ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯେପରି କର୍ମ ସେପରି ଫଳ

 ଗୋଟିଏ ରାଜ୍ୟରେ ଜଣେ ବଡ ଜମିଦାର ଥିଲେ । ସେ ଥିଲେ ଅତି ନିଷ୍ଠୁର, ଗର୍ବୀ ଓ ଅହଙ୍କାରୀ ବ୍ୟକ୍ତି କିନ୍ତୁ ତାଙ୍କର ସ୍ତ୍ରୀ ଥିଲେ ଦୟାଶୀଳା, କ୍ଷମାଶୀଳା ଓ ବୁଦ୍ଧିମତୀ । ଦୁହିଁଙ୍କର ଚରିତ୍ର ଓ ଆଚରଣରେ ଆଦୌଁ ମେଳ ନଥିଲା । ତାଙ୍କର ଅମାପ ସମ୍ପତ୍ତି ଥିଲେ ମଧ୍ୟ ସେ ନିଃସନ୍ତାନ ଥିଲେ । ସେଇ କାରଣରୁ ସ୍ୱାମୀ-ସ୍ତ୍ରୀ ଦୁହେଁ ବହୁତ ଦୁଃଖୀ ଥିଲେ ।

        ଦିନେ ଜଣେ ତ୍ରିକାଳଦର୍ଶୀ ବ୍ରାହ୍ମଣ ଜମିଦାରଙ୍କ ଘରକୁ ଭିକ୍ଷା କରିବାକୁ ଆସିଥିଲେ । ସେଇ ସମୟରେ ଜମିଦାର ଘରେ ନଥିଲେ । ଜମିଦାରଙ୍କ ସ୍ତ୍ରୀ ବ୍ରାହ୍ମଣଙ୍କର ଚର୍ଚ୍ଚା କରୁଥିବା ସମୟରେ ହଠାତ୍ ଜମିଦାର ସେଠାରେ ଆସି ପହଁଚିଗଲେ । ବ୍ରାହ୍ମଣଙ୍କୁ ଦେଖି ଜମିଦାର ପ୍ରବଳ ଭାବରେ ରାଗିଯାଇ ତାଙ୍କୁ ଅନେକ କଟୂ କଥା କହି ଅପମାନ ଦେବାରେ ଲାଗିଲେ । କିନ୍ତୁ ଏଥିରେ ବ୍ରାହ୍ମଣ ଅବିଚଳିତ ଓ ଧୀରସ୍ଥିର ଥିଲେ । ସେ ଧୀର ଓ ନମ୍ର ଭାବରେ ଜମିଦାରଙ୍କୁ କହିଲେ – “ବତ୍ସ ତୁମ ସ୍ତ୍ରୀଙ୍କ ଅତିଥି ଚର୍ଚ୍ଚାରେ ମୁଁ ବହୁତ ଆନନ୍ଦିତ ସେଥିପାଇଁ ମୁଁ ତୁମକୁ ଆଶୀର୍ବାଦ କରୁଛିଯେ, ତୁମେ ଖୁବ୍ ଶୀଘ୍ର ଗୋଟିଏ ରୂପବାନ୍, ଗୁଣବାନ୍, ନ୍ୟାୟବାନ୍ ଏବଂ ଚରିତ୍ର ବାନ୍ ପୁତ୍ରର ପିତାହୁଅ ।” ଏହି କଥା କହି ବ୍ରାହ୍ମଣ ସେ ସ୍ଥାନ ପରିତ୍ୟାଗ କରି ଚାଲିଗଲେ । ଏହି ଘଟଣା ପରେ ଜମିଦାରଙ୍କ ସ୍ତ୍ରୀ ଆଶଙ୍କାରେ ଶିହରୀ ଉଠିଲେ ଏବଂ ବ୍ରାହ୍ମଣଙ୍କୁ ଫେରାଇ ଆଣି ଏଭଳି ବର ନଦେବା ପାଇଁ ଅନୁରୋଧ କରିବାକୁ ଜମିଦାରଙ୍କୁ ମିନତି ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ