ଜମିଦାର କିନ୍ତୁ ଆହୁରି ବିରକ୍ତ ହୋଇ କହିଲେ – “ଏଭଳି ବ୍ରାହ୍ମଣ ମାନଙ୍କର କଥା ଫଳେ ନାହିଁ । ଯଦି ବି ଫଳିଲା ତେବେ ତୋର ବନ୍ଧ୍ୟା ଦୋଷ କଟିଯିବ, ଏଥିରେ ତୋର ସମସ୍ୟା କ’ଣ? ପୁଅଟିତ ଭଲ ହେବ ବୋଲି ବ୍ରାହ୍ମଣ କହି ଯାଇଛି, ଅସୁବିଧା କେଉଁଠି?”
ଏକଥା ଶୁଣି ଜମିଦାରଙ୍କ ସ୍ତ୍ରୀ ଚୁପ୍ ରହିଲେ । କିଛି ଦିନ ଗଲାପରେ ବ୍ରାହ୍ମଣଙ୍କ ବର ପ୍ରଦାନ ଅନୁସାରେ ଜମିଦାରଙ୍କ ସ୍ତ୍ରୀ ଗର୍ଭବତୀ ହେଲେ ଏବଂ ସେ ଗୋଟିଏ ସୁନ୍ଦର ପୁଅଟିଏ ଜନ୍ମଦେଲେ । ପୁଅଟି ଜନ୍ମ ହେବା ପରେ ଜମିଦାର ପୁଅକୁ ଅତ୍ୟନ୍ତ ସ୍ନେହ କଲେ ଓ ତା’ ପ୍ରତି ଅତ୍ୟନ୍ତ ଆସକ୍ତ ହୋଇ ପଡିଲେ । କିନ୍ତୁ ପୁଅ ବଡ ହେଲାପରେ ଜମିଦାର ଲକ୍ଷ୍ୟକଲେ ସେ ଅସାଧୁ ଉପାୟରେ ଠୁଳ କରିଥିବା ଧନ ସମ୍ପତ୍ତି ପ୍ରତି ପୁତ୍ରର ପ୍ରବଳ ଘୃଣା ଜାତ ହେଉଛି କାରଣ ସେ ପୁତ୍ର ଜଣକ ଥିଲେ ନ୍ୟାୟବନ୍ତ ଏବଂ ସୁଶୀଳ । ଏଥର ଜମିଦାର ବୁଝି ପାରିଲେଯେ ତାଙ୍କର ଉତ୍ତରାଧିକାରୀ ଭାବେ ତାଙ୍କ ଭଳି ଆଉଜଣଙ୍କର ଆସିବା ଦରକାର ପଡୁଥିଲା । ଦିନକୁ ଦିନ ପୁଅ ସହିତ ତାଙ୍କର ମତାନ୍ତର ହେବାକୁ ଲାଗିଲା । ପୁଅ ବଡ ହେଲା ପରେ ସେ ଆଉ ସେ ଘରେ ରହିବାକୁ ଚାହିଁଲା ନାହିଁ । ଦିନେ ମା’ ପୁଅ ଈଶ୍ୱରଙ୍କୁ ଧ୍ୟାନ କରିବା ଉଦ୍ଧେଶ୍ୟରେ ଘର ଛାଡି ଅନ୍ୟ ଜାଗାକୁ ଚାଲିଗଲେ । ପୁଅ ଓ ସ୍ତ୍ରୀ ଚାଲିଯିବାପରେ ଜମିଦାର ସେମାନଙ୍କୁ ଭୁଲିଯିବା ଲାଗି ସଦା ସର୍ବଦା ମଦ୍ୟପାନ କରି ସବୁକିଛି ଭୁଲିଯିବାକୁ ଚେଷ୍ଟା କଲେ; କିନ୍ତୁ ଖୁବ୍ କମ୍ ଦିନ ମଧ୍ୟରେ ସେ ସମସ୍ତ ସମ୍ପତ୍ତି ହରାଇ ଦାଣ୍ଡର ଭିକାରୀ ହୋଇ ଯାଇଥିଲେ । ଗର୍ବ ଓ ଅହଂକାର ଦୋଷରୁ ସେ ଏମିତି ଦଣ୍ଡଭୋଗ କଲେ । କଥାରେ ଅଛି ଯେପରି କର୍ମ ସେପରି ଫଳ ।