୀସେବା କରୁଥିବା ବୃଦ୍ଧଜଣକ ରୋଗୀ ସେବା ବ୍ୟତୀତ ଜନହିତକର କାର୍ଯ୍ୟରେ ନିଜର ଜୀବନକୁ ନିୟୋଜନ କରି ମଣିଷଠାରେ ମଣିଷପଣିଆର ଉନ୍ମେଷ ନିମନ୍ତେ ନାନା ସ୍ଥାନରେ ଉଦ୍ବୋଧନ ଦେବାକୁ ଲାଗିପଡିଥିଲେ । ଏହି ଉଦ୍ଧେଶ୍ୟରେ ସେ ପ୍ରାୟ ତିନି କିଲୋମିଟର ଯାତ୍ରା କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ତାଙ୍କ ଦ୍ୱାରା ପରିଚାଳିତ ସେବାକାର୍ଯ୍ୟ, ବିସ୍ଥାପିତ ଶିବିର ସ୍ଥାପନ ଭଳି କାର୍ଯ୍ୟ ଏବେ ଇତିହାସର ବିଷୟବସ୍ତୁ ପାଲଟି ଯାଇଛି । ତାଙ୍କର କାର୍ଯ୍ୟାବଳୀ ଆଜି ମାନବ ଜାତିର ଦିଗ୍ଦର୍ଶକ ରୂପେ ରହିଯାଇଛି ।
ପ୍ରକୃତ ପକ୍ଷରେ କହିବାକୁ ଗଲେ ଏଇମାନେ ତ ଜଣେ ଜଣେ ଈଶ୍ୱର, ଯାହାର କାର୍ଯ୍ୟ ଓ ପ୍ରେରଣା ଅନ୍ୟମାନଙ୍କ ଦୁଃଖଦୁର୍ଦ୍ଦଶା ଲାଘବରେ ସହାୟକ ହୋଇଥାଏ ।