ଗୋଟିଏ ଶାର୍ଗୁଣା ତା’ର କିଛି ଛୁଆ ସହିତ ତାଳ ଗଛ ଉପରେ ବସା ବନାଇ ରହି ଆସୁ ଥିଲା । ଦିନେ ତାଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଖାଇବାକୁ ମିଳି ନଥିଲା । ସେମାନେ କେବଳ ଭୋକରେ ଆଉଟୁ ପାଉଟୁ ହେବାକୁ ଲାଗିଲେ । ଶାର୍ଗୁଣା ତାଙ୍କର ଭୋକ ମେଂଟାଇବାକୁ ଜଙ୍ଗଲର ସେପଟେ ଭୋଜନର ତଲାସ୍ରେ ଚାଲି ଗଲା । ହଠାତ୍ ଶାର୍ଗୁଣାର ନଜରରେ ଗୋଟିଏ ବିଲୁଆ ଛୁଆ ପଡିଲା । ମନକୁ ମନ ଶାର୍ଗୁଣାଟି କହିବାକୁ ଲାଗିଲା କେତେ ସୁନ୍ଦର ଏ ଛୁଆଟି ହୋଇଛି । ମୁଁ ଏହାକୁ ନେଇ ଗଲେ ତ ହେଲା । ଏହାକୁ ପାଇଲେ ଛୁଆ ମାନେ ଖୁବ୍ ଖୁସି ହୋଇଯିବେ । ସେ ଗୋଟିଏ ଝାମ୍ପରେ ବିଲୁଆ ଛୁଆକୁ ପଞ୍ଝାରେ ଧରି ନେଲା ।
ଏହି ସମୟରେ ମା ବିଲୁଆଟି ମଧ୍ୟ ସେଠାରେ ଆସି ପହଁଚିଲା । ନିଜର ଗେହ୍ଲୀ ଛୁଆର ମୃତ୍ୟୁ ହେବାର ଦେଖି ସେ କାନ୍ଦି କାନ୍ଦି ଶାର୍ଗୁଣାକୁ ପାଟି କରି କହିବାକୁ ଲାଗିଲା ! ଭାଇ ! ସେ ମୋର ଏକଇର ବାଳା ବିଶିକେଶନ । ମୁଁ ମୋ ପ୍ରାଣ ଠାରୁ ତାକୁ ଅଧିକ ଭଲ ପାଉ ଥିଲି, ଦୟା କରି ତାକୁ ଛାଡି ଦିଅ । ଏହି ଛୁଆ ରହିବ ତ ମୁଁ ମରୁ ମରୁ ତୁମର ଉପକାର କେବେ ଶୁଝି ପାରିବି ନାହିଁ ତଥା ତୁମକୁ ଆଶୀର୍ବାଦ ଦେବି । ତୁମେ ପକ୍ଷୀ ମାନଙ୍କର ରାଜା ଅଟ । ତୁମର କେଉଁ ଥିରେ ଅଭାବ ନାହିଁ । ମୋ ଛୁଆକୁ ଛାଡି ଦିଅ ଶାର୍ଗୁଣା ଭାଇ? ମୁଁ ତୁମ ଗୋଡ ଧରୁଛି, ତୁମକୁ ମୋ ଛୁଆର ପ୍ରାଣ ଭିକ୍ଷା କରୁଛି?
ପରନ୍ତୁ ଶାର୍ଗୁଣା ତ ନିର୍ଦ୍ଦୟୀ, ବିଲୁଆର ଯେତେ ପ୍ରକାର କାକୁତି ମିନତିକୁ ସେ କର୍ଣ୍ଣପାତ ନ କରି ଉଡି ଗଲା । ବିଲୁଆ ମଧ୍ୟ ପାଟି କରି ଚିତ୍କାର କରି କରି ତା ପଛରେ ଧାଇଁ ଧାଇଁ କହିବାକୁ ଲାଗିଲା – ଛାଡି ଦିଅ ! ମୋ ଛୁଆର ଜୀବନ ବଂଚାଅ !